Categories: ଖେଳ

ବିଜୟ ସହ କ୍ଲେକୋର୍ଟ ସିଜନ ଆରମ୍ଭ କଲେ ହାଲେପ୍‌

ଷ୍ଟଟଗାର୍ଟ (ଜର୍ମାନୀ), ୨୪ା୪ ମାର୍କେଟା ଭୋନ୍ଦ୍ରୋସେଭୋଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ରୋମାନିଆର ସିମୋନା ହାଲେପ୍‌ ପୋର୍ଶ୍ଚେ ଗ୍ରଁାପ୍ରି ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଇଞ୍ଜୁରିରୁ ଫେରିଥିବା ହାଲେପ୍‌ ତାଙ୍କ କ୍ଲେକୋର୍ଟ ସିଜନ ଆରମ୍ଭ କରିଛନ୍ତି। କାନ୍ଧରେ ଆଘାତପ୍ରାପ୍ତ ଯୋଗୁ ରୋମାନିଆର ଏହି ତୃତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ପ୍ରଥମ ଥର ଟେନିସ କୋର୍ଟକୁ ଫେରିଛନ୍ତି। ଫେବୃୟାରୀରେ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟରଫାଇନାଲରେ ସେରେନା ଓ୍ବିଲିୟମ୍ସଙ୍କଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହେବା ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ମ୍ୟାଚ। ହାଲେପ୍‌ କ୍ୱାର୍ଟରଫାଇନାଲରେ ରୁଷିଆର ଏକାଟରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କ ସହ ମୁକାବିଲା କରିବେ। ଆଲକ୍‌ଜାଣ୍ଡ୍ରୋଭା ୮ମ ସିଡ୍‌ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ୬-୧, ୭-୫ ସେଟ୍‌ରେ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଅନ୍ୟଏକ ମ୍ୟାଚରେ ଏଲିନା ସ୍ବୀତୋଲିନା ୩ଥର ଗ୍ରାଣ୍ଡସ୍ଲାମ ବିଜେତା ଆଞ୍ଜେଲିକ୍‌ କର୍ବରଙ୍କୁ ୭-୬ (୪), ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ସେହିପରି ଅନ୍ୟ ଏକ ମ୍ୟାଚରେ କରୋନିଲା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋଙ୍କୁ ୬-୭ (୭), ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଆସ୍‌ଲେ ବାର୍ଟିଙ୍କୁ ଭେଟିବେ।

Share