୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି, ତାହାର ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟରେ ବିରାଜମାନ ଅଛନ୍ତି। ଏହି ସ୍ଥିତିରେ କିଛି ରାଶି ପାଇଁ ହଂସ ରାଜଯୋଗ ସହିତ ବିଶେଷ ଭାବଗୁଡ଼ିକରେ ବିପରୀତ ରାଜଯୋଗ ସୃଷ୍ଟି ହେଉଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ଯୋଗର ପ୍ରଭାବରୁ କିଛି ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା, ଆର୍ଥିକ ଲାଭ ଏବଂ ମନୋକାମନା ପୂରଣ ହେବାର ସୁଯୋଗ ମିଳିପାରେ। ଏହି ଫଳାଫଳ ଚନ୍ଦ୍ର ରାଶି ଉପରେ ଆଧାରିତ।

ଦେବଗୁରୁ ବୃହସ୍ପତି ୨ ଜୁନ ୨୦୨୬ରେ କର୍କଟ ରାଶିରେ ପ୍ରବେଶ କରିଥିଲେ ଏବଂ ସେ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ଏହି ସମୟ ମଧ୍ୟରେ ତାଙ୍କର ସ୍ଥିତି କୁଣ୍ଡଳୀର ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଭାବରୁ ସୃଷ୍ଟି ହେଉଥିବା ବିପରୀତ ରାଜଯୋଗକୁ ପ୍ରଭାବିତ କରୁଛି। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ପାଇଁ ଏହି ସମୟ ବିଶେଷ ହୋଇପାରେ।

ସିଂହ ରାଶିର ବ୍ୟକ୍ତିବିଶେଷଙ୍କ କୁଣ୍ଡଳୀର ଦ୍ୱାଦଶ (୧୨ଶ) ଭାବରେ ଗୁରୁଙ୍କ ଗୋଚର ହେଉଛି। ଏହି ସ୍ଥିତିରେ ସୃଷ୍ଟି ହେଉଥିବା ବିପରୀତ ରାଜଯୋଗ ବିଦେଶ ସମ୍ୱନ୍ଧୀୟ କାର୍ଯ୍ୟରେ ଲାଭ ଦେଇପାରେ। ବିଦେଶ ଯାତ୍ରାର ଇଚ୍ଛା ପୂରଣ ହେବା ସହିତ ଆମଦାନୀ-ରପ୍ତାନି (Import-Export) ବ୍ୟବସାୟରେ ମଧ୍ୟ ଲାଭ ମିଳିବାର ଯୋଗ ବନିପାରେ। ଦୀର୍ଘ ଦିନରୁ ଅଟକି ରହିଥିବା ସରକାରୀ କାମ ସମ୍ପୂର୍ଣ୍ଣ ହୋଇପାରେ ଏବଂ କୌଣସି ଜରୁରୀ ସରକାରୀ ଫାଇଲ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ଦେଖିବାକୁ ମିଳିପାରେ।

ଗୁରୁଙ୍କ ଦୃଷ୍ଟି ଚତୁର୍ଥ ଭାବ ଉପରେ ପଡ଼ୁଥିବାରୁ ଘର-ପରିବାରର ପରିବେଶ ଉତ୍ତମ ହୋଇପାରେ। ମାଆଙ୍କ ସହଯୋଗ ମିଳିବ ଏବଂ ଘର କିମ୍ୱା ଗାଡ଼ି କିଣିବାର ଯୋଜନା ଆଗକୁ ବଢ଼ିପାରେ। ଏହି ସମୟ ମଧ୍ୟରେ ନୂତନ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

