ଇସ୍ରାଏଲ୍‌ ଉପରେ ରକେଟ ମାଡ଼ କଲା ହମାସ୍‌

ଗାଜା ଷ୍ଟ୍ରିପ୍‌,୨୬ା୫:ରାଫାହରେ ଯୁଦ୍ଧବିରତି ପାଇଁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ୍‌ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାର ପ୍ରତିବାଦରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ପୁଣି ଥରେ ବଡ଼ ଟାର୍ଗେଟ କରିଛି। ଇହୁଦୀମାନଙ୍କ ନାଗରିକ ଗଣହତ୍ୟା ବିରୋଧରେ ଇସ୍ରାଏଲ୍‌ ଉପରେ ରବିବାର ରକେଟ ମାଡ଼ କରାଯାଇଥିବା ହମାସ୍‌ ପକ୍ଷରୁ କୁହାଯାଇଛି।

ହମାସ୍‌ ସଶସ୍ତ୍ର ବାହିନୀ ଅଲ୍‌-କାସମ୍‌ ବ୍ରିଗେଡ୍‌ ଏନେଇ ନିଜ ଟେଲିଗ୍ରାମ୍‌ ଚ୍ୟାନେଲରେ ଏକ ବିବୃତି କରିଛି। ତେଲ୍‌ ଆଭିଭ୍‌ ଉପରେ ବଡ଼ ମିଶାଇଲ୍‌ ଆକ୍ରମଣ କରାଯାଇଥିବା ବିଷୟ ଏଥିରେ କୁହାଯାଇଛି।
ଏହି ସମସ୍ତ ରକେଟ୍‌ ଗାଜା ଷ୍ଟ୍ରିପ୍‌ରୁ ଛଡ଼ାଯାଇଥିବା ହମାସ୍‌ ଅଲ୍‌-ଅକ୍ସା ଟିଭି କହିଛି। ଗତ ୪ ମାସ ହେଲା ତେଲ୍‌ ଆଭିଭ୍‌ରେ ରକେଟ୍‌ ସାଇରନ୍‌ ଶୁଣିବାକୁ ମିଳି ନ ଥିଲା। କିନ୍ତୁ ରବିବାର ହଠାତ୍‌ ସାଇରନ୍‌ ବାଜିବାର କାରଣ ସମ୍ପର୍କରେ ଇସ୍ରାଏଲ୍‌ କିଛି କହିନାହିଁ। ଏହି ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ଇସ୍ରାଏଲୀ ଏମର୍ଜେନ୍ସି ମେଡିକାଲ ସର୍ଭିସେସ୍‌ ସୂଚନା ଦେଇଛି। ଇସ୍ରାଏଲ୍‌ ସେନା କହିଛି, ରାଫାରୁ ଛଡ଼ାଯାଇଥିବା ୮ ପ୍ରୋଜେକ୍ଟାଇଲ୍‌ ଇସ୍ରାଏଲ୍‌କୁ ଅତିକ୍ରମ କରିଛି। ଅନ୍ୟ ମିଶାଇଲଗୁଡ଼ିକୁ ଇଣ୍ଟରସେଫ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri