ମିଥ୍ୟା ସତ୍ୟପାଠ ପରେ ହାତଗୁଞ୍ଜା

ଯାଜପୁର ଅଫିସ/ ଧର୍ମଶାଳା,୨୮।୭(ଡି.ଏନ.ଏ.): କଥାରେ ଅଛି ଗରିବ ପାଇଁ ନୀରବ, ନୀରବ ପାଇଁ ଗରିବ। ଯାଜପୁର ଜିଲାରେ ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳେ। ହେଲେ ଧର୍ମଶାଳା ବ୍ଲକରେ ଦୀର୍ଘଦିନ ଧରି ନୀରବ ସାଜି ରାଶନକାର୍ଡ ତାଲିକାରୁ ବାଦ୍‌ ପଡ଼ଥିବା ଗରିବ ଲୋକ ସ୍ବର ଉତ୍ତୋଳନ ଆରମ୍ଭ କରିଛନ୍ତି, ଯାହା ସୋମବାର ମହିସରା ପଞ୍ଚାୟତ ରମ୍ପେଇ ଗ୍ରାମରେ ଦେଖିବାକୁ ମିଳିଛି। ରାଶନକାର୍ଡ ତାଲିକାରୁ ବାଦ୍‌ ପଡ଼ିଥିବା ରମ୍ପେଇର ହିତାଧିକାରୀମାନଙ୍କ ନିକଟକୁ ତଦନ୍ତ ପାଇଁ ଯାଇଥିବା ଯୋଗାଣ ବିଭାଗର ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଜଗମୋହନ ଦାସଙ୍କ ନଁାରେ ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି। ଏମ୍‌ଆଇ ଦାସ କୁଆଡେ ରମ୍ପେଇର ସମ୍ପୃକ୍ତ ହିତାଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ମତ ବଦଳାଇବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଖବର ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ଅଟକ ଥିବା ଏମ୍‌ଆଇ ଦାସଙ୍କୁ ଉଦ୍ଧାର କରିଛି।
ହାଇକୋର୍ଟ ମାମଲାରୁ ବର୍ତ୍ତିବାକୁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ଧର୍ମଶାଳା ବିଡିଓ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ଧରିତ୍ରୀରେ ୧୭ା୭ା୨୦୨୦ରେ ଖବର ପ୍ରକାଶ ପାଇଥିଲା। ଏହାପରେ ରବିବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଘଟଣାର ସିବିଆଇ ତଦନ୍ତ ଏବଂ ଧର୍ମଶାଳା ବିଡିଓଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି। ଧର୍ମଶାଳା ବ୍ଲକରେ ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ନେଇ ଗତ ଏପ୍ରିଲରେ ପର୍ଦ୍ଦାଫାଶ ହୋଇଥିଲା। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ମାଧ୍ୟମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ୧୫ା୫ା୨୦୨୦ରେ ଧର୍ମଶାଳା ବିଡିଓ ଏକ ସତ୍ୟପାଠ ଦାଖଲ କରି ୩୧ ଜଣ ହିତାଧିକାରୀଙ୍କୁ କାହିଁକି ରାଶନକାର୍ଡରୁ ବଞ୍ଚିତ କରାଯାଇଛି ସେ ନେଇ ତଥ୍ୟ ରଖିଥିଲେ। ଅଭିଯୋଗକାରୀ ବେହୁରା ୩ା୭ା୨୦୨୦ରେ ଉକ୍ତ ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରି ପ୍ରତି ଜବାବ ରଖିଥିଲେ। ପାଖର ପଞ୍ଚାୟତ ଛେଳିପଦା ଗ୍ରାମର ଦଲି ମଲିକ ସ୍ବାମୀ-ବେଲାଳସେନ ମଲିକଙ୍କ ରାଶନକାର୍ଡକୁ ଅତ୍ୟଧିକ ବିଦ୍ୟୁତ୍‌ ଖର୍ଚ୍ଚ ପାଇଁ, କମାଗଡ଼ ପଞ୍ଚାୟତ କମାଗଡ଼ ଗ୍ରାମର ଦୀପ୍ତିମୟୀ ମହାରଣା, ସ୍ବାମୀ ଧ୍ରୁବଚରଣ ମହାରଣାଙ୍କ ରାଶନକାର୍ଡକୁ ତାଙ୍କ ଶ୍ୱଶୁର ରେଲୱେ ପେନ୍‌ସନ ପାଉଥିବା ଦର୍ଶାଇ ଏବଂ ମହିସରା ପଞ୍ଚାୟତର ରମ୍ପେଇ ଗ୍ରାମର ସ୍ବର୍ଣ୍ଣଲତା ବିଶ୍ୱାଳ ସ୍ବାମୀ-ମାୟାଧର ବିଶ୍ୱାଳଙ୍କ ରାଶନକାର୍ଡକୁ ୬ ବଖରା କୋଠାଘର ରହିଥିବା ଦର୍ଶାଇ କାଟି ଦିଆଯାଇଛି। ସୋମବାର ପୂର୍ବାହ୍ନରେ ଧର୍ମଶାଳା ଏମ୍‌ଆଇ ଦାସ ରମ୍ପେଇକୁ ଯାଇ ଘଟଣାର ତଦନ୍ତ କରିଥିଲେ। ସେ କୁଆଡ଼େ ସ୍ବର୍ଣ୍ଣଲତାଙ୍କ ପରିବାରବର୍ଗଙ୍କୁ କିଛି ଟଙ୍କା ଦେଇ ମତ ବଦଳାଇବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ତାଙ୍କୁ ଘେରାଉ କରିଥିଲେ। ଆସନ୍ତୁ ଘର ଦେଖନ୍ତୁ, କେଉଁଠି ୬ ବଖରା ପକ୍କା ଘର ଅଛି ବୋଲି ଗ୍ରାମବାସୀ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କୁ ଡାକନ୍ତୁ ତା’ପରେ ଯାଇ ଆପଣଙ୍କୁ ଛଡ଼ାଯିବ ବୋଲି ଗ୍ରାମବାସୀ କହିଥିଲେ।
ଅନ୍ୟପକ୍ଷେ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା କହିଛନ୍ତି, ସାଧାରଣ ଲୋକଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଉଛି। ଗରିବ ଲୋକ ନିଜ ହକ୍‌ ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି। ଆଗାମୀ ଦିନରେ ଏଭଳି ଦୁର୍ନୀତିଖୋର ଅଧିକାରୀଙ୍କ ମୁଖା ଖୋଲିବା ସୁନିଶ୍ଚିତ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ପଚାରିବାରେ ସେ କହିଛନ୍ତି, ଏମ୍‌ଆଇ ଅଭିଯୋଗ ଉପରେ ତଦନ୍ତ ପାଇଁ ଯାଇଥିଲେ। ସେଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏନେଇ ଉପଜିଲାପାଳଙ୍କୁ ଏମ୍‌ଆଇ ଦାସ ସୂଚନା ଦେଇଥିଲେ। ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri