ବନ୍ଧୁକ ଆମକୁ ମାରିଦେବ ଲଗାମ ଲଗାଅ

ଓ୍ବାଶିଂଟନ୍‌, ୧୩ା୬: ‘ବନ୍ଧୁକ ଆମକୁ ମାରିଦେବ। ତୁରନ୍ତ ଏହା ଉପରେ ଲଗାମ ଲଗାଇ ଆମ ଜୀବନ ବଞ୍ଚାଅ’ ନାରା ଦେଇ ଆମେରିକାବାସୀ ବନ୍ଧୁକ ନିୟନ୍ତ୍ରଣ ଆଇନ ଆଣିବା ଦାବିରେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଛନ୍ତି। ନ୍ୟୁୟର୍କ ଓ ଟେକ୍ସାସ ଗୁଳିକାଣ୍ଡ ପରେ ତୁରନ୍ତ ଗନ୍‌ କଣ୍ଟ୍ରୋଲ ଲ’ ଆଣିବାକୁ ଲୋକେ ଆମେରିକା କଂଗ୍ରେସ ଉପରେ ଚାପ ପକାଇଛନ୍ତି। ଏହି ବିକ୍ଷୋଭକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସମର୍ଥନ କରିବା ସହ ନିକଟରେ ଆମେରିକାର ନିମ୍ନସଦନରେ ପାରିତ ହୋଇଥିବା ଏହି ବିଲ୍‌କୁ ଆଇନରେ ପରିଣତ କରିବା ନିମନ୍ତେ କଂଗ୍ରେସକୁ ଆହ୍ବାନ ଦେଇଛନ୍ତି।

ସିନେଟ୍‌ରେ ରପବ୍ଲିକାନ୍‌ ସଦସ୍ୟଙ୍କ ବିରୋଧ ଯୋଗୁ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଇନରେ ପରିଣତ ହେବା ସମ୍ଭାବନା କମ୍‌। ତେଣୁ ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମ ଆସିବା ଆବଶ୍ୟକ ବୋଲି ବାଇଡେନ୍‌ କହିଛନ୍ତି। ଓ୍ବାଶିଂଟନ୍‌ ଡିସି, ନ୍ୟୁୟର୍କ, ଲସ୍‌ ଏଞ୍ଜେଲ୍ସ, ଶିକାଗୋ ସମେତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୪୫୦ରୁ ଊର୍ଦ୍ଧ୍ୱ ରାଲି କରାଯାଇଥିବା ଗନ୍‌ ସେଫ୍ଟି ଗ୍ରୁପ୍‌ ‘ମାର୍ଚ୍ଚ ଫର୍‌ ଆଓ୍ବାର ଲାଇଭ୍‌ସ’ ପକ୍ଷରୁ କୁହାଯାଇଛି। ରାଜନେତାମାନଙ୍କ ନିଷ୍କ୍ରିୟତା ଯୋଗୁ ଆମେରିକାବାସୀ ମରୁଛନ୍ତି। ସେମାନେ ଆରାମରେ ବସି ଆମ ଲୋକଙ୍କୁ ମରିବାକୁ ଛାଡ଼ି ଦେଇପାରିବେ ନାହିଁ ବୋଲି ଏହି ସଙ୍ଗଠନ କହିଛି।

ଯେଉଁମାନେ ବନ୍ଧୁକ ଉପର ଲଗାମ ପାଇଁ କଡ଼ା ଆଇନ ଆଣିବା ସପକ୍ଷରେ ଅଛନ୍ତି ସେମାନଙ୍କ ପ୍ରତି ଦେଶବାସୀଙ୍କ ସମର୍ଥନ ରହିଛି ବୋଲି ବିକ୍ଷୋଭକାରୀ କହିଛନ୍ତି। ନିକଟରେ ଆମେରିକା ଦୁଇଟି ବଡ଼ ଧରଣର ଗୁଳିକାଣ୍ଡ ଦେଖିଛି। ମେ ୧୪ରେ ନ୍ୟୁୟର୍କ ବଫାଲୋ ସହରରେ ଆତତାୟୀଙ୍କ ଗୁଳିରେ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହାର ମାତ୍ର ୧୦ ଦିନ ପରେ ମେ ୨୪ରେ ଟେକ୍ସାସ୍‌ ସ୍କୁଲରେ ଗୁଳିକାଣ୍ଡ ଘଟି ୧୯ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri