କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍‌’ର ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର,୨୮।୫(ଅନୁରାଧା ମହାରଣା):ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ କରିବା ସହ ହାବାସପୁରୀ ହସ୍ତତନ୍ତ ଉପରେ ପ୍ରସ୍ତୁତ ଫିଚର ଡକ୍ୟୁମେଣ୍ଟାରିର ପୋଷ୍ଟର ଉନ୍ମୋଚନ କରିଛନ୍ତି। ସେ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଥମଥର ଆସିଛନ୍ତି। ତେବେ ଆଗକୁ ରିଲିଜ୍‌ ହେବାକୁ ଥିବା ଏହି ଦ୍ୱିଭାଷୀ ଫିଚର ଡକ୍ୟୁମେଣ୍ଟାରିର ନଁା ରହିଛି ‘ହାବାସପୁରୀ ୱେଭିଙ୍ଗ୍‌: ଦ ସେକେଣ୍ଡ ଏଣ୍ଡ୍‌ ଲାଷ୍ଟ ଡେଥ୍‌’।
ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲାର ଏକ ଅନନ୍ୟ, ପୁରାତନ, ପ୍ରଶଂସିତ, କିନ୍ତୁ ପ୍ରାୟ ବିଲୁପ୍ତ ହୋଇଯାଇଥିବା ହାବାସପୁରୀ ହସ୍ତତନ୍ତ ପରମ୍ପରାର କାହାଣୀ ରହିଛି। ପୂର୍ବରୁ ତାଙ୍କର ହସ୍ତତନ୍ତ ଡକ୍ୟୁମେଣ୍ଟାରି ‘କୋଟପାଡ ୱେଭିଙ୍ଗ୍‌: ଡ ଷ୍ଟୋରି ଅଫ୍‌ ଏ ରେସ୍‌ ଏଗ୍‌ନେଷ୍ଟ ଟାଇମ୍‌’ର ପଦାଙ୍କ ଅନୁସରଣ କରି ନୂଆ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଉଛି। ଏନ୍‌ଏଫଡିସି ଫିଲ୍ମ ବଜାର (ଗୋଆ)ର ଗତବର୍ଷର ସଂସ୍କରଣରେ ଏହି ପ୍ରକଳ୍ପକୁ ସ୍ବୀକୃତି ମିଳିଛି।
ବର୍ତ୍ତମାନ ଏନ୍‌ଏଫ୍‌ଡିସି ଫିଲ୍ମ ବଜାର ଡକ୍ୟୁମେଣ୍ଟାରି କୋ-ପ୍ରଡକ୍ସନ ମାର୍କେଟ ୨୦୨୩ ଏହାକୁ ସମର୍ଥନ କରୁଛି। ବିଶ୍ୱନାଥଙ୍କ ବିଏନ୍‌ଆର୍‌ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଡକ୍ୟୁମେଣ୍ଟାରିର ନିର୍ଦ୍ଦେଶନା ଦେଇଛନ୍ତି ମୟୂର ମହାପାତ୍ର। ବିଶ୍ବନାଥ ରଥ, ଟେକ୍ସଟାଇଲ ଡିଜାଇନର ଅନୁପ୍ରିୟା ମ୍ରିଦ୍ଧା, ଆମେରିକାର ବୟନ ଶିଳ୍ପପ୍ରେମୀ କୋରିନ ଫ୍ଲାହର୍ଟି, ମୟୂର ମହାପାତ୍ର, ସିଦ୍ଧାନ୍ତ ସ୍ବରୂପ ଓ ଦେବାଶିଷ ପ୍ରତିହାରୀଙ୍କ ଗବେଷଣାତ୍ମକ ତଥ୍ୟକୁ ନେଇ ଡକ୍ୟୁମେଣ୍ଟାରିଟି ପ୍ରସ୍ତୁତ ହେଉଛି। ଏନେଇ ବିଶ୍ୱନାଥ କହିଛନ୍ତି, ଯଦିଓ ପୂର୍ବରୁ ସମ୍ବଲପୁରୀ ହସ୍ତତନ୍ତ ପ୍ରଦର୍ଶିତ ହୋଇଛି, ପ୍ରଥମଥର ପାଇଁ ଏହି ସମ୍ମାନଜନକ ତଥା ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କୋଟପାଡ଼ ହସ୍ତତନ୍ତ ବିଶ୍ବବ୍ୟାପୀ ପ୍ରଦର୍ଶିତ ହୋଇଥିଲା। ତେବେ ଡକ୍ୟୁମେଣ୍ଟାରି ‘ହାବାସପୁରୀ ୱେଭିଙ୍ଗ୍‌’ ପୋଷ୍ଟର ଉନ୍ମୋଚନ ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri