କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି

ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ ନିଜର ୧୦ ବର୍ଷର ପୁଅକୁ ଘରେ ବନ୍ଦ କରି ରହିଥିଲେ । ୩ ବର୍ଷ ପରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ସ୍ୱାସ୍ଥ୍ୟ ବିଭାଗର ଟିମ ସହ ମହିଳା ଓ ତାଙ୍କ ପୁଅକୁ ଘରୁ ବାହାର କରାଯାଇଛି ।
ସେକ୍ଟର ୧୦ ସ୍ଥିତି ନାଗରିକ ହସ୍ପିଟାଲରେ ମହିଳା ଓ ତାଙ୍କ ପୁଅର ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ରୋହତକର ପଣ୍ଡିତ ଭଗବାନ ଦୟାଲ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଇନଷ୍ଟିଚ୍ୟୁଟ ପଠାଇ ଦିଆଯାଇଛି । ଡାକ୍ତରଙ୍କ କହିବା କଥା ହେଲା ମହିଳାଙ୍କର ମାନସିକ ସମସ୍ୟା ରହିଛି । ସେ ସଂକ୍ରମଣ ପ୍ରତି ତାଙ୍କର ଶଙ୍କାକୁ ବାସ୍ତବିକ ବୋଲି ବୁଝି ନେଇଥିଲେ ।
ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସୁଜାନ ମାଂଜି ଓ ତାଙ୍କ ପତ୍ନୀ ମୁନମୁନ ମାଂଜି ୧୦ ବର୍ଷର ପୁଅ ଶୋଭିତ ସହ ମାରୁତି ବିହାର କଲୋନିରେ ରହୁଥିଲେ । ହେଲେ ୨୦୨୦ରେ ଆସିଥିବା କରୋନା ମହାମାରୀ ଯୋଗୁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ସମୟରେ ସୁଜାନ କୋଭିଡ ପ୍ରୋଟୋକଲ ପାଳନ କରି ବାହାରକୁ ଯିବାରୁ ତାଙ୍କୁ ସଂକ୍ରମଣ ଭୟରେ ପତ୍ନୀ ମୁନମୁନ ଘର ଭିତରେ ପୁରାଇ ଦେଇ ନ ଥିଲେ । ଏହାପରେ ସୁଜାନ ନିକଟରେ ଏକ ଭଡାଘର ନେଇ ରହିଥିଲେ । ନିଜ ପରିବାର ଓ ମୁନମୁନଙ୍କ ପରିବାରର ସମସ୍ତ ସଦସ୍ୟ ବହୁ ବୁଝାବୁଝି ପରେ ବି ମୁନମୁନ ମାନି ନ ଥିଲେ । ସେ କହୁଥିଲେ କି ତାଙ୍କ ପୁଅକୁ ୧୨ ବର୍ଷ ନ ହେଲେ ସେ କୋଭିଡ ଟିକା ନ ନେଲେ ଘରୁ ବାହାରିବେ ନାହିଁ । କାରଣ ତାଙ୍କୁ କୋଭିଡ ସଂକ୍ରମଣକୁ ଭୟ ଲାଗୁଛି । ତେବେ ମୁନମୁନ ଓ ତାଙ୍କ ପୁଅର ସମସ୍ତ ଆବଶ୍ୟକ ସାମଗ୍ରୀ ସୁଜାନ ଫ୍ଲାଟ ବାହାରେ ରଖିଦେଇ ଆସୁଥିଲେ । ଏମିତିକି ବିଜୁଳି ଓ ପାଣି ବିଲ୍ ବି ସୁଜାନ ଦେଉଥିଲେ । ଏହାରି ଭିତରେ ୩ ବର୍ଷ ବିତି ଯାଇଥିଲେ ବି ମୁନମୁନ ନ ବୁଝିବାରୁ ସୁଜାନ ପୋଲିସର ସହାୟତା ନେଇଥିଲେ । ଏବେ ଉଭୟ ମାଆ ପୁଅଙ୍କୁ ଘରୁ ବାହାର କରାଯାଇଥିବା ବେଳେ ଉଭୟ ସୁସ୍ଥ ଥିବା କୁହାଯାଉଛି । ହେଲେ ମୁନମୁନ ମାନସିକ ସମସ୍ୟାରେ ପିଡ଼ିତ ବୋଲି ଡାକ୍ତର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?