Categories: ଖେଳ

ହାଲେପ୍‌ଙ୍କୁ ପ୍ରଥମ ଇଟାଲିଆନ ଓପନ୍‌ ଟାଇଟଲ

ରୋମ୍‌, ୨୨ା୯ (ଏପି)-ଫାଇନାଲ ମ୍ୟାଚ୍‌ ଅଧାରୁ ଓହରିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ସୋମବାର ପ୍ରଥମ ଥର ଇଟାଲିଆ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ହାଲେପ୍‌ ୬-୦, ୨-୧ରେ ଅଗ୍ରଣୀ ରହିଥିବାବେଳେ ଇଞ୍ଜୁରି ଯୋଗୁ ପ୍ଲିସ୍‌କୋଭା ଖେଳିବା ବନ୍ଦ କରିଦେଇଥିଲେ। ପ୍ରଥମ ସେଟ୍‌ ଖେଳ ବେଳେ ହାଲେପ୍‌ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭବ କରିଥିଲେ। ଟ୍ରେନର ତାଙ୍କର ଚିକିତ୍ସା କରାଇଥିଲେ। ସୂଚନାଯୋଗ୍ୟ, ହାଲେପ୍‌ ୨୦୧୭ ଓ ୨୦୧୮ ରୋମ୍‌ ଫାଇନାଲରେ ଏଲିନା ସ୍ବିତୋଲିନାଙ୍କଠାରୁ ହାରି ଯାଇଥିଲେ। ହାଲେପ୍‌ ଫେବୃୟାରୀରେ ଦୁବାଇରେ ଏକ ଟାଇଟଲ ଜିତିଥିଲେ। କରୋନା ମହାମାରୀ ଯୋଗୁ ୫ ମାସ ଧରି ଟୁର୍‌ ସ୍ଥଗିତ ରହିଥିଲା। ରୋମାନିଆର ଏହି ଖେଳାଳି ଗତମାସରେ ପ୍ରେଗ୍‌ରେ ଆଉ ଏକ ଟ୍ରଫି ଜିତିଥିଲେ। ତେବେ କରୋନା ଭାଇରସ୍‌ ପାଇଁ ନିଜ ସ୍ବାସ୍ଥ୍ୟଗତ ସୁରକ୍ଷା ଲାଗି ସେ ୟୁଏସ୍‌ ଓପନ୍‌ରୁ ଓହରି ଯାଇଥିଲେ।

Share