Categories: ଖେଳ

ହାମିଲ୍‌ଟନଙ୍କୁ ନାଇଟ୍‌ ଉପାଧି

ଲଣ୍ଡନ, ୧ା୧(ଏପି)-ସାତ ଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କୁ ନାଇଟ୍‌ ଉପାଧି ମିଳିଛି। କୁଇନ୍‌ ଏଲିଜାବେଥ୍‌-୨ଙ୍କ ନୂଆବର୍ଷର ରାଜକୀୟ ସମ୍ମାନ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇଛି। ଏଣିକି ସେ ‘ସାର୍‌’ ଲୁଇସ୍‌ ହାମିଲଟନ ଭାବେ ପରିଚିତ ହେବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ରିଟିଶ ନାଗରିକଙ୍କୁ ସ୍ବୀକୃତି ପ୍ରଦାନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ବିଶିଷ୍ଟ ରାଜନେତା, ଅଭିନେତା, ସରକାରୀ କର୍ମଚାରୀ ଓ କରୋନା ଭାଇରସକୁ ପରାସ୍ତ କରିବା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟକରିଥିବା ବ୍ୟକ୍ତିବିଶେଷଙ୍କ ନାମ ସ୍ଥାନ ପାଇଛି। ଗତମାସରେ ୭ମ ଫର୍ମୁଲା ଓ୍ବାନ୍‌ ଟାଇଟଲ ସହ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷ ହେବାପରେ ହାମିଲଟନ କହିଥିଲେ ତାଙ୍କର ଏହି ସଫଳତା ପଛରେ ବ୍ଲାକ୍‌ ଲାଇଭ୍ସ ମ୍ୟାଟର ମୁଭମେଣ୍ଟର ପ୍ରେରଣାର ଭୂମିକା ରହିଛି।

Share