କେଶ ରହିବ କଳା

ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅଳ୍ପ ବୟସରୁ ଅନେକଙ୍କର କେଶ ପାଚୁଥିବା ଦେଖିବାକୁ ମିଳୁଛି। ଯାହାକୁ ଲୁଚାଇବା ଲାଗି ଅନେକେ ରଙ୍ଗ ବ୍ୟବହାର କରୁଛନ୍ତି। ହେଲେ ଏଭଳି ରଙ୍ଗରେ ଥିବା ହାନିକାରକ କେମିକାଲ୍ସ ପରବର୍ତ୍ତୀ ସମୟରେ କେଶ ଝଡ଼ିବାର କାରଣ ସାଜୁଛି। ତେଣୁ କେଉଁ ସବୁ ପ୍ରାକୃତିକ ଉପଚାର ଆପଣେଇଲେ କେଶ କଳା ରହିବା ସହ
ନ ଝଡ଼ିବ ସେ ସମ୍ପର୍କରେ…
ପ୍ରତିଦିନ ଅଁଳା ରସ ପିଇବା ଦ୍ୱାରା କେଶ ସମସ୍ୟା ଦୂର ହୋଇଥାଏ। ମେହେନ୍ଦିରେ ଅଁଳା ପାଉଡ଼ର ମିଶାଇ ହେୟାର ପ୍ୟାକ୍‌ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ମଧ୍ୟ କେଶ କଳା ହେବା ସହ ମଜଭୁତ୍‌ ରହିଥାଏ। କେବଳ ଏତିକି ନୁହେଁ ନଡ଼ିଆ ତେଲରେ ଅଁଳାକୁ ଭଲ ଭାବେ ଫୁଟାଇ ଉକ୍ତ ତେଲକୁ ଥଣ୍ଡା କରି ଏକ ବୋତଲରେ ରଖନ୍ତୁ। ସପ୍ତାହରେ ଦୁଇଥର ଏହାକୁ କେଶରେ ଲଗାଇବା ଦ୍ୱାରା ମଧ୍ୟ ଉପକୃତ ହୋଇପାରିବେ।
କେଶ ପାଚିବା ସମସ୍ୟା ଦୂର କରିବାରେ ଚା ଏବଂ କଫି ଲାଭଦାୟକ। ଏକ ଚାମଚ ଚାପତିକୁ ଏକ କପ୍‌ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରିବା ପରେ ସେଥିରେ ଅଳ୍ପ କଫି ପାଉଡ଼ର ମିଶାନ୍ତୁ। କେଶ ଶାମ୍ପୁ କରିବା ପରେ ଏହି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏପରି କରିବା ଦ୍ୱାରା କେଶ ଧିରେ ଧିରେ କଳା ହେବ।
ଏକ କପ୍‌ ଭୁର୍ସଙ୍ଗ ପତ୍ର ସହ ୨ ଚାମଚ ଅଁଳା ପାଉଡ଼ର ଏବଂ ୨ ଚାମଚ ବ୍ରାହ୍ମି ପାଉଡ଼ର ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହି ମାସ୍କକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ଛାଡି ଦିଅନ୍ତୁ। ଏକ ଘଣ୍ଟା ପରେ ମାଇଲ୍ଡ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କଲେ କେଶ କଳା ହେବାରେ ସାହାଯ୍ୟ କରିବ।
ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ କେଶରେ ମସାଜ କରିବା ଦ୍ୱାରା ମଧ୍ୟ କେଶ କଳା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri