Posted inଖେଳ

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ନର୍‌ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍‌ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍‌ରେ ସବୁଠାରୁ ଅଧିକ ରେସ୍‌ ଜିତି ମାଇକେଲ ସୁମାକର କରିଥିବା ରେକର୍ଡର ସେ ସମକକ୍ଷ ହୋଇ ପାରିଛନ୍ତି। ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରିରେ ହାମିଲଟନ ତାଙ୍କ କ୍ୟାରିୟରର ୯୧ତମ ବିଜୟ ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ ଟେବୁଲ୍‌ର ପ୍ରଥମ ସ୍ଥାନରେ ସେ ତାଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌ମେଟ୍‌ ଭାଲଟୋରୀ ବୋଟାସଙ୍କଠାରୁ ପଏଣ୍ଟ ବ୍ୟବଧାନ ୬୯କୁ ବୃଦ୍ଧି କରିପାରିଛନ୍ତି। ରେସ୍‌ ବେଳେ କାର୍‌ରେ ସମସ୍ୟା ଦେଖାଦେବାରୁ ଫିନ୍‌ଲାଣ୍ଡ ଡ୍ରାଇଭର ବୋଟାସ୍‌ ରେସ୍‌ ଅଧାରୁ ଓହରିଯାଇଥିଲେ। ତେବେ ସେ ପର୍ଯ୍ୟନ୍ତ ହାମିଲଟନଙ୍କୁ କଡ଼ା ଟକ୍କର ଦେଇ ଆସୁଥିଲେ। ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ରେନଲ୍ଟର ଡାନିଏଲ ରିକାର୍ଡୋ ତୃତୀୟ ହୋଇଥିଲେ। ୨୦୧୬ରେ ଜଣେ କନଷ୍ଟ୍ରକ୍ଟର ଭାବେ ଫର୍ମୁଲାଓ୍ବାନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ରିକାର୍ଡୋ ରେନଲ୍ଟକୁ ପ୍ରଥମ ପୋଡିୟମ ଫିନିସ୍‌ କରାଇଛନ୍ତି। ହାମିଲଟନ ଯଦି ଚଳିତ ବର୍ଷର ଅବଶିଷ୍ଟ ୬ଟି ରେସ୍‌ ମଧ୍ୟରୁ ତିନୋଟିରେ ବିଜୟ ହାସଲ କରନ୍ତି ତେବେ ୭ମ ଥର ବିଶ୍ୱ ଟାଇଟଲ ହାସଲ କରିବେ। ସୁମାକରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅନ୍ୟ ଏକ ରେକର୍ଡର ସେ ସମକକ୍ଷ ହୋଇ ପାରିବେ। ରବିବାର ରେସ୍‌ରେ ୪ର୍ଥରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ ରହିଥିଲେ ସର୍ଗିଓ ପେରେଜ୍‌ (ରେସିଂ ପଏଣ୍ଟ), କାର୍ଲୋସ ସେଞ୍ଜ ଜୁନିୟର(ମ୍ୟାକ୍‌ଲରେନ), ପିଏରେ ଗାସ୍‌ଲି(ଆଲ୍‌ଫା ତାଉରି), ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), ନିକୋ ହକେନ୍‌ବର୍ଗ (ରେସିଂ ପଏଣ୍ଟ), ରୋମେନ୍‌ ଗ୍ରୋସ୍‌ଜେଁ (ହାସ୍‌) ଓ ଆଣ୍ଟୋନିଓ ଗ୍ଲୋଭିଆଞ୍ଜି (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri