ଗୁଜରାଟର ରୋମାଞ୍ଚକ ବିଜୟ

ମୁମ୍ବାଇ,୨୭।୪: ଆଇପିଏଲ୍‌ରେ ୨୦୨୨ରେ ୪୦ତମ ମ୍ଯାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକ ମୁକାବିଲାରେ ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ୧୯୬ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଭଲ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରିଦ୍ଧିମାନ୍ ସାହା ୩୮ ବଲରୁ ୬୮ ରନ୍ ର ପାଳି ଖେଳିଥିଲେ। ସନରାଇଜର୍ସ ଯୁବ ଫାଷ୍ଟ ବୋଲର ଉମରାନ ମଲିକ ଚମତ୍କାର ବୋଲିଂ କରି ମାତ୍ର ୨୫ ରନ୍ ଦେଇ ୫ ଉଇକେଟ୍ ନେଇଥିଲେ। ଉମରାନ୍ ଗୁଜରାଟର ସମସ୍ତ ୫ ଉଇକେଟ୍ ନେଇଥିଲେ। କିନ୍ତୁ ଶେଷ ୨ ଓଭରରେ ରାହୁଲ ତେୱତିଆ ଏବଂ ରସିଦ ଖାନ ମିଳିତ ଭାବେ ବାଜି ଓଲଟାଇ ଦେଇଥିଲେ । ଶେଷ ଓଭରରେ ୪ଟି ଛକା ମାରି ହାଇଦ୍ରାବାଦର ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ। ଶେଷ ୪ଟି ବଲରେ ରସିଦ ୩ଟି ଛକା ମାରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଥିବା ହାଇଦ୍ରାବାଦ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା। ଅଭିଷେକ ଶର୍ମା ୪୨ଟି ବଲ୍‌ରୁ ୬୫ ରନ୍‌, ଏଡେନ୍‌ ମାର୍କରମ୍‌ ୪୦ ବଲ୍‌ରୁ ୫୬ ରନ୍‌ର ପାଳି ଖେଳିଥିଲେ। ସେହିପରି ଆଇପିଏଲ ୨୦୨୨ରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଶଶାଙ୍କ ସିଂ ୨୦ ତମ ଓଭରରେ ଲକି ଫର୍ଗୁସନଙ୍କ ଶେଷ ତିନୋଟି ବଲରେ ତିନୋଟି ଛକା ମାରିଥିଲେ। ଏହା ବ୍ୟତୀତ ମାର୍କୋ ୟାନସେନ ମଧ୍ୟ ଗୋଟିଏ ଛକା ମାରିଥିଲେ। ଫର୍ଗୁସନ ଶେଷ ଓଭରରେ ମୋଟ ୨୫ ରନ ଦେଇଥିଲେ। ଶଶାଙ୍କ ୬ଟି ବଲରୁ ୨୫ ରନ୍‌ ଏବଂ ମାର୍କୋ ୟାନସେନ ପାଞ୍ଚଟି ବଲରୁ ୮ରେ ଅପରାଜିତ ରହିଥିଲେ। ଶେଷ ଓଭରରେ ହାଇଦ୍ରାବାଦ ଚାରି ଉଇକେଟ ହରାଇ ୫୫ ରନ ସଂଗ୍ରହ କରିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟିକତ୍ୱରେ ଗୁଜରାଟ ଭଲ ପ୍ରଦର୍ଶନ କରିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ହାରିଛି। ଦଳ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ଅଛି। କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ଥିବା ସନରାଇଜର୍ସ ହାଇଦ୍ରାବାଦରେ ବର୍ତ୍ତମାନ ୧୦ ପଏଣ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?