Posted inଜାତୀୟ

ମୋରବି ପୋଲ ଭୁଷୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୦୦ ଟପିଲା, ୭୦ ଆହତ, ୫୦ରୁ ଅଧିକ ନିଖୋଜ

ମୋରବି,୩୧ ।୧୦: ଗୁଜରାଟ ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମାଣ କରାଯାଇଥିବା କେବଳ ବ୍ରିଜ ରବିବାର ହଠାତ୍ ଭୁଷୁଡି ପଡିବା ଫଳରେ ଏବେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୦୦ ଟପିଲାଣି । ହସ୍ପିଟାଲ ପକ୍ଷରୁ ମଳିଥିବା ଏହି ସୂଚନା ଅନୁଯାୟୀ, ଏବେ ୭୦ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ରେସକ୍ୟୁ ଅପରେଶନ ଜାରି ରହିଛି ।
ଏହି ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ହସ୍ପିଟାଲ ପହଞ୍ଚି ଆହତଙ୍କୁ ଭେଟିଛନ୍ତି । ବ୍ରିଜ ଭୁଷୁଡି ପଡିବା ପରେ ମୁଖ୍ୟମନ୍ତ୍ରୀ ଏକ ସମିକ୍ଷା ବୈଠକ ଡାକିଥିଲେ । ଯେଉଁଥିରେ ତାଙ୍କ କ୍ୟାବିନେଟର ମନ୍ତ୍ରୀ, ଏମପି, ବିଧାୟକ ଓ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଅଧିକାରୀ ସାମିଲ ହୋଇଥିଲେ । ଏହି ବୈଠକରେ ସ୍ଥିତିର ସମିକ୍ଷା କରାଯାଇଥିଲା । ଏହାସହ ଘଟଣାର ଯାଞ୍ଚ ପାଇଁ ଏସଆଇଟିର ୫ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଛି । ଏହି ଘଟଣା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ କରି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଗୁଜରାଟର ମୋରବିରେ ହୋଇଥିବା ଏହି ଘଟଣା ପାଇଁ ମୁଁ ଚିନ୍ତିତ । ମୋର ସମ୍ବେଦନା ପ୍ରଭାବିତ ଲୋକଙ୍କ ପ୍ରତି ରହିଛି ।
ସୂଚନାଯୋଗ୍ୟ, ଆବଶ୍ୟକତାଠାରୁ ଅଧିକ ଲୋକ ପୋଲ ଉପରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲଟି ପ୍ରଥମେ ଦୋହଲିବା ସହ ଲଟକି ଯାଇ ମଡ ମଡ ହୋଇ ଭାଙ୍ଗି ପଡିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ଖୁବ୍ ସହଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri