Posted inଜାତୀୟ

ଆଇଏସ୍‌ ଆତଙ୍କବାଦୀଙ୍କ ଘରେ ବାରୁଦ ଗଦା: ସ୍ତ୍ରୀ-ପିତା-ଭାଇ କହିଲେ ଏପରି…

ନୂଆଦିଲ୍ଲୀ, ୨୩।୮: ଦିଲ୍ଲୀର ଧୋଲା କୂଆଁ ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍‌ଙ୍କର ବଳରାମପୁର ଘରେ ଚଢ଼ାଉ ସମୟରେ ମୃତ୍ୟୁର ସରଞ୍ଜାମ ଜବତ ହୋଇଛି। ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏସବୁ ୟୁସୁଫ୍‌ ଠୁଳ କରିଥିବା କୁହାଯାଉଛି। ଅଳ୍ପ ଅଳ୍ପ କରି ୨ ବର୍ଷ ଧରି ବାରୁଦ ଘରକୁ ୟୁସୁଫ୍‌ ଆଣୁଥିବା ନେଇ ତାଙ୍କ ସ୍ତ୍ରୀ ଆୟେଶା ପୋଲିସକୁ କହିଛନ୍ତି। ତେବେ ଏସବୁ ସେ କାହିଁକି ଆଣୁଥିଲେ ସେ ଜାଣି ନ ଥିବା କହିଛନ୍ତି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଚମଡ଼ା ବେଲ୍ଟ, ଦୁଇଟି ବିସ୍ଫୋରକ ଜ୍ୟାକେଟ, ବମ୍‌ ରଖିବା ପ୍ୟାକେଟ୍‌, ୯ କିଲୋ ବାରୁଦ, ୩ଟି ସିଲିଣ୍ଡ୍ରିକାଲ ମେଟାଲ ବକ୍ସ୍‌, ଟାର୍ଗେଟ୍‌ ଅଭ୍ୟାସ ପାଇଁ ଉଡ଼ନ୍‌ କାର୍ଡ, ଆଇଏସ୍‌ ଆତଙ୍କବାଦୀ ସଂଗଠନର ପତାକା, ୩୦ରୁ ଅଧିକ ବଲ୍‌ ବିୟରିଂ ଆଦି ରହିଛି। ତାଙ୍କ ପୂର୍ବ ପୁରୁଷମାନେ ଯେଉଁ ଗୌରବ ଅର୍ଜନ କରିଥିଲେ ତାହା ପୁଅ ନଷ୍ଟ କରିଥିବା ୟୁସୁଫ୍‌ଙ୍କ ପିତା ଓ୍ବକିଲ୍‌ ଅହମ୍ମଦ୍‌ ପୋଲିସକୁ କହିଛନ୍ତି। ୟୁସୁଫ୍‌ କଳା ରଙ୍ଗର ପତାକା ଘରକୁ ଆଣିଥିବା ତାଙ୍କ ଭାଇ ଆକିବ୍‌ କହିଛନ୍ତି। ସେ ଏହାକୁ ପ୍ରଥମେ ଏକ କଳାକନା ବୋଲି ଭାବୁଥିଲେ। ତେବେ ଏହା ଆଇଏସ୍‌ ଆତଙ୍କବାଦୀ ସଂଗଠନର ପତାକା ବୋଲି ସେ ଏବେ ପୋଲିସଠାରୁ ଜାଣିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri