Posted inଖେଳ

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଭାରତୀୟ ରେଳବାଇରେ ଟିକେଟ ସଂଗ୍ରହକାରୀ ଭଳି ସରକାରୀ ଚାକିରି ପାଇବା ସତ୍ତ୍ୱେ ଧୋନୀ ଏଥିରେ ସନ୍ତୁଷ୍ଟ ନ ଥିଲେ। ଚାକିରି ଛାଡିବା ପରେ ତାଙ୍କୁ ପିତାଙ୍କ ଗାଳି ମଧ୍ୟ ସହିବାକୁ ପଡିଲା, କିନ୍ତୁ ଏହାଠାରୁ ବଡ କିଛି ତାଙ୍କ ଭାଗ୍ୟରେ ଲେଖା ହୋଇଥିଲା।

ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ ସ୍ତରରେ ଫୁଟବଲ ଦଳର ଗୋଲକିପର ଥିଲେ ଏବଂ ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିଲେ। ଧୋନୀ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସ୍କୁଲ କ୍ରିକେଟ ଦଳରେ ହଠାତ୍‌ ଜଣେ ଉଇକେଟ କିପର ଆବଶ୍ୟକ ପଡିଲା। ସେତେବେଳେ କ୍ରିକେଟ ପ୍ରଶିକ୍ଷକ ତାଙ୍କ ଗୋଲକିପିଂ ଦେଖିଲେ, ଧୋନୀଙ୍କ ଉପରେ ସେ ବହୁତ ପ୍ରଭାବିତ ହୋଇଥିଲେ।ସେ ହିଁ ଉଇକେଟ କିପିଂ ଦାୟିତ୍ୱ ତୁଲାଇ ପାରିବେ ଭାବି ତାଙ୍କୁ ସେହି ଦାୟିତ୍ୱ ଦେଇଥିଲେ। ଆଗ୍ରହ ନ ଥିଲେ ମଧ୍ୟ ଧୋନୀ କିପିଂ ଶିଖି ମ୍ୟାଚ୍‌ ଖେଲି ସଫଳ ମଧ୍ୟ ହୋଇଥିଲେ। ସେବେଠେୁ ଆରମ୍ଭ ହୋଇଥିଲା ଧୋନୀଙ୍କ କ୍ରିକେଟ ଜୀବନ। ଏହାପରେ କ୍ରିକେଟ ଟ୍ରେନିଂ ପାଇଁ ଅନେକ ସଂଘର୍ଷ କରିଥିଲେ। ବେଳେବେଳେ କ୍ରିକେଟ ଟ୍ରେନିଂ ନେବା ପାଇଁ ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯିବାକୁ ପଡୁଥିଲା।
୧୮ ବର୍ଷ ହେବା ବେଳକୁ ଧୋନୀ ନିଜ ସହରରେ ବେଶ ପ୍ରସିଦ୍ଧ ହୋଇଥିଲେ। ଅଳ୍ପ ବୟସରେ ସେ ବିହାର ପାଇଁ ରଣଜୀ ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ। ତା’ପରେ ସେ ରେଳବାଇ ପକ୍ଷରୁ ଖେଳିଥିଲେ। ରେଳବିଭାଗ ପକ୍ଷରୁ ତାଙ୍କ ଟିଟି ଚାକିରି ମଧ୍ୟ ମିଳିଥିଲା। ସ୍ବଳ୍ପ ମଧ୍ୟବିତ୍ତ ପରିବାରର ପୁଅ ସ୍‌ଅଳ୍ପ ବୟସରେ ସରକାରୀ ଚାକିରି ପାଇବା ପରିବାର ପାଇଁ ଏକ ବଡ଼ସ୍ବପ୍ନ ପୂରଣ କରିବା ପରି ଥିଲା। ଘରେ ଖୁସିର ଲହରୀ ଖେଳିଗଲା।

ପରିବାରର ଖୁସି ପାଇଁ ଧୋନୀ ମଧ୍ୟ ଏହି ଚାକିରିରେ ଯୋଗ ଦେଇଥିଲେ। କିନ୍ତୁ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି କାମ କରିପାରି ନ ଥିଲେ। ଶେଷରେ ଦିନେ ସେ ଚାକିରି ଛାଡି ଘରକୁ ଫେରି କ୍ରିକେଟ ପଡ଼ିଆରେ ଅଭ୍ୟାସ ଆରମ୍ଭ କଲେ। ଏହି କାର୍ଯ୍ୟ ପରେ ମାହିଙ୍କୁ ମଧ୍ୟ ପିତାଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଥିଲା।

ଦାଦା ଧୋନିଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିଲେ

୨୦୦୪ରେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ ଇଣ୍ଡିଆରେ ପ୍ରଥମ ସୁଯୋଗ ଦେଇଥିଲେ। ୨୦୦୩ରେ ଜିମ୍ବାୱେ ଏବଂ କେନିଆ ଗସ୍ତରେ ଧୋନି ଇଣ୍ଡିଆ ଏ ଦଳରେ ସ୍ଥାନ ପାଇଥିଲେ। ମାହି ଏହି ସୁଯୋଗର ହରାତଛଡା ନ କରି ୭ଟି ମ୍ୟାଚରେ ୩୬୨ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୭ଟି କ୍ୟାଚ ଏବଂ ଚାରିଟି ଷ୍ଟମ୍ପିଂ ମଧ୍ୟ କରିଥିଲେ। ଥରେ ଧୋନୀ ସିନିୟର ଦଳରେ ପାଦ ଦେବା ପରେ ସେ ପଛକୁ ଚାହିଁ ନଥିଲେ।

ପ୍ରଥମ ଚାରିଟି ମ୍ୟାଚରେ ଫ୍ଲପ
ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ବାଂଲାଦେଶ ବିପକ୍ଷରେ ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ଏହି ପୁରା ସିରିଜରେ ଫ୍ଲପ ହୋଇଥିଲେ। ତିନି ମ୍ୟାଚରେ ମାତ୍ର ୧୯ ରନ ଅର୍ଜନ କରିଥିଲା। ୨୦୦୫ ମସିହା ପ୍ରାରମ୍ଭରେ ପାକିସ୍ତାନ ଦଳ ଭାରତ ଗସ୍ତ କରିଥିଲା। ପ୍ରଥମ ମ୍ୟାଚରେ ସେ ମାତ୍ର ତିନି ରନ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ଧୋନି ବିଶାଖାପାଟନମରେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଧୋନୀ ଏହି ମ୍ୟାଚରେ ୧୨୩ ବଲରେ ୧୪୮ ରନ ସଂଗ୍ରହ କରିଥିଲେ। ମାହି ଏହାପରଠାରୁ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ।

ମାହି ଆଇସିସି ଟୁର୍ନାମେଣ୍ଟରେ ରାଜ୍‌ କରିଥିଲେ

ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ଏମିତି ରେକର୍ଡ ଅଛି ଯାହା ଅନ୍ୟ କୌଣସି ଅଧିନାୟକଙ୍କ ନାମରେ ନାହିଁ। ଧୋନୀ ୩ଟି ଆଇସିସି ଟୁର୍ନାମେଣ୍ଟରେ ଭାରତକୁ ଚାମ୍ପିୟନ କରିଛନ୍ତି। ପ୍ରଥମ ଟି -୨୦ ବିଶ୍ୱକପ, ୨୦୧୧ ମସିହାରେ ଭାରତକୁ ୫୦ ଓଭର ବିଶ୍ୱକପ ଦେଇଥିଲେ ମାହି। ଧୋନୀଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?