ଧନୁ ରାଶିର ଲୋକଙ୍କ ପାଇଁ ଗୁରୁ ଅଷ୍ଟମ (୮ମ) ଭାବରେ ଗୋଚର କରୁଛନ୍ତି। ଜ୍ୟୋତିଷରେ ଏହି ଭାବ ହଠାତ୍ ଘଟୁଥିବା ଘଟଣା, ଉତ୍ଥାନ-ପତନ ଏବଂ ଅନିଶ୍ଚିତ ପରିସ୍ଥିତି ସହିତ ଜଡ଼ିତ ବୋଲି ଧରାଯାଏ। ତଥାପି, ଏଠାରେ ଗୁରୁଙ୍କ ସ୍ଥିତି ପ୍ରତିକୂଳ ପରିସ୍ଥିତିରେ ଆଶ୍ୱସ୍ତି ଦେବା ପରି ସାବ୍ୟସ୍ତ ହୋଇପାରେ। ଦୀର୍ଘ ଦିନରୁ ଲାଗି ରହିଥିବା କୌଣସି ସମସ୍ୟାରୁ ମୁକୁଳିବାର ବାଟ ମିଳିପାରେ।

ବିପରୀତ ରାଜଯୋଗର ପ୍ରଭାବରୁ ହଠାତ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ପୁରୁଣା ଅଟକି ରହିଥିବା ଧନ ଫେରି ପାଇବା, ବୀମାରୁ ରାଶି ମିଳିବା କିମ୍ୱା ପୁରୁଣା ନିବେଶରୁ ଲାଭ ମିଳିବାର ଯୋଗ ବନିପାରେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟ ଲାଭଦାୟକ ରହିପାରେ।

ଗୁରୁଙ୍କ ଦୃଷ୍ଟି ଦ୍ୱାଦଶ ଭାବ ଉପରେ ରହିଥିବାରୁ ଅନାବଶ୍ୟକ ଖର୍ଚ୍ଚ ହ୍ରାସ ପାଇପାରେ। ବିଦେଶ ସମ୍ୱନ୍ଧୀୟ ଅଟକି ରହିଥିବା କାମ ପୂରା ହୋଇପାରେ ଏବଂ ବିଦେଶରେ ସମ୍ପତ୍ତି କିଣିବା କିମ୍ୱା ଗଢ଼ିବାର ଯୋଜନା ଆଗକୁ ବଢ଼ିପାରେ। ପରିବାରରେ ଲାଗି ରହିଥିବା ମନୋମାଳିନ୍ୟ ମଧ୍ୟ ଧୀରେ ଧୀରେ କମିପାରେ।

କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଷଷ୍ଠ (୬ଷ୍ଠ) ଭାବରେ ଗୁରୁଙ୍କ ଗୋଚର ହେଉଛି। ଗୁରୁଙ୍କ ଦୃଷ୍ଟି ଦଶମ, ଦ୍ୱାଦଶ ଏବଂ ଦ୍ୱିତୀୟ ଭାବ ଉପରେ ପଡ଼ୁଛି। ଏହି କାରଣରୁ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ପୁରୁଣା ଋଣରୁ ମୁକ୍ତି ମିଳିବାର ଯୋଗ ସୃଷ୍ଟି ହୋଇପାରେ।

ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି (ପ୍ରମୋସନ) କିମ୍ୱା ଦରମା ବୃଦ୍ଧିର ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଚାଲିଥିବା କୌଣସି ପ୍ରକାରର ରାଜନୀତି କିମ୍ୱା ବିରୋଧର ମୁକାବିଲା କରିବା ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିପାରିବେ। ବ୍ୟବସାୟରେ ମଧ୍ୟ ସମ୍ପ୍ରସାରଣ ଏବଂ ଲାଭର ସୁଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ହାସଲ କରିବା ସହିତ କୋର୍ଟ-କଚେରୀ ମାମଲାରେ ସକାରାତ୍ମକ ଫଳାଫଳ ମିଳିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସୱାସ୍ଥ୍ୟାବସ୍ଥା ମଧ୍ୟ ସାଧାରଣ ଏବଂ ଅନୁକୂଳ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…

ବିଦେଶରୁ ଫେରିଥିଲେ ଜନଗଣନାରେ ସାମିଲ ହୋଇପାରିବେ

ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ…

ଏସ୍‌ସିଓ ବୈଠକ: ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୫ା୧୧(ପି.ଟି): ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଅଂଶଗ୍ରହଣ କରିବେ ବୋଲି…

ବାଲଟ ନୁହେଁ,ସିଲଟରେ ବି ଭୋଟ ପାଇବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା…

ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ

ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ…

ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…

ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ

ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…

ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?