ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାର ମାଗିଲେ ସୁରକ୍ଷା

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ ପରିବାର ଏବେ ରାସ୍ତାରେ ସୁରକ୍ଷା ପାଇଁ ବୁଲୁଛନ୍ତି। ଏନେଇ ସେମାନେ ଶୁଆକାଠି ଫାଣ୍ଡିକୁ ମଙ୍ଗଳବାର ରାତିରେ ଯାଇଥିଲେ ହେଁ ସେମାନଙ୍କୁ ସୁରକ୍ଷା ନ ମିଳିବାରୁ ବୁଧବାର ସେମାନେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏନେଇ ସେମାନଙ୍କୁ ସହାୟତା କରୁଥିବା ଜିଲା କୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୟ ପାଇକରାୟ କହିଛନ୍ତି, ସେମାନଙ୍କୁ ଥଇଥାନ ଓ ସୁରକ୍ଷାର ଦାୟିତ୍ୱ ପ୍ରଶାସନର ରହିଛି। ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ଗାଁ ଛାଡ଼ିବାକୁ କହିଥିବା ନେଇ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା।  ପୋଲିସ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ପ୍ରକାଶ ଯେ, ସୁଲତାନୀ ତାଙ୍କ ସ୍ବାମୀ, ଦୁଇ ପୁଅ ବୋହୂ, ଝିଅ ସହିତ ଉକ୍ତ ଗ୍ରାମରେ ରହିଆସୁଥିଲେ। ଆଇନଜୀବୀଙ୍କ ଠାରେ ସେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ସହିତ ଗ୍ରାମର ଜଣେ ଯୁବକ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରି ଛାଡ଼ିଦେବାରୁ ଲୋକଲଜ୍ଜା ପାଇଁ ଆତ୍ମହତ୍ୟା କରିଥିଲେ। ଏହା ପରେ ଉକ୍ତ ଯୁବକ କୌଣସି ଏକ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ପରିବାର ଲୋକ ସନ୍ଦେହ କରୁଥିଲେ ଯେ, ସୁଲତାନୀ ଗୁଣିଗାରେଡ଼ି କରି ତାଙ୍କ ପୁଅକୁ ରୋଗାଗ୍ରସ୍ତ କରିଦେଇଛନ୍ତି। ଏଥିପାଇଁ ସେମାନେ ସୁଲତାନୀ ପରିବାରକୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇ ଆସୁଥିଲେ। ଗତ ରବିବାର ଉକ୍ତ ଯୁବକଙ୍କ ଦେହାନ୍ତ ହେବାରୁ ତାଙ୍କ ପରିବାର ଅଧିକ କ୍ରୋଧାନ୍ବିତ ହୋଇ ନିର୍ଯାତନା ଦେବା ସହ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ। ଫଳରେ ପରିବାର ଲୋକ ଏଣେ ତେଣେ ପଲାଇଗଲେ। ବୋହୂମାନେ ବାପଘରକୁ ପଳାଇ ଯାଇଥିବା ବେଳେ ତାଙ୍କ ସ୍ବାମୀ ଅନ୍ୟତ୍ର ପଳାଇଲେ। ସୁଲତାନୀ ତାଙ୍କ ଦୁଇ ପୁଅ ସହିତ ଗତକାଲି ଶୁଆକାଟି ଫାଣ୍ଡିକୁ ଯିବା ପରେ ପୋଲିସ ଜଣେ ପୋଲିସ କର୍ମଚାରୀ ସହିତ ସେମାନଙ୍କୁ ଉକ୍ତ ଗ୍ରାମକୁ ପଠାଇଲେ। ସେଠାରେ ଲୋକମାନେ ସେମାନଙ୍କ ଜିନିଷପତ୍ର ନଷ୍ଟ କରିବା ସହ ମାରଧର କରିବାରୁ ସେମାନେ ଭୟଭୀତ ହୋଇ ପଳାଇଆସିଲେ। ଉକ୍ତ ଘଟଣାକୁ ନେଇ ସାଙ୍ଗରେ ଯାଇଥିବା ପୋଲିସ କର୍ମଚାରୀ ମଧ୍ୟ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ ହେଁ କେହି ସେମାନଙ୍କୁ ସୁରକ୍ଷା ଦେବାକୁ ନ ଆସିବାରୁ ସେମାନେ ଭୟ ଓ ଆଶଙ୍କା ମଧ୍ୟରେ ପାଖ ଜଙ୍ଗଲରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ନିଜର ଜୀବନ ପ୍ରତି ଭୟ ଥିବାରୁ ଆଜି କୋର୍ଟକୁ ଆସି  ଆଇନଜୀବୀଙ୍କ ସହାୟତା ଲୋଡ଼ିଛନ୍ତି। ଏଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ଦେବାକୁ ସେମାନେ ଜିଲା ପୋଲିସ ପ୍ରଶାସନ ତଥା ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଏନେଇ ସରୋଜ ମୁଦୁଲି, ଶୁଆକାଟି ଫାଣ୍ଡି ଅଧିକାରୀ କହିଛନ୍ତି, ସୁଲତାନୀଙ୍କ ଏତଲା କ୍ରମେ ଏକ କେସ୍‌ ହୋଇଛି। ସେଥିରେ ସେ ଗୁଣିଗାରେଡ଼ି କଥା ଉଲ୍ଲେଖ କରିନାହାନ୍ତି । ତେବେ ତଦନ୍ତ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?