ଜୟଶ୍ରୀରାମ, ଜୟ ହନୁମାନ ଧ୍ୱନିରେ କମ୍ପିଲା ସମ୍ବଲପୁର ସହର: ସାମିଲେ ହେଲେ ଧର୍ମେନ୍ଦ୍ର, ଜୟନାରାୟଣ

ସମ୍ବଲପୁର,୧୪ା୪(ବି.ଶଙ୍କର/ଭବାନୀଶଙ୍କର ଭୋଇ): ମହାବିଷୁବ ସଂକ୍ରାନ୍ତି ତିଥିରେ ସମ୍ବଲପୁରର ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡିକରେ ସୋମବାର ଦିନବେଳ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରାତିରେ ବିଭିନ୍ନ ପଡାରୁ ଦିବ୍ୟ ଏବଂ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଭକ୍ତଙ୍କ ଜୟ ହନୁମାନ, ଜୟ ଶ୍ରୀରମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା। ଭକ୍ତମାନେ ପାରମ୍ପରିକ ଗଦା ଓ ଆଖଡା ଖେଳ ପ୍ରଦର୍ଶନ କରିଥିଲେ । ବୁକ୍ସହିଲ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତୀ କରାଯାଇଥିଲା । ଏହାପରେ ଜିଲା ସ୍କୁଲ ଛକରେ ମଧ୍ୟ ଅନୁରୂପ ବୀର ହନୁମାନଙ୍କ ପ୍ରତିମୂର୍ତ୍ତିରେ ମହାଆଳତୀ ହୋଇଥିଲା । ଶ୍ରୀଶ୍ରୀବ୍ରହ୍ମ ପଣ୍ଡିତ ମହାସଭାର ସାତ ଜଣ ପଣ୍ଡିତ ମହାଆଳତୀ କାର୍ଯ୍ୟ ସମ୍ପାଦନା କରିଥିଲେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସଭାପତି ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରମୁଖ ସାମିଲ ହୋଇ ଆଳତୀ କରିଥିଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ଏବଂ ଅତ୍ୟାଧୁନିକ ଆତସବାଜିରେ ମୁକ୍ତାକାଶ ଝଟକି ଉଠିଥିଲା । ଏହାପରେ ଶୋଭାଯାତ୍ରା ଆଗକୁ ବଢିଥିଲା ।

ମୁଖ୍ୟ ଶୋଭାଯାତ୍ରାରେ ଧନକଉଡା, ଗୋବିନ୍ଦତୋଳା, ଚାରଭାଟୀ, ଦଲେଇପଡ଼ା, ନନ୍ଦପଡ଼ା, ଗୋଲବଜାର, ମାୟା ବଗିଚା, କୁମ୍ଭାରପଡ଼ା, ସାଲିଆବଗଚା, ରେମେଡ଼, ତିୱାରିଗଳି, ତାଳଭଟାପଡ଼ା, ପରଦେଶୀପଡ଼ା, ମଖନାପଡ଼ା, କ୍ଷେତରାଜପୁର, ବନ୍ଧପଡ଼ା, ମୁଦିପଡ଼ାର ମାଣିକ ମୁଣ୍ଡା, ଭୁତାପଡ଼ା, ଉପରପଡ଼ା ଓ ସୁନାପାଲି, ସାକ୍ଷୀପଡ଼ା ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ଗଳି, ଗେଙ୍ଗଟିପାଲି, ମୋତିଝରଣ, ଭତରା, ପିଲାକଦେଇ ପଡ଼ା, ଅଇଁଠାପାଲି, ଫାଟକ ଓ ଧନୁପାଲି ପ୍ରଭୃତି ଅଞ୍ଚଳ ଯାତ୍ରା ଏବଂ ମେଢ଼ ସାମିଲ ହୋଇଥିଲା । ବୀର ସୁରେନ୍ଦ୍ର ସାଏ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ମୁଦିପଡା, ଗୋଲବଜାର ଛକ, କୁଞ୍ଜେଲପଡା, ନନ୍ଦପଡା, ଝାଡୁଆପଡା, ମ୍ୟୁନିସିପାଲଟି ଛକ ପରିକ୍ରମା କରି ଶକ୍ତିଛକରେ ପହଞ୍ଚି ଥିଲା ।

ସେଠାରେ ସମନ୍ବୟ ସମିତି କର୍ମକର୍ତ୍ତାମାନେ ଆଖଡା ଉସ୍ତାଦମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ହନୁମାନ ମେଢ଼, ବଲାଙ୍ଗୀର ଭଏଁସାର ଘଣ୍ଟ ଦଳ, ପୁରୀର ଘଣ୍ଟ ଓ ଶଙ୍ଖ ଦଳ, ମହାରାଷ୍ଟ୍ର ଢୋଲ ଦଳ, ଦିଲ୍ଲୀର ହନୁମାନ ଦଳ, ଅଲ୍ମେରର ଅଘୋରୀ ନୃତ୍ୟ, ଦିଲ୍ଲୀର ବାନର ସେନା, ବୌଦ୍ଧର ମୟୁରୀ ଶବର ନାଚ, ପୂରୀ ନାଗା, ଦୁର୍ଗା, କାଳୀ ମେଢ଼, ଜଙ୍ଗଲୀ ନାଚ , ଭବାନୀପାଟଣା କଟ୍ଟପା, ଘୋଡ଼ା ନାଚ,ଖୋର୍ଦ୍ଧା ପାଇକ ଆଖଡ଼ା, ଆଦିବାସୀ ନୃତ୍ୟ, ବ୍ରହ୍ମପୁର ମୁଖା ନାଚ, ହେମଗିର ଝୁଲା ନାଚ, କଳାହାଣ୍ଡି ଘୁମୁରା ନାଚ, ସୁନ୍ଦରଗଡ଼ କର୍ମା ନାଚ, ରାୟଗଡ଼ା ଢ଼େମ୍ସା ନାଚ, ରାଜଗାଙ୍ଗପୁର କଳସ ନାଚ, ସମ୍ବଲପୁର ଦୁଲଦୁଲି, ସମ୍ବଲପୁର ଦୁର୍ଗାବାହିନୀ, ଦୁଲଦୁଲି ନାଚ ସହ ଝାଞ୍ଜ, ସଂପ୍ରଦା, କୀର୍ତ୍ତନ, ଘଣ୍ଟ, ଶଙ୍ଖ ସାମିଲ ହୋଇଥିଲା ।

ସେହିପରି ଡିଜେ ମାଧ୍ୟମରେ ହନୁମାନ ଚାଳିଶା ଉଚ୍ଚାରଣ କରାଯାଇଥିଲା । ଏଥିରେ ଭକ୍ତମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଅଞ୍ଚଳର ବାଳିକା, ବାଳକମାନେ ରାମ, ଲକ୍ଷ୍ମଣ, ସୀତା, ହନୁମାନ, ଭରତ, ଲକ୍ଷ୍ମଣ, ଦେବାଦେବୀ, ରାକ୍ଷାସ, ବନ୍ୟଜନ୍ତୁଙ୍କ ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ଥିଲେ । ଏଥିସହ ବିଭିନ୍ନ ଛକଗୁଡିକରେ ଭଜନ, ହନୁମାନ ଚାଳିଶା ପାଠ ପ୍ରଭୃତି କାର୍ଯ୍ୟକ୍ରମ ହୋଇଥିଲା ।

ସହର ରାସ୍ତା ଓ ଛକଗୁଡିକରେ ଭକ୍ତମାନେ ପ୍ରସାଦ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରିଥିଲେ । ଶୋଭାଯାତ୍ରାରେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ରାଜୀବ କୁମାର ଶତପଥୀ, ମୁଖ୍ୟ ସଂଯୋଜକ ଜୟବ୍ରତ ଦେଙ୍କ ସମେତ ଗୋବିନ୍ଦ ଅଗ୍ରୱାଲ, ଅନିଲ ବେହେରା, ଡ.ପ୍ରମୋଦ ରଥ, ସୁଶାନ୍ତ ପୁରୋହିତ, ମାନସ ରଞ୍ଜନ ବକ୍ସି, ଆଶିଷ ବାବୁ, ଅନୁପ ତରିଆ, ରାମଦାଶ ପଣ୍ଡା, ରାମଚନ୍ଦ୍ର ମେହେର, ଅନୁପ ଲାଟା, ପ୍ରଭୁଦତ୍ତ ପଣ୍ଡା, ରୋଚିସ ଦେ, ସୀତାକାନ୍ତି ମେସୁଆ, କଞ୍ଚାନ ଲୁହା, ପ୍ରଦୀପ କୁମାର ସୁପକାରପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅପରପକ୍ଷେ ଏସଆରଆଇଟି କଲୋନୀ ୱେଲଫେୟାର କମିଟି ଶୋଭାଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଥିଲେ । ସେମାନେ ମୁଣ୍ଡରେ ଜୟଶ୍ରୀରାମ ଲେଖାଥିବା ଚୁନରି ବାନ୍ଧି, ହନୁମାନଙ୍କ ଗୁଣଗାନ କରିଥିବା ଦେଖିବାକୁ ମିଳିଥିଲା ।

ସହଯୋଗ ନଗର, ଜଗନ୍ନାଥ କଲୋନୀ, ଫାଟକ, ବୁଢ଼ାରଜା ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରା ପରିକ୍ରମା କରିଥିଲା । ଲୋକବାଦ୍ୟ ସହ ବିଭିନ୍ନ ଦେବୀଦେବ ବେଶରେ ଶିଶୁମାନେ ସାମିଲ ହୋଇଥିଲେ । ଏଥିସହ ଭକ୍ତମାନେ ହନୁମାନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଆଶୀର୍ବାଦ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri