ବନ୍ଧୁକ ଆମକୁ ମାରିଦେବ ଲଗାମ ଲଗାଅ

ଓ୍ବାଶିଂଟନ୍‌, ୧୩ା୬: ‘ବନ୍ଧୁକ ଆମକୁ ମାରିଦେବ। ତୁରନ୍ତ ଏହା ଉପରେ ଲଗାମ ଲଗାଇ ଆମ ଜୀବନ ବଞ୍ଚାଅ’ ନାରା ଦେଇ ଆମେରିକାବାସୀ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିବା ଦାବିରେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ନ୍ୟୁୟର୍କ ଓ ଟେକ୍ସାସ ଗୁଳିକାଣ୍ଡ ପରେ ତୁରନ୍ତ ଗନ୍‌ କଣ୍ଟ୍ରୋଲ ଲ’ ଆଣିବାକୁ ଲୋକେ ଆମେରିକା କଂଗ୍ରେସ ଉପରେ ଚାପ ପକାଇଛନ୍ତି। ଏହି ବିକ୍ଷୋଭକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମର୍ଥନ କରିବା ସହ ନିକଟରେ ଆମେରିକାର ନିମ୍ନସଦନରେ ପାରିତ ହୋଇଥିବା ଏହି ବିଲ୍‌କୁ ଆଇନରେ ପରିଣତ କରିବା ନିମନ୍ତେ କଂଗ୍ରେସକୁ ଆହ୍ବାନ ଦେଇଛନ୍ତି।

ସିନେଟ୍‌ରେ ରପବ୍ଲିକାନ୍‌ ସଦସ୍ୟଙ୍କ ବିରୋଧ ଯୋଗୁ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଇନରେ ପରିଣତ ହେବା ସମ୍ଭାବନା କମ୍‌। ତେଣୁ ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମ ଆସିବା ଆବଶ୍ୟକ ବୋଲି ବାଇଡେନ୍‌ କହିଛନ୍ତି। ଓ୍ବାଶିଂଟନ୍‌ ଡିସି, ନ୍ୟୁୟର୍କ, ଲସ୍‌ ଏଞ୍ଜେଲ୍ସ, ଶିକାଗୋ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୪୫୦ରୁ ଊର୍ଦ୍ଧ୍ୱ ରାଲି କରାଯାଇଥିବା ଗନ୍‌ ସେଫ୍ଟି ଗ୍ରୁପ୍‌ ‘ମାର୍ଚ୍ଚ ଫର୍‌ ଆଓ୍ବାର ଲାଇଭ୍‌ସ’ ପକ୍ଷରୁ କୁହାଯାଇଛି। ରାଜନେତାମାନଙ୍କ ନିଷ୍କ୍ରିୟତା ଯୋଗୁ ଆମେରିକାବାସୀ ମରୁଛନ୍ତି। ସେମାନେ ଆରାମରେ ବସି ଆମ ଲୋକଙ୍କୁ ମରିବାକୁ ଛାଡ଼ି ଦେଇପାରିବେ ନାହିଁ ବୋଲି ଏହି ସଙ୍ଗଠନ କହିଛି।

ଯେଉଁମାନେ ବନ୍ଧୁକ ଉପର ଲଗାମ ପାଇଁ କଡ଼ା ଆଇନ ଆଣିବା ସପକ୍ଷରେ ଅଛନ୍ତି ସେମାନଙ୍କ ପ୍ରତି ଦେଶବାସୀଙ୍କ ସମର୍ଥନ ରହିଛି ବୋଲି ବିକ୍ଷୋଭକାରୀ କହିଛନ୍ତି। ନିକଟରେ ଆମେରିକା ଦୁଇଟି ବଡ଼ ଧରଣର ଗୁଳିକାଣ୍ଡ ଦେଖିଛି। ମେ ୧୪ରେ ନ୍ୟୁୟର୍କ ବଫାଲୋ ସହରରେ ଆତତାୟୀଙ୍କ ଗୁଳିରେ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହାର ମାତ୍ର ୧୦ ଦିନ ପରେ ମେ ୨୪ରେ ଟେକ୍ସାସ୍‌ ସ୍କୁଲରେ ଗୁଳିକାଣ୍ଡ ଘଟି ୧୯ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri