Categories: ଖେଳ

ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ପୋର୍ଟିମାଓ: ବ୍ରିଟିଶ ଡ୍ରାଇଭର ଲୁଇସ୍‌ ହାମିଲଟନ ରବିବାର ପର୍ତ୍ତୁଗୀଜ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ସେ ସବୁଠାରୁ ଅଧିକ ୯୨ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଜର୍ମାନର ମହାନ ଫର୍ମୁଲା ଓ୍ବାନ ଡ୍ରାଇଭର ମାଇକେଲ ସୁମାକରଙ୍କଠାରୁ ସେ ଗୋଟିଏ ବିଜୟ ଅଧିକ ବିଜୟ ହାସଲ କରିଛନ୍ତି। ହାମିଲଟନ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସଙ୍କଠାରୁ ୨୫.୬ ସେକେଣ୍ଡ ଏବଂ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ ୩୪.୫ସେକେଣ୍ଡ ଆଗରେ ରହିଥିଲେ। ଚଳିତ ସିଜନରେ ସେ ପ୍ରାଧାନ୍ୟ ଜାରି ରଖିବା ସହ ୮ମ ଟାଇଟଲ ଜିତିଛନ୍ତି। ଦ୍ରୁତତମ ଲାପ୍‌ ପାଇଁ ସେ ଅତିରିକ୍ତ ପଏଣ୍ଟ ଲାଭ କରିଛନ୍ତି। ସିଜନର ଆଉ ମାତ୍ର ୫ଟି ରେସ୍‌ ବାକି ରହିଥିବାବେଳେ ସେ ଚାମ୍ପିୟନଶିପ୍‌ ଟେବୁଲରେ ପ୍ରଥମ ସ୍ଥାନରେ ରହିଥିବା ହାମିଲଟନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଟାସଙ୍କଠାରୁ ୭୭ ପଏଣ୍ଟରେ ଅଗ୍ରଣୀ ରହିଛନ୍ତି। ବ୍ରିଟିଶ ଡ୍ରାଇଭର ତାଙ୍କ କ୍ୟାରିୟରରେ ୯୭ ପୋଲ୍‌ ପୋଜିଶନ ହାସଲ କରିସାରିଲେଣି, ଯାହାକି ଏକ ରେକର୍ଡ। ଚାମ୍ପିୟନଶିପ୍‌ ଲିଡର ଭାବେ ସୁମାକର( ୭)ଙ୍କ ରେକର୍ଡ ସମକକ୍ଷ ହେବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଛି।

Share