Posted inଫୁରସତ

ଅଧା ଶରୀର ମଣିଷ, ଆଉ ଅଧା ମେଶିନ

ଟେକ୍ନୋଲୋଜି କ୍ଷେତ୍ରରେ ଆଜି ବିଶ୍ୱ ବହୁ ଆଗକୁ ଯାଇଛି। ଯଦିଓ ବୈଜ୍ଞାନିକମାନେ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସମ୍ପୂର୍ଣ୍ଣ ମଣିଷ ତିଆରି କରିପାରି ନାହାନ୍ତି ତଥାପି ଅଧା ମଣିଷ ଏବଂ ଅଧା ରୋବଟ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ରିଟେନର ଜଣେ ବୈଜ୍ଞାନିକ ନିଜକୁ ‘ରୋବଟ ମ୍ୟାନ୍‌’ରେ ପରିଣତ କରିଛନ୍ତି। ତାଙ୍କୁ ଦୁନିଆର ପ୍ରଥମ ରୋବୋ ମ୍ୟାନ୍‌ କୁହାଯାଉଛି। ଏହି ବୈଜ୍ଞାନିକଙ୍କୁ ଡକ୍ଟର ପିଟର ସ୍କଟ ମୋର୍ଗାନ ଭାବରେ ଜଣାଶୁଣା। ତାଙ୍କୁ ୬୨ ବର୍ଷ। ସେ ନିଜକୁ ଜୀବିତ ରଖିବା ପାଇଁ ସାରା ବିଶ୍ୱରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ଡକ୍ଟର ପିଟର ସ୍କଟ ମୋର୍ଗାନଙ୍କୁ ମୋଟର ନ୍ୟୁରନ ନାମକ ଏକ ସାଂଘାତିକ ରୋଗ ହୋଇଥିଲା। ଯେଉଁ କାରଣରୁ ତାଙ୍କ ମାଂସପେଶୀ ନଷ୍ଟ ହୋଇଯାଇଥିଲା। ତାଙ୍କ ଶରୀରର ଅଧା ଅଙ୍ଗ କାମ କଲା ନାହିଁ। ପରେ ସେ ବିଜ୍ଞାନକୁ ବ୍ୟବହାର କଲେ ଏବଂ ରୋବେଟିକ୍ସ ବ୍ୟବହାର କରି ତାଙ୍କ ଜୀବନରେ ଏକ ନୂତନ ଦିଗ ଆରମ୍ଭ କଲେ। ବର୍ତ୍ତମାନ ଡକ୍ଟର ପିଟର ମେଶିନ ସାହାଯ୍ୟରେ ତାଙ୍କର ସମସ୍ତ କାର୍ଯ୍ୟ ସହଜରେ କରନ୍ତି। ଯାହା ଜଣେ ସୁସ୍ଥ ବ୍ୟକ୍ତି କରିପାରନ୍ତି।

୨୦୧୭ରେ ଡକ୍ଟର ମୋର୍ଗାନ ଏହି ବିରଳ ମାଂସପେଶୀ ନଷ୍ଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ୨୦୧୯ରେ ସେ ନିଜକୁ ଅଧା ମାନବ ଏବଂ ଅଧା ରୋବଟରେ ପରିଣତ କରିବା ଆରମ୍ଭ କଲେ। ଆଜି ସେ କେବଳ ଜୀବିତ ନୁହନ୍ତି ବରଂ ବିଶ୍ୱ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି। ସେ କୁହନ୍ତି, ମୁଁ ସବୁବେଳେ ବିଶ୍ୱାସ କରୁଥିଲି ଯେ, ଜୀବନରେ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଅନେକ ଖରାପ ଜିନିଷ ପରିବର୍ତ୍ତନ କରାଯାଇପାରିବ। ଯାହା ଆଜି ସମ୍ଭବ ହୋଇପାରିଛି। ବର୍ତ୍ତମାନ ସେ ଭେଣ୍ଟିଲେଟର ମାଧ୍ୟମରେ ନିଶ୍ୱାସ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri