Posted inଖେଳ

ହାମିଲଟନଙ୍କ ୯୩ତମ ଫର୍ମୁଲା ଓ୍ବାନ ବିଜୟ

ଇମୋଲା (ଇାଟାଲୀ):ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଫଳରେ ସବୁଠାରୁ ଅଧିକ ଫର୍ମୁଲା ଓ୍ବାନ ରେସ୍‌ ଜିତିବାରେ ତାଙ୍କ ନାମରେ ଯେଉଁ ରେକର୍ଡ ରହିଛି ତାହା ୯୩କୁ ବୃଦ୍ଧି ପାଇଛି। ହାମିଲଟନ ତାଙ୍କ ଟିମ୍‌ମେଟ ଭାଲଟେରି ବୋଟାସଙ୍କୁ ୫.୭ ସେକେଣ୍ଡ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତ ସପ୍ତାହରେ ହାମିଲଟନ ୯୨ତମ ବିଜୟ ସହ ସୁମାକରଙ୍କ ରେକର୍ଡ ଭଙ୍ଗ କରିଥିଲେ। ରବିବାରର ଏହି ବିଜୟ ଦ୍ୱାରା ମର୍ସିଡିଜ ଟିମ୍‌ କ୍ରମାଗତ ୭ମ ଥର କନଷ୍ଟ୍ରକ୍ଟର୍ସ ଚାମ୍ପିୟନଶିପ୍‌ ଜିତିବାରେ ସମର୍ଥ ହୋଇଛି। ରେନଲ୍ଟର ଡାନିଏଲ ରିକାର୍ଡୋ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପୋଡିୟମ ଫିନିଶ। ଡ୍ରାଇଭର୍ସ ଟାଇଟଲ ଦୌଡ଼ରେ ହାମିଲଟନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଟାସଙ୍କଠାରୁ ୮୫ ପଏଣ୍ଟ ବ୍ୟବଧାନରେ ଶୀର୍ଷରେ ରହିଛନ୍ତି। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ କାର ପଙ୍କଚର ହୋଇଯିବାରୁ ବୋଟାସ ଏହି ତାଲିକାର ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ୨୦୦୬ ପରେ ଇମୋଲାରେ ପ୍ରଥମ ଥର ଫର୍ମୁଲା ଓ୍ବାନ ରେସ୍‌ ଆୟୋଜିତ ହୋଇଥିଲା। ୪ର୍ଥରୁ ୧୦ମ ସ୍ଥାନରେ ରହିଥିବା ଡ୍ରଇଭରମାନେ ଯଥାକ୍ରମେ ହେଲେ ଡାନିଲ କ୍ୟାତ୍‌ (ଆଲ୍‌ଫା ତାଉରି), ଚାର୍ଲସ ଲେକ୍‌ରେକ୍‌ (ଫେରାରି), ସର୍ଗିଓ ପେରେଜ (ରେସିଂ ପଏଣ୍ଟ), ଚାଲର୍‌ସ ସେଞ୍ଜ୍‌ ଜୁନିୟର (ମ୍ୟାକ୍‌ଲରେନ), ଲାଣ୍ଡୋ ନୋରିସ୍‌ (ମ୍ୟାକଲରେନ), କିମି ରାଇକୋନେନ୍‌ (ଆଲ୍‌ଫା ରୋମିଓ), ଆଣ୍ଟୋନିଓ ଜିଓଭିନାଜି (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri