ଜେରୁଜେଲମ,୭।୪: ଗତ କିଛି ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ରବିବାର ଗାଜା ଏବଂ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ପୁଣି ଥରେ ଖରାପ ହୋଇଛି। ଦକ୍ଷିଣ ଇସ୍ରାଏଲର ସହରଗୁଡ଼ିକ ଉପରେ ହମାସ ରକେଟ ମାଡ଼ କରିଥିଲା, ଯାହା ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଆକାଶରେ ଧ୍ୱଂସ କରାଯାଇଥିଲା। ଗାଜାରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ‘ନରସଂହାର’ର ପ୍ରତିଶୋଧ ପାଇଁ ଏହି ଆକ୍ରମଣ କରାଯାଇଥିବା ହମାସ ଦାବି କରିଛି।
ଇସ୍ରାଏଲୀ ସେନା ଅନୁଯାୟୀ, ମୋଟ ପ୍ରାୟ ୧୦ଟି ରକେଟ ମାଡ଼ କରାଯାଇଥିଲା, ଯାହା ମଧ୍ୟରୁ ଅଧିକାଂଶକୁ ସଫଳତାର ସହ ପ୍ରତିରୋଧ କରାଯାଇଥିଲା। କିନ୍ତୁ ଗୋଟିଏ ରକେଟ ଦକ୍ଷିଣ ସହର ଆସ୍କେଲନରେ ପଡ଼ିଥିଲା, ଯେଉଁଥିରେ ଜଣେ ଆହତ ହୋଇଥିଲେ।
ଇସ୍ରାଏଲୀ ଜରୁରୀକାଳୀନ ସେବା କହିଛି ଯେ ଆହତ ବ୍ୟକ୍ତିଙ୍କୁ ଗୁଳି ବାଜିଥିଲା ଏବଂ ତାଙ୍କର ଚିକିତ୍ସା କରାଯାଉଛି। ଘଟଣାସ୍ଥଳକୁ ରିଲିଫ ଏବଂ ଉଦ୍ଧାର ଦଳ ପଠାଯାଇଛି। ଇସ୍ରାଏଲୀ ଜରୁରୀକାଳୀନ ସେବା ଦ୍ୱାରା ଶେୟାର କରାଯାଇଥିବା ଭିଡିଓଗୁଡ଼ିକରେ ଚୂରମାର ହୋଇଥିବା କାର ଏବଂ ରାସ୍ତାରେ ବିଛାଡ଼ି ହୋଇଥିବାର ଦେଖାଯାଇଛି।
ହମାସ ରକେଟ ଆକ୍ରମଣର କିଛି ଘଣ୍ଟା ପରେ, ଇସ୍ରାଏଲୀ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଇର ଅଲ-ବାଲାହ ସହରର କିଛି ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଥିଲା। ‘ଆକ୍ରମଣ ପୂର୍ବରୁ ଏହା ଶେଷ ଚେତାବନୀ,’ ବୋଲି ବିବୃତ୍ତିରେ ଲେଖାଯାଇଛି।
This is just one neighborhood in Israel hit by Hamas rocket fire tonight.
Hamas continues to hide behind Gazan civilians while firing at Israeli civilians.
We will continue to defend Israelis from the threat of terrorism. pic.twitter.com/AO5psGRfRq
— Israel Defense Forces (@IDF) April 6, 2025

