Posted inଜାତୀୟ

ହଂସଖାଲି ଗଣବଳାତ୍କାର, ହତ୍ୟା: ତେଜିଲା ରାଜନୀତି

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗର ନଦୀୟା ଜିଲା ହଂସଖାଲିରେ ଜଣେ ୧୪ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ମାମଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଟାର୍ଗେଟ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଏକ ୫ ସଦସ୍ୟ ବିଶିଷ୍ଟ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟି ଅପରାଧସ୍ଥଳ ପରିଦର୍ଶନ କରି ଯଥାଶୀଘ୍ର ସମ୍ଭବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ଅଧ୍ୟକ୍ଷଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। ଇତିମଧ୍ୟରେ କାଲ୍‌କାଟା ହାଇକୋର୍ଟ ହଂସଖାଲି ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାରତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦେଇଛନ୍ତି।
ନବମ ଶ୍ରେଣୀର ଛାତ୍ରୀ ଗତ ୪ ତାରିଖରେ ମାମଲାର ଅଭିଯୁକ୍ତଙ୍କ ଘରକୁ ଏକ ବାର୍ଥଡେ ପାର୍ଟି ପାଇଁ ଯାଇଥିବାବେଳେ ତାଙ୍କୁ ଘୋଷାଡ଼ି ନେଇ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା। ଏଥିଯୋଗୁ ସେ ପ୍ରାଣ ହରାଇବା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନ କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏପ୍ରିଲ ୧୦ରେ ହଂସଖାଲି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବାରୁ ପୀଡ଼ିତାଙ୍କ ଘର ଲୋକେ ମୁହଁ ଖୋଲି ନ ଥିଲେ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି। ସେପଟେ ଭାଜପା ପକ୍ଷରୁ ୫ ଜଣିଆ କମିଟି ଗଠନ କରାଯିବା ପରେ ଟିଏମ୍‌ସି ସାଧାରଣ ସମ୍ପାଦକ କୁନାଲ ଘୋଷ ଏହା ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓ ଏବଂ ହାଥ୍‌ରସରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଉଥିବା ନେଇ ଅଭିଯୋଗ ହେବା ସମୟରେ ମଧ୍ୟ ଗୈରିକ ଦଳ ଏପରି କମିଟି ଗଢ଼ି ସେଠାକୁ ପଠାଇବା ଉଚିତ ବୋଲି କୁନାଲ କହିଛନ୍ତି। ତେବେ ଏହି ମାମଲା ଉପରେ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗତ ୧୧ ତାରିଖରେ ମମତା ଏକ ସଭାରେ ନାବାଳିକାଙ୍କ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ସେ କହିଥିଲେ, ପୀଡ଼ିତାଙ୍କ ପରିବାର ଲୋକେ ଗଣବଳାତ୍କାର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କହୁଛନ୍ତି। କିନ୍ତୁ ନବମ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ଥିଲେ ଓ ପରିବାରର କାହାଠାରୁ ମାଡ଼ ଖାଇବା ପରେ ପ୍ରାଣ ହରାଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ଟିଏମ୍‌ସି ନେତାଙ୍କ ପୁଅ ହୋଇଥିବାରୁ ସେ ଏପରି କହିଥିବା ବିରୋଧୀ ସିପିଆଇଏମ୍‌ ଅଭିଯୋଗ ଆଣି ମମତା କ୍ଷମା ମାଗନ୍ତୁ ବୋଲି ଦାବି କରିଛି। ଅପରାଧର ୭ ଦିନ ପରେ ପୋଲିସ ସମ୍ପୃକ୍ତ ନେତାଙ୍କ ପୁଅ ୨୧ ବର୍ଷୀୟ ବ୍ରଜଗୋପାଳ ଗୋଓ୍ବାଲାଙ୍କୁ ଗିରଫ କରିଛି। ଭାଜପା ନେତ୍ରୀ ତଥା ମହାଭାରତ ଧାରାବାହିକରେ ପୂର୍ବରୁ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ଏହାକୁ ଦ୍ରୌପଦୀଙ୍କ ବସ୍ତ୍ରହରଣ ଭାବେ ଅଭିହିତ କରିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛଇ। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri