ହାଫିଜ୍‌ ସୟିଦଙ୍କୁ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୨୬।୧୨: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ନେତା ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗତବର୍ଷଠାରୁ ଜେଲ୍‌ରେ ଥିବା ସୟିଦଙ୍କ ବିରୋଧରେ ୩ଟି ମାମଲାର ରାୟ ପ୍ରକାଶ ପାଇଛି। ତାଙ୍କ ବ୍ୟତୀତ ହାଫିଜ୍‌ ହବଦୁଲ ସଲାମ, ଜାଫର ଇକ୍‌ବାଲ, ମହମ୍ମଦ ଅଶ୍ରଫ ଏବଂ ୟାହ୍ୟା ମୁଜାହିଦ୍‌ଙ୍କୁ ୧୫ ବର୍ଷ ୬ ମାସ ଲେଖାଏ ଜେଲ୍‌ଦଣ୍ଡ ହୋଇଛି। ସେହିପରି ହାଫିଜ୍‌ ଅବଦୁଲ ରେହମାନ ମାକ୍କିଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ମିଳିଛି। ଜେଲ୍‌ଦଣ୍ଡ ସମେତ ଅପରାଧୀମାନେ ୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ପୈଠ କରିବେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ନଭେମ୍ବର ୧୯ରେ ସୟିଦ ଓ ଅନ୍ୟ ୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଆରବରେ ଆମେରିକା ବାଣିଜ୍ୟ ଦୂତାବାସ ବାହାରେ ଗୁଳିକାଣ୍ଡ, ଗାର୍ଡ ସହ ଆକ୍ରମଣକାରୀ ମୃତ

ରିୟାଦ,୨୯।୬: ଜେଦ୍ଦାରେ ଆମେରିକା ବାଣିଜ୍ୟ ଦୂତାବାସ ଭବନ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇବାରୁ ସେ ନିଜେ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା...

ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ

ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍‌ (୨୬) ନାମକ ଏହି...

ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !

ଇସଲାମାବାଦ୍‌,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍‌ ଉଲେମା ଇ-ଇସଲାମ୍‌-ଫଜଲ୍‌ ମୁଖ୍ୟ ମୌଲାନା ଫଜଲୁର୍‌ ରହେମାନ ସୋମବାର ସୂଚନା...

ୟୁକ୍ରେନ୍‌ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…

ଜେନେଭା, ୧।୨ : ୟୁକ୍ରେନ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ...

ବାଇଡେନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବୈଠକରେ ଭାରତର ଅର୍ଥନୈତିକ କରିଡରକୁ ପ୍ରଶଂସା

ଓ୍ବାଶିଂଟନ୍‌,୨୧।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ...

ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା କଲା ରୁଷିଆ…

ମସ୍କୋ, ୨୬।୬ : ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରାଯାଇଛି। ଏହାଯୋଗୁ ପୂର୍ବ ଲୁହାନସ୍କ ଅଞ୍ଚଳର ସେଭେରୋଡୋନସ୍କ ଏବଂ ଲିସିଚସ୍କ...

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ ସମୁଦ୍ର ତଟରେ ୫୧ଟି ପାଇଲଟ ତିମିଙ୍କର ମୃତ୍ୟୁ ଘଟିଛି। ପାର୍କ ଏବଂ ୱାଇଲ୍ଡ ଲାଇଫ ସର୍ଭିସ କହିଛି, ପଶ୍ଚିମ ଅଷ୍ଟ୍ରେଲିଆର ଚେନ୍ସ ବେଳାଭୂମିରେ ପ୍ରାୟ...

ଶତ୍ରୁର ଶତ୍ରୁ ମିତ୍ର, ଭାରତ ଉଦ୍ଦେଶ୍ୟରେ ଆମେରିକା ନୌସେନା ଅଧିକାରୀଙ୍କ ମନ୍ତବ୍ୟ…

ଓ୍ବାଶିଂଟନ, ୨୭।୮ : କୁହାଯାଏ ଯେ ଶତ୍ରୁର ଶତ୍ରୁ ମିତ୍ର। ଚାଇନା ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ଆମେରିକା ବର୍ତ୍ତମାନ ଭାରତକୁ ମିତ୍ର ଭୂମିକାରେ...

Advertisement
Archives

Model This Week