Posted inଖେଳ

ଗୁଜରାଟ -ମୁମ୍ବାଇ ଉଦ୍‌ଘାଟନୀ ମୁକାବିଲା

ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ୨୧ଟି ମ୍ୟାଚ ବିଶିଷ୍ଟ ଏହି ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଗୁଜରାଟ ଜାଏଣ୍ଟ୍ସ ଏବଂ ଭାରତ ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ। ଆଇକନିକ ବ୍ରାବୋର୍ନ ଷ୍ଟାଡିୟମ ସମେତ ମୁମ୍ବାଇର ଦୁଇଟି ଭେନ୍ୟୁରେ ମ୍ୟାଚଗୁଡ଼ିକ ଖେଳାଯିବ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୫ଟି ଫ୍ରାଞ୍ଚାଇଜ୍‌ର ବିକ୍ରି ମୋଟ ୪,୬୬୯ କୋଟି ଟଙ୍କାରେ ହୋଇଛି। ଡବ୍ଲ୍ୟୁପିଏଲ ଏଥିପାଇଁ ବିଶ୍ୱକ୍ରିକେଟରେ ଚହଳ ସୃଷ୍ଟି କରିଥିଲା। ଆଦାନୀ ଗ୍ରୁପ୍‌ ୧,୨୮୯ କୋଟି ଟଙ୍କା ବିନମୟରେ ଗୁଜରାଟ ଫ୍ରାଞ୍ଚାଇଜ୍‌କୁ କ୍ରୟ କରିଥିଲା। ଏହି ଟୁର୍ନାମେଣ୍ଟ କେବଳ ମହିଳା ଖେଳାଳିଙ୍କୁ ଆର୍ଥିକ ଫାଇଦା ଦେବା ସହ ନୂଆ ପ୍ରତିଭା ସୃଷ୍ଟି କରିବ। ମୁମ୍ବାଇରେ ଅନୁଷ୍ଠିତ ନିଲାମିରେ ଭାରତର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ସବୁଠାରୁ ଦାମି ଖେଳାଳି ବିବେଚିତ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୩.୪ କୋଟି ଟଙ୍କାରେ କ୍ରୟ କରିବା ସହ ଦଳର ଅଧିନାୟିକା ନିଯୁକ୍ତି ଦେଇଛି। ଲିଗ୍‌ର ଦ୍ୱିତୀୟ ଦାମି ଫ୍ରାଞ୍ଚାଇଜ୍‌ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ (୯୧୨.୯୯ କୋଟି ଟଙ୍କା)। ବହୁ ଷ୍ଟାର ଖେଳାଳିଙ୍କୁ ନେଇ ଗଠିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ କୌରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏହି ଦଳରେ ଇଂଲଣ୍ଡର ନାଟ୍‌୍‌ ସ୍କିଭର ବ୍ରଣ୍ଟ ଓ ପେସର ଇସି ଓଙ୍ଗ୍‌, ନ୍ୟୁଜିଲାଣ୍ଡର ଆମେଲି କେର୍‌, ଦକ୍ଷିଣ ଆଫ୍ରିକାର ଟି୨୦ ବିଶ୍ୱକପ୍‌ ଫାଇନାଲିଷ୍ଟ କ୍ଲୋ ଟାଇଅନ୍‌, ଓ୍ବେଷ୍ଟଇଣ୍ଡିଜ ଅଧିନାୟିକା ହେଲି ମାଥ୍ୟୁସ ଏବଂ ଅଷ୍ଟ୍ରେଲିଆର ହିଥର ଗ୍ରାହମଙ୍କ ଭଳି ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ଜାଏଣ୍ଟ୍ସର ଅଧିନାୟିକା ହୋଇଛନ୍ତି ଚାମ୍ପିୟନ ଅଷ୍ଟ୍ରେଲିଆନ ବ୍ୟାଟର ବେଥ୍‌ ମୁନି। ସ୍ନେହ ରାଣା ଦଳର ଉପଅଧିନାୟିକା ରହିଥିବା ବେଳେ ଅନ୍ୟ ପ୍ରମୁଖ ଭାରତୀୟ ଖେଳାଳି ଭାବେ ହାର୍ଲିନ ଦେଓଲ ଓ ଅଭିଜ୍ଞ ସୁଷମା ବର୍ମା ଦଳର ଅନ୍ୟତମ ସଦସ୍ୟ ରହିଛନ୍ତି। ଦଳରେ ଆହୁରି ମଧ୍ୟ ବହୁ ଷ୍ଟାର ବିଦେଶୀ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆର ଆଶଲେ୍‌ ଗାର୍ଡନର ଓ ଜର୍ଜିଆ ଓ୍ବେର୍‌ହାମ୍‌, ଓ୍ବେଷ୍ଟଇଣ୍ଡିଜର ଡିଣ୍ଡ୍ରା ଡଟିନ୍‌ ଓ ଇଂଲଣ୍ଡର ସୋଫିଆ ଡଙ୍କ୍‌ଲି। ପୂର୍ବତନ ଭାରତ ଅଧିନାୟକ ମିଥାଲି ରାଜ ଏହି ଦଳର ମେଣ୍ଟର ଓ ଉପଦେଷ୍ଟା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri