Posted inଖେଳ

ଗୁଜରାଟ, ଆର୍‌ସିବି, ପଞ୍ଜାବ ପ୍ଲେଅଫ୍‌ରେ

ନୂଆଦିଲ୍ଲୀ,୧୮ା୫: ଅଧିନାୟକ ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କ ଅବିଭାଜିତ ଦ୍ୱିଶତକୀୟ ଓପନିଂ ଭାଗୀଦାରି ବଳରେ ଗୁଜରାଟ ଜାଏଣ୍ଟ୍ସ (ଜିଟି) ୧୦ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପ୍ଲେଅଫ୍‌ରେ ପ୍ରବେଶ କରିଛନ୍ତି।

ଲୋକେଶ ରାହୁଲଙ୍କ ଅପରାଜିତ ଶତକ ବେକାର ହୋଇଛି। ଦିଲ୍ଲୀ ଦ୍ୱାରା ପ୍ରଦତ୍ତ ୨୦୦ ରନର ଟାର୍ଗେଟକୁ ଗୁଜରାଟ ୧୯ ଓଭରରେ ବିନା ଉଇକେଟରେ ହାସଲ କରି ନେଇଥିଲା। ଏହା ଗୁଜରାଟର ନବମ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଲାଗି ଏହା ପଞ୍ଚମ ପରାଜୟ। ପରାଜୟ ସତ୍ତ୍ୱେ ଦିଲ୍ଲୀର ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିବାର ଆଶା ଉଜ୍ଜୀବିତ ରହିଛି। ଏହି ମ୍ୟାଚ୍‌ ଜରିଆରେ ଟି୨୦ କ୍ୟାରିୟରରେ ରାହୁଲ ୮ ହଜାର ଓ ଶୁବମନ ୫ ହଜାର ରନ ପୂରଣ କରିଛନ୍ତି।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୯୯ ରନ କରିଥିଲା। ଦଳ ପାଇଁ ରାହୁଲ ୬୫ ବଲରେ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ପଞ୍ଚମ ଶତକ ଥିଲା। ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ସାମିଲ ଥିଲା।

ଜବାବରେ ଅଧିନାୟକ ଗିଲ ଓ ସୁଦର୍ଶନ ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ଅବିଭାଜିତ ପ୍ରଥମ ଉଇକେଟରେ ୨୦୫ ରନ କରି ଦଳକୁ ଜିତାଇଥିଲେ। ସୁଦର୍ଶନ ୬୧ ବଲରେ ୧୨ ଚୌକା ଓ ୪ ଛକା ୧୦୮ ରନ କରିଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଦ୍ୱିତୀୟ ଶତକ ଥିଲା। ସେହିଭଳି ଗିଲ ୫୩ ବଲରେ ୩ ଚୌକା ଓ ୭ ଛକା ସହିତ ୯୩ ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri