ଜୟଶ୍ରୀରାମ, ଜୟ ହନୁମାନ ଧ୍ୱନିରେ କମ୍ପିଲା ସମ୍ବଲପୁର ସହର: ସାମିଲେ ହେଲେ ଧର୍ମେନ୍ଦ୍ର, ଜୟନାରାୟଣ

ସମ୍ବଲପୁର,୧୪ା୪(ବି.ଶଙ୍କର/ଭବାନୀଶଙ୍କର ଭୋଇ): ମହାବିଷୁବ ସଂକ୍ରାନ୍ତି ତିଥିରେ ସମ୍ବଲପୁରର ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡିକରେ ସୋମବାର ଦିନବେଳ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରାତିରେ ବିଭିନ୍ନ ପଡାରୁ ଦିବ୍ୟ ଏବଂ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଭକ୍ତଙ୍କ ଜୟ ହନୁମାନ, ଜୟ ଶ୍ରୀରମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା। ଭକ୍ତମାନେ ପାରମ୍ପରିକ ଗଦା ଓ ଆଖଡା ଖେଳ ପ୍ରଦର୍ଶନ କରିଥିଲେ । ବୁକ୍ସହିଲ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତୀ କରାଯାଇଥିଲା । ଏହାପରେ ଜିଲା ସ୍କୁଲ ଛକରେ ମଧ୍ୟ ଅନୁରୂପ ବୀର ହନୁମାନଙ୍କ ପ୍ରତିମୂର୍ତ୍ତିରେ ମହାଆଳତୀ ହୋଇଥିଲା । ଶ୍ରୀଶ୍ରୀବ୍ରହ୍ମ ପଣ୍ଡିତ ମହାସଭାର ସାତ ଜଣ ପଣ୍ଡିତ ମହାଆଳତୀ କାର୍ଯ୍ୟ ସମ୍ପାଦନା କରିଥିଲେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସଭାପତି ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରମୁଖ ସାମିଲ ହୋଇ ଆଳତୀ କରିଥିଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ଏବଂ ଅତ୍ୟାଧୁନିକ ଆତସବାଜିରେ ମୁକ୍ତାକାଶ ଝଟକି ଉଠିଥିଲା । ଏହାପରେ ଶୋଭାଯାତ୍ରା ଆଗକୁ ବଢିଥିଲା ।

ମୁଖ୍ୟ ଶୋଭାଯାତ୍ରାରେ ଧନକଉଡା, ଗୋବିନ୍ଦତୋଳା, ଚାରଭାଟୀ, ଦଲେଇପଡ଼ା, ନନ୍ଦପଡ଼ା, ଗୋଲବଜାର, ମାୟା ବଗିଚା, କୁମ୍ଭାରପଡ଼ା, ସାଲିଆବଗଚା, ରେମେଡ଼, ତିୱାରିଗଳି, ତାଳଭଟାପଡ଼ା, ପରଦେଶୀପଡ଼ା, ମଖନାପଡ଼ା, କ୍ଷେତରାଜପୁର, ବନ୍ଧପଡ଼ା, ମୁଦିପଡ଼ାର ମାଣିକ ମୁଣ୍ଡା, ଭୁତାପଡ଼ା, ଉପରପଡ଼ା ଓ ସୁନାପାଲି, ସାକ୍ଷୀପଡ଼ା ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ଗଳି, ଗେଙ୍ଗଟିପାଲି, ମୋତିଝରଣ, ଭତରା, ପିଲାକଦେଇ ପଡ଼ା, ଅଇଁଠାପାଲି, ଫାଟକ ଓ ଧନୁପାଲି ପ୍ରଭୃତି ଅଞ୍ଚଳ ଯାତ୍ରା ଏବଂ ମେଢ଼ ସାମିଲ ହୋଇଥିଲା । ବୀର ସୁରେନ୍ଦ୍ର ସାଏ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ମୁଦିପଡା, ଗୋଲବଜାର ଛକ, କୁଞ୍ଜେଲପଡା, ନନ୍ଦପଡା, ଝାଡୁଆପଡା, ମ୍ୟୁନିସିପାଲଟି ଛକ ପରିକ୍ରମା କରି ଶକ୍ତିଛକରେ ପହଞ୍ଚି ଥିଲା ।

ସେଠାରେ ସମନ୍ବୟ ସମିତି କର୍ମକର୍ତ୍ତାମାନେ ଆଖଡା ଉସ୍ତାଦମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ହନୁମାନ ମେଢ଼, ବଲାଙ୍ଗୀର ଭଏଁସାର ଘଣ୍ଟ ଦଳ, ପୁରୀର ଘଣ୍ଟ ଓ ଶଙ୍ଖ ଦଳ, ମହାରାଷ୍ଟ୍ର ଢୋଲ ଦଳ, ଦିଲ୍ଲୀର ହନୁମାନ ଦଳ, ଅଲ୍ମେରର ଅଘୋରୀ ନୃତ୍ୟ, ଦିଲ୍ଲୀର ବାନର ସେନା, ବୌଦ୍ଧର ମୟୁରୀ ଶବର ନାଚ, ପୂରୀ ନାଗା, ଦୁର୍ଗା, କାଳୀ ମେଢ଼, ଜଙ୍ଗଲୀ ନାଚ , ଭବାନୀପାଟଣା କଟ୍ଟପା, ଘୋଡ଼ା ନାଚ,ଖୋର୍ଦ୍ଧା ପାଇକ ଆଖଡ଼ା, ଆଦିବାସୀ ନୃତ୍ୟ, ବ୍ରହ୍ମପୁର ମୁଖା ନାଚ, ହେମଗିର ଝୁଲା ନାଚ, କଳାହାଣ୍ଡି ଘୁମୁରା ନାଚ, ସୁନ୍ଦରଗଡ଼ କର୍ମା ନାଚ, ରାୟଗଡ଼ା ଢ଼େମ୍ସା ନାଚ, ରାଜଗାଙ୍ଗପୁର କଳସ ନାଚ, ସମ୍ବଲପୁର ଦୁଲଦୁଲି, ସମ୍ବଲପୁର ଦୁର୍ଗାବାହିନୀ, ଦୁଲଦୁଲି ନାଚ ସହ ଝାଞ୍ଜ, ସଂପ୍ରଦା, କୀର୍ତ୍ତନ, ଘଣ୍ଟ, ଶଙ୍ଖ ସାମିଲ ହୋଇଥିଲା ।

ସେହିପରି ଡିଜେ ମାଧ୍ୟମରେ ହନୁମାନ ଚାଳିଶା ଉଚ୍ଚାରଣ କରାଯାଇଥିଲା । ଏଥିରେ ଭକ୍ତମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଅଞ୍ଚଳର ବାଳିକା, ବାଳକମାନେ ରାମ, ଲକ୍ଷ୍ମଣ, ସୀତା, ହନୁମାନ, ଭରତ, ଲକ୍ଷ୍ମଣ, ଦେବାଦେବୀ, ରାକ୍ଷାସ, ବନ୍ୟଜନ୍ତୁଙ୍କ ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ଥିଲେ । ଏଥିସହ ବିଭିନ୍ନ ଛକଗୁଡିକରେ ଭଜନ, ହନୁମାନ ଚାଳିଶା ପାଠ ପ୍ରଭୃତି କାର୍ଯ୍ୟକ୍ରମ ହୋଇଥିଲା ।

ସହର ରାସ୍ତା ଓ ଛକଗୁଡିକରେ ଭକ୍ତମାନେ ପ୍ରସାଦ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ । ଶୋଭାଯାତ୍ରାରେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ରାଜୀବ କୁମାର ଶତପଥୀ, ମୁଖ୍ୟ ସଂଯୋଜକ ଜୟବ୍ରତ ଦେଙ୍କ ସମେତ ଗୋବିନ୍ଦ ଅଗ୍ରୱାଲ, ଅନିଲ ବେହେରା, ଡ.ପ୍ରମୋଦ ରଥ, ସୁଶାନ୍ତ ପୁରୋହିତ, ମାନସ ରଞ୍ଜନ ବକ୍ସି, ଆଶିଷ ବାବୁ, ଅନୁପ ତରିଆ, ରାମଦାଶ ପଣ୍ଡା, ରାମଚନ୍ଦ୍ର ମେହେର, ଅନୁପ ଲାଟା, ପ୍ରଭୁଦତ୍ତ ପଣ୍ଡା, ରୋଚିସ ଦେ, ସୀତାକାନ୍ତି ମେସୁଆ, କଞ୍ଚାନ ଲୁହା, ପ୍ରଦୀପ କୁମାର ସୁପକାରପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅପରପକ୍ଷେ ଏସଆରଆଇଟି କଲୋନୀ ୱେଲଫେୟାର କମିଟି ଶୋଭାଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଥିଲେ । ସେମାନେ ମୁଣ୍ଡରେ ଜୟଶ୍ରୀରାମ ଲେଖାଥିବା ଚୁନରି ବାନ୍ଧି, ହନୁମାନଙ୍କ ଗୁଣଗାନ କରିଥିବା ଦେଖିବାକୁ ମିଳିଥିଲା ।

ସହଯୋଗ ନଗର, ଜଗନ୍ନାଥ କଲୋନୀ, ଫାଟକ, ବୁଢ଼ାରଜା ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରା ପରିକ୍ରମା କରିଥିଲା । ଲୋକବାଦ୍ୟ ସହ ବିଭିନ୍ନ ଦେବୀଦେବ ବେଶରେ ଶିଶୁମାନେ ସାମିଲ ହୋଇଥିଲେ । ଏଥିସହ ଭକ୍ତମାନେ ହନୁମାନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଆଶୀର୍ବାଦ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri