Posted inଖେଳ

ହାମିଲଟନଙ୍କୁ ୭ମ ବିଶ୍ୱ ଟାଇଟଲ

ଫର୍ମୁଲାଓ୍ବାନ ମୋଟରରେସିଂ
* ମାଇକେଲ ସୁମାକରଙ୍କ ସମକକ୍ଷ
* ଚଳିତ ସିଜନରେ ୧୦ ଗ୍ରାଁ ପ୍ରି ବିଜୟ
* ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ ୯୪

ଇସ୍ତାନବୁଲ, ୧୬।୧୧- ରବିବାର ଅନୁଷ୍ଠିତ ତୁର୍କୀଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଏଥିସହ ସେ ୭ମଥର ପାଇଁ ବିଶ୍ୱ ଟାଇଟଲ ଜିତି ଫର୍ମୁଲାଓ୍ବାନ କିମ୍ବଦନ୍ତୀ ଜର୍ମାନୀର ମାଇକେଲ ସୁମାକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତାଙ୍କ ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ ମଧ୍ୟ ୯୪କୁ ବୃଦ୍ଧି ପାଇଛି। ମର୍ସିଡିଜ୍‌ ପାଇଁ ୬ଷ୍ଠ ଟାଇଟଲ ଜିତିବାକୁ ହେଲେ ହାମିଲଟନଙ୍କୁ ଏଠାରେ କେବଳ ନିଜ ଟିମ୍‌ମେଟ୍‌ ଭାଲଟେରୀ ବୋଟାସଙ୍କ ପୂର୍ବରୁ ରେସ୍‌ ଶେଷ କରିବା ଆବଶ୍ୟକ ହେଉଥିଲା। ମାତ୍ର ନୈରାଶ୍ୟଜନକଭାବେ ଆରମ୍ଭ କରିଥିବା ବୋଟାସ ୧୪ତମ ସ୍ଥାନରେ ସନ୍ତୁଷ୍ଟ ରହିବାରୁ ହାମିଲଟନଙ୍କ ଟାଇଟଲ ହାସଲ ନିଶ୍ଚିତ ହୋଇ ଯାଇଥିଲା। ଏହି ବ୍ରିଟେନ ଡ୍ରାଇଭର ମର୍ସିଡିଜ୍‌ ପାଇଁ ୬ ଥର ଏବଂ ୨୦୦୮ରେ ମ୍ୟାକଲରେନ ଡ୍ରାଇଭ୍‌କରି ଥରେ ବିଶ୍ୱ ଚାମ୍ପିୟନ ହୋଇଥିଲେ। ରେସ୍‌ ଅବସରରେ ଶେଷ ଲାଇନ୍‌ କ୍ରସ୍‌ କରିବାପରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ତୁର୍କୀଶ୍‌ ଗ୍ରାଁ ପ୍ରିରେ ୬ଷ୍ଠସ୍ଥାନରୁ ରେସ୍‌ ଆରମ୍ଭ କରିଥିଲେ ହେଁ ଅନ୍ୟ ଟିମ୍‌ ଗୁଡ଼ିକର ତ୍ରୁଟି ଏବଂ ଟାୟାର ପରିବର୍ତ୍ତନ କୌଶଳରୁ ସେ ଫାଇଦା ଉଠାଇ କ୍ରମାଗତ ୪ର୍ଥ ଏବଂ ଚଳିତ ସିଜନର ୧୦ମ ଗ୍ରାଁ ପ୍ରି ବିଜୟୀ ହୋଇଥିଲେ।

ହାମିଲଟନ ଏଠାରେ ୧:୪୨:୧୯.୩୧୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରେସିଂ ପଏଣ୍ଟର ସର୍ଗିଓ ପେରେଜ ୩୧.୬୩୩ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ଏବଂ ଫେରାରୀର ସେବାଷ୍ଟିଆନ ଭେଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟ ଡ୍ରାଇଭରଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ମ୍ୟାକ୍‌ଲରେନର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ, ଆଲେକଜାଣ୍ଡର ଆଲ୍‌ବନ, ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ, ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲ୍‌ ଏବଂ ରେନଲ୍ଟର ଡାନିଏଲ ରିକାର୍ଡୋ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ଫଳରେ ଏହି ୧୦ ଡ୍ରାଇଭରଙ୍କୁ ଯଥାକ୍ରମେ ୨୫, ୧୮, ୧୫, ୧୨, ୧୦, ୮, ୬, ୫, ୨, ୧ ପଏଣ୍ଟ ମିଳିଥିଲା। ସିଜନ ଶେଷ ବାହାରିନ୍‌ ଗ୍ରାଁ ପ୍ରି ଚଳିତମାସ ୨୯ରେ ଅନୁଷ୍ଠିତ ହେବ। ମାତ୍ର ଏହି ଗ୍ରାଁ ପ୍ରି ପୂର୍ବରୁ ହାମିଲଟନ ନିଜ ୭ମ ବିଶ୍ୱ ଟାଇଟଲ ସ୍ପଷ୍ଟ କରି ଦକ୍ଷତାର ପ୍ରମାଣ ଦେଇଛନ୍ତି। ତୁର୍କୀଶ୍‌ ଗ୍ରାଁ ପ୍ରି ସହିତ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୩୦୭ରେ ପହଞ୍ଚତ୍ଛି। ତାଙ୍କ ଟିମ୍‌ମେଟ୍‌ ବୋଟାସ ୧୯୭ ଏବଂ ରେଡ୍‌ବୁଲ୍‌ର ଭର୍ଷ୍ଟାପେନ୍‌ ୧୭୦ ପଏଣ୍ଟ ପାଇ ବହୁ ପଛରେ ପଡ଼ିଛନ୍ତି। ହାମିଲଟନଙ୍କ ମର୍ସିଡିଜ୍‌ ଟିମ୍‌ ଏଥର ମଧ୍ୟ କନ୍‌ଷ୍ଟ୍ରକ୍ଟର ଟାଇଟଲ ଜିତିବା ନିଶ୍ଚିତ ହୋଇ ଯାଇଛି। ଏହି ଟିମ୍‌ ୫୦୭ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ରେଡ୍‌ବୁଲ୍‌ ଟିମ୍‌ ୨୪୦ ପଏଣ୍ଟ ପାଇ ବହୁ ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri