Posted inଖେଳ

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ମିଶାଇ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ଚତୁର୍ଥ ମହିଳା ଖେଳାଳି ହୋଇଛନ୍ତି।

ପୂର୍ବରୁ ମାତ୍ର ତିନିଜଣ ମହିଳା କ୍ରିକେଟର ଏହି ଗୌରବ ହାସଲ କରିଥିଲେ। ଭାରତର ମିତାଲି ରାଜ ୧୦,୮୬୮ ରନ୍, ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ନ୍ୟୁଜିଲ୍ୟାଣ୍ଡ ୧୦,୬୫୨ ରନ୍, ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ ୧୦,୨୭୩ ରନ୍, ଏବଂ ବର୍ତମାନ ଭାରତର ସ୍ମୃତି ମନ୍ଧାନା ୧୦,୦୦୦+ ରନ୍ କରି ଖେଳିବା ଜାରି ରଖିଛନ୍ତି।

ଏହି ମ୍ୟାଚ୍ ପୂର୍ବରୁ ସ୍ମୃତିଙ୍କୁ ୧୦ ହଜାର ରନ୍ ପୂରଣ ପାଇଁ ମାତ୍ର ୨୭ ରନ୍ ଆବଶ୍ୟକ ଥିଲା। ସେ ମାତ୍ର ୪୮ ବଲ୍‌ରୁ ୮୦ ରନ୍‌ର (୧୧ ଚୌକା ଓ ୩ ଛକା) ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।

ସ୍ମୃତି ମାତ୍ର ୨୮୧ଟି ମ୍ୟାଚ୍‌ ଖେଳି ଏହି ସଫଳତା ପାଇଛନ୍ତି, ଯାହା ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ (୨୯୧ ମ୍ୟାଚ୍) ତୁଳନାରେ ଦ୍ରୁତତମ।

୨୦୨୫ ବର୍ଷଟି ସ୍ମୃତିଙ୍କ ପାଇଁ ବେଶ ସଫଳ ରହିଛି। ସେ ଏହି ବର୍ଷ ଦିନିକିଆରେ ସର୍ବାଧିକ ୧୩୬୨ ରନ୍ ସଂଗ୍ରହ କରିବା ସହ ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri