ମୁଖ୍ୟ ଅଭିନେତା ପାଇଁ ୪୦ ଅଡିଶନ ଦେଇ ବି ଫେଲ ମାରିଥିଲେ ସରମନ

ମୁମ୍ବାଇ: ସରମନ ଯୋଶୀ । ଆଗଧାଡିର ନ ହେଲେ ବି ବଲିଉଡର ଜଣେ ଜଣାଶୁଣା କଳାକାର । କିଛି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି ଯାହାର ଛାପ ଦର୍ଶକଙ୍କ ଉପରେ ନିଶ୍ଚିତ ଭାବେ ପଡିଛି । ୪୩ ବର୍ଷରେ ପାଦ ରଖିଥିବା ଏହି ଅଭିନେତା ବଲିଉଡ୍‌ରେ ସଫଳ ନ ହୋଇଥିଲେ ବି କିଛି ହିଟ୍ ମୁଭି ତାଙ୍କୁ ଦର୍ଶକଙ୍କ ପାଖରେ ପରିଚତ କରାଇବାରେ ସକ୍ଷମ ହୋଇଥିଲା । ଗୁଜରାଟି ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିବା ସରମନ ମୁଖ୍ୟ ଅଭିନେତା ହେବାକୁ କୁଆଡେ ୪୦ ଥର ଅଡିଶନ ଦେଇଥିଲେ । ତାଙ୍କ ପିତା ଅରବିନ୍ଦ ଯୋଶୀ ଗୁଜରାଟି ଥିଏଟର ଓ ଫିଲ୍ମର ଜଣେ ଜଣାଶୁଣା ଚେହେରା ଥିଲେ ।
ସରମନଙ୍କ ପ୍ରଥମ ଫିଲ୍ମ ଥିଲା ‘ଗଡମଦର’ । ସରମନ ଏକ ସାକ୍ଷାତ୍‌କାରରେ କହିଥିଲେ କି ଆରମ୍ଭରୁ ତାଙ୍କ କମିକ ଟାଇମିଂ ଖୁବ୍ ଖରାପ ଥିଲା । ଲୋକମାନେ ମୋର ବହୁତ ଆଲୋଚନା କରିଥିଲେ । ହେଲେ ଆମର ନିର୍ଦ୍ଦେଶକ ଶଫି ଇମାନାର ମୋତେ ଖୁବ୍ ସାହସ ଦେଇଥିଲେ । ପ୍ଲେର ୫୦ ଶୋ’ ଯିବା ପରେ ଯାଇ ମୋ ଅଭିନୟରେ ସୁଧାର ଆସିଥିଲା । ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ସରମନ ‘ଗୋଲମାଲ’, ‘ଷ୍ଟାଇଲ’, ‘୩ ଇଡିୟଟସ୍‌’, ‘ରଙ୍ଗ ଦେ ବସନ୍ତି’ ଓ ଏକ୍ସକ୍ୟୁଜମି’ ଭଳି କିଛି ଫିଲ୍ମରେ କାମ କରିଛନ୍ତି । କିଛି ହିଟ ଫିଲ୍ମ ଭେଟି ଦେବା ପରେ ବି ସରମନ ଯୋଶୀଙ୍କୁ ଫିଲ୍ମ ‘ଫରାରୀ କି ସବାରୀ’ ପାଇଁ ୪୦ ଅଡିଶନ ଦେବାକୁ ପଡିଥିଲା ।
ସୂଚନାଯୋଗ୍ୟ, ‘ଫରାରୀ କି ସବାରୀ’ର ନିର୍ମାତା ବିଧୁ ବିନୋଦ ଚୋପ୍ରା ଥିଲେ । ଯାହାଙ୍କ ସହ ସରମନ ‘ଥ୍ରୀ ଇଡିଅଟସ୍‌’ ନିର୍ମାଣ କରିଥିଲେ । ତା’ପରେ ବି ‘ଫରାରୀ କି ସବାରୀ’ ପାଇଁ ସରମାନଙ୍କୁ ପାମ୍ପଡ ବେଲିବାକୁ ପଡିଥିଲା । ଅସଲ କଥା ହେଲା ଏଥିରେ ଲିଡ ରୋଲ ପାଇଁ ସରମନ ୪୦ଥର ଅଡିଶନ ଦେଇଥିଲେ । ବେଶକିଛି ଦିନ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ବି ଏବେ ସରମନ ୱେବ ଶୋ’ରେ କାମ କରୁଛନ୍ତି । ଆଉ ବଲିଉଡ ଇଣ୍ଡଷ୍ଟ୍ରିଠାରୁ ଦୂରେରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri