ଜିଆଇ ମାନ୍ୟତା ପାଇଲା ଡଙ୍ଗରିଆଙ୍କ ହାତବୁଣା ଶାଲ୍‌, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା

ରାୟଗଡ଼ା,୩ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍‌ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ମାନ୍ୟତା ମିଳିଛି।

ନିୟମଗିରିରେ ବସବାସ କରୁଥିବା ଏହି ଆଦିମ ଜନଜାତିଙ୍କ ଚଳଣି ସାଧାରଣ ଚାଲିଚଳନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମାନେ ଯେଉଁ ଶାଲ୍‌ ପରିଧାନ କରନ୍ତି ତାହା ନିଜେ ବୁଣିବା ସହ ଏହାକୁ ବିଭିନ୍ନ ରଙ୍ଗବେରଙ୍ଗ ଆକୃତି ଦେଇଥାନ୍ତି। ଉକ୍ତ ଶାଲ୍‌କୁ କାପଡ଼ାଗୁନ୍ଦା ବୋଲି କୁହାଯାଏ। ଏହି କାପଡ଼ାଗୁନ୍ଦା ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ବେଶ୍‌ ପସନ୍ଦ କରିଥାନ୍ତି। ଯାହାଫଳରେ ଏମାନଙ୍କର କାରୁକାର୍ଯ୍ୟ ବର୍ତ୍ତମାନ ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିପାରିଛି ଡଙ୍ଗରିଆ ସମ୍ପ୍ରଦାୟଙ୍କର। ଏହି କାପଡ଼ାଗୁନ୍ଦା ଶାଲ୍‌ ବର୍ତ୍ତମାନ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି ଏବଂ ଏହାକୁ କେବଳ ନିୟମଗିରିର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ବୁଣି ତିଆରି କରୁଛନ୍ତି । ୨୦୨୧ ଅଗଷ୍ଟ ୩ରେ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା। ସେହିଭଳି ଗୁଣପୁର ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ୨୦୨୨ ଏପ୍ରିଲ ୧୩ ତାରିଖରେ ଆବେଦନ ହୋଇଥିଲା। ଇଡିତାଲ ମଧ୍ୟ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌ ମାନ୍ୟତା ସାର୍ଟିଫିକେଟ ନମ୍ବର ୫୪୧ ଏବଂ ଇଡିତାଲ ସାର୍ଟିଫିକେଟ ନମ୍ବର ୫୪୭ ରହିଥିବା ସୂଚନା ମିଳିଛି। ଏହି ମାନ୍ୟତା ପାଇଁ ରାୟଗଡ଼ା ଜିଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଜିଲାବାସୀ ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri