ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେବା ସହ ଆରମ୍ଭ କରିଥିଲେ ଗୁଣ୍ଡୁରି ପକ୍ଷୀ (କୋଏଲ) ଓ କୁକୁଡ଼ା ପାଳନ। ହାତରେ ବେଶି ଅର୍ଥ ନ ଥିବାରୁ ମାତ୍ର କେତୋଟି ଗୁଣ୍ଡୁରି ଓ କୁକୁଡ଼ାରେ ସେ ଆରମ୍ଭ କରିଥିବା ବ୍ୟବସାୟ ଏବେ ଆଗକୁ ବଢ଼ିଛି। ମାସିକ ୨୫ରୁ ୩୦ ହଜାର ଭଳି ରୋଜଗାର ହେଉଛି। ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ବଡ଼ ଫାର୍ମଟିଏ କରିବେ ବୋଲି କହିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଶୁଶୁବା ପଞ୍ଚାୟତ ପୋଡ଼ାଗଡ଼ର ଚିନ୍ମୟ ସାହୁ।


ଚିନ୍ମୟଙ୍କ କହିବା ଅନୁଯାୟୀ, ଇ-ଫାର୍ମିଂ ବିଷୟରେ ସେ ଇଣ୍ଟରନେଟ୍‌ରୁ ଜାଣି ଗୁଣ୍ଡୁରି ଓ କୁକୁଡ଼ା ଚାଷ ପ୍ରତି ମନ ବଳାଇଲେ। ଦେଢ଼ବର୍ଷ ପୂର୍ବରୁ ତାଙ୍କ ହାତରେ ମାତ୍ର ୨୦ ହଜାର ଟଙ୍କା ଥିଲା। ଏଚ୍‌ଏଚ୍‌ଜି ସହାୟତାରେ ୬୦ ହଜାର ଟଙ୍କା ଋଣ କରି ୨ ବଖରା ଆଜବେଷ୍ଟସ ଘରେ ଗୁଣ୍ଡୁରି ଓ କୁକୁଡ଼ା ପାଳନ ଆରମ୍ଭ କଲେ। ଗୁଣ୍ଡୁରି ଓ କୁକୁଡ଼ା ଚିଆଁ କିପରି ଲାଳନପାଳନ କରାଯାଉଛି ତାହା ଜାଣିବା ପାଇଁ ବିଭିନ୍ନ ଫାର୍ମ ବୁଲି ଚାଷୀଙ୍କଠାରୁ ପରାମର୍ଶ ନେଲେ। ଏହା ପରଠାରୁ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରି ଆସୁଛନ୍ତି। ଗୁଣ୍ଡୁରି ଚିଆଁ ଗୋଟାପ୍ରତି ୯ଟଙ୍କାରେ କିଣାଯାଉଛି। ମାତ୍ର ମାସକ ମଧ୍ୟରେ ଏହା ମାଂସ ଉପଯୋଗୀ ହୋଇଯାଉଛନ୍ତି। ୫୦ ଦିନରେ ଅଣ୍ଡା ଦେଲେ ଗୋଟା ୨ ଟଙ୍କାରେ ବିକ୍ରି ହେଉଛି। ଗୁଣ୍ଡୁରି ମାଂସ କୁକୁଡ଼ାଠାରୁ ଅଧିକ ସ୍ବାଦିଷ୍ଟ ହୋଇଥିବାରୁ ଗୋଟାପ୍ରତି (ସର୍ବାଧିକ ୨୫୦ ଗ୍ରାମ) ୪୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏହି ପକ୍ଷୀ ଜଙ୍ଗଲୀ ପ୍ରଜାତିର ହାଇବ୍ରିଡ୍‌। ତେଣୁ ପାଳନ କରାଯିବା ଆଇନସମ୍ମତ। ଏହାବ୍ୟତୀତ ସେ ବିଭିନ୍ନ ପ୍ରକାର କୁକୁଡ଼ା ପାଳନ କରୁଛନ୍ତି। କୁକୁଡ଼ା ଯେଉଁଖାଦ୍ୟ ଖାଉଛନ୍ତି ଗୁଣ୍ଡୁରି ମଧ୍ୟ ତାହା ଖାଉଛନ୍ତି। ତେଣୁ ସେପରି କିଛି ଅସୁବିଧା ହେଉନାହିଁ। ଏହି ସ୍ବଳ୍ପ ସମୟ ମଧ୍ୟରେ ଯାହା ଆୟ ହୋଇଛି ସେଥିରେ ସମସ୍ତ ଋଣ ପରିଶୋଧ କରିସାରିଛନ୍ତି। ତାଙ୍କ ଦେଖାଦେଖି ଅନୁଗୋଳ ଓ ଦେବଗଡ଼ ଜିଲାର ୨୦ରୁ ଅଧିକ ଯୁବକ ଏହି ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ। ଆଗାମୀ ଦିନରେ ପ୍ରୋତ୍ସାହନ ମିଳିଲେ ସେ ଏକ ବଡ଼ ଫାର୍ମ କରିପାରନ୍ତେ ବୋଲି ଚିନ୍ମୟ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଣିହାଁ ପ୍ରାଣୀ ସମ୍ପଦ ଚିକିତ୍ସକ ଡାକ୍ତର କମଳଲୋଚନ ଦାସ କହିଛନ୍ତି, ସରକାର ଯୁବକମାନଙ୍କୁ ସ୍ବାବଲମ୍ବୀ କରିବାକୁ ବିଭିନ୍ନ ଯୋଜନାରେ ସହାୟତା କରୁଛନ୍ତି। ସମ୍ପୃକ୍ତ ଯୁବ ଚାଷୀଙ୍କୁ ସହଯୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?