ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ ଏକ ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ତେବେ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଶ୍ୱଶୁର-ବୋହୂଙ୍କର ଅଡିଓ ଭାଇରାଲ ହେଉଛି। ଯେଉଁଥିରେ ବୋହୂ ବର୍ଷା ଶ୍ୱଶୁର ତଥା ଗୁଲୁଆଙ୍କ ବାପାଙ୍କୁ ପଚାରୁଛନ୍ତି ଆମ ମ୍ୟାଟର କେବେ ଛିଡାଇବେ। ତାଙ୍କୁ ପଚାରିବାରୁ ସେ କହୁଛନ୍ତି ମୋ ବାପା ଛିଡାଇବେ। ମୋତେ ସେଇଟା ଜଣାନ୍ତୁ। ଆପଣ ମୋତେ କହିଲେ ଦୁଇମାସ ପରେ ମୁଁ ପଇସା ଦେଇଦେବି ତୁ ଯା’। ତା ପରେ ଆପଣଙ୍କ ପୁଅ ପଇସା ଦେଉ ନାହାନ୍ତି। ଆଉ କେତେଦିନ ପରେ ମୁଁ ମୋ ବାପାଙ୍କ ପଇସାକୁ ଭିକାରି ଭଳି ମାଗିବି। ଶ୍ୱଶୁର ମଧ୍ୟ ଉତ୍ତର ରଖି କହୁଛନ୍ତି ମଗାମଗି କରିବାକୁ କ’ଣ ଭଲ ଲାଗିବ। ଆପଣ କୁହନ୍ତୁ ୬ ମାସ ହେଲାଣି ମୋ ଭଳି ପିଲା ନା ଝଗଡ଼ା ନା କିଛି, ଶାନ୍ତିରେ ପଳେଇ ଆସିଲି। କେତେଦିନ ପରେ ମୋ ମ୍ୟାଟର ଛିଡାଇବେ। ମୁଁ ଗୋଟେ ଝିଅ ମୋ ବୟସ ଗଡ଼ୁଛିି। କେତେ ଦିନ ଆପଣ ମୋତେ ଝୁଲେଇ ରଖିବେ। କେସ ଚାଲିବ ଲୋକେ ଜାଣିବେ ଆପଣଙ୍କୁ ଭଲ ଲାଗିବ? ସତକଥା ଜାଣିବେ ଟାହିଟାପରା କରିବେ। ପୁଅର କାଣ୍ଡ କାରନାମା ଜାଣିବେ, ଆପଣ ନିଜେ ମୁଣ୍ଡ ଟେକି ଚାଲିପାରିବେ ତ? ବୋହୂ କେଶ କରିବାକୁ କହିବାରୁ ଶ୍ୱଶୁର କେଶ କଲେ କ’ଣ ଲାଭ ହେବ କହିଛନ୍ତି। ୬ ମାସ ହେଲାଣି ମୁଁ ନିରବ ରହିଲିଣି ମୋତେ ଛିଡଉ ନାହାନ୍ତି କ’ଣ ପାଇଁ? ଶ୍ୱଶୁର କହୁଛନ୍ତି ତୁମ ବାପାଙ୍କ ସହ କଥା ହେବି। ବର୍ଷା କହୁଛନ୍ତି ମୋ ବାବାଙ୍କ ସଙ୍ଗେ କ’ଣ? କୋର୍ଟରେ ମୋ ଓକିଲଙ୍କ ସହ କଥା ହେବେ। କାଳେ ମୁଁ ମିଛ କହିବି କି ପୁଅକୁ ହଇରାଣ କରିବି ଫାଙ୍କି ଦେବି ସେଇଟା କୋର୍ଟ ପେପରରେ ସତ କଥା କହିବ। ନା କଥାରେ କଥାରେ ସତ କହିବ । ବାହାଘର କୋର୍ଟରେ ହୋଇଥିଲା କଥା କୋର୍ଟରେ ହେବାକୁ ବର୍ଷା କହିଛନ୍ତି। ବୋହୂଙ୍କ କଥାକୁ ମଧ୍ୟ ଶ୍ୱଶୁର ସମର୍ଥନ କରିଛନ୍ତି। ଭଦ୍ରଲୋକ ଡାକିି ଲୋକ ଲଜ୍ଜା ହେବାର ନାହିଁ। ଆପଣ ଭଦ୍ର ଲୋକ ଆଣିପାରିବେ ମୋ ପକ୍ଷରୁ ମୋ ବାପା ଏବଂ ମୋ ଓକିଲ ରହିବେ। ଏଭଳି କିଛି ଫୋନ୍‌ ରେକର୍ଡ ଶ୍ୱଶୁର ବୋହୂଙ୍କର ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri