Posted inଜାତୀୟ

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ବାହାରେ ରହିଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ପରାମର୍ଶକ୍ରମେ ପର୍ଯ୍ୟାୟକ୍ରମେ ଖୋଲିପାରିବେ। ଗାଇଡ୍‌ଲାଇନକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯାଞ୍ଚ କରିବା ସହିତ ସ୍ବରାଷ୍ଟ୍ର ଓ ଶିକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି। ୟୁଜିସି ୬ ଦିନିଆ ସପ୍ତାହ ଲାଗି ପରାମର୍ଶ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କମ୍‌ ପିଲାଙ୍କୁ ନେଇ କ୍ଲାସ୍‌ ଆୟୋଜନ କରିବାକୁ କହିଛି। ସେଥିପାଇଁ ଛାତ୍ରୀଛାତ୍ରଙ୍କୁ ଏକାଧିକ ସେକ୍ସନରେ ବିଭକ୍ତ କରିବାକୁ ହେବ। ତେବେ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ପାଠପଢ଼ା ସମୟ ବଢ଼ାଯାଇପାରିବ।
କ୍ୟାମ୍ପସ୍‌ ଖୋଲିବା ପୂର୍ବରୁ ଏହା କେନ୍ଦ୍ର କିମ୍ବା ରାଜ୍ୟ ସରକରାଙ୍କ ଦ୍ୱାରା ନିରାପଦ ଅଞ୍ଚଳ ଘୋଷିତ ହୋଇଛି କି ନାହିଁ ସେନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନିଶ୍ଚିନ୍ତ ହେବେ। କୋଭିଡ୍‌କୁ ନେଇ ସରକାର ଘୋଷଣା କରିଥିବା ନିର୍ଦ୍ଦେଶନାମା, ଗାଇଡ୍‌ଲାଇନ ଓ ପରାମର୍ଶକୁ ଶିକ୍ଷାନୁଷ୍ଠାନ ମାନିବାକୁ ବାଧ୍ୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ନୂଆ ୟୁଜିସି ଗାଇଡ୍‌ଲାଇନ ସମ୍ପର୍କରେ ଟୁଇଟର୍‌ରେ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନ, ଛାତ୍ରୀଛାତ୍ର, ଅଭିଭାବକ ସମସ୍ତେ ଏହାକୁ ମାନିବା ଲାଗି ସେ ଅନୁରୋଧ କରିଛନ୍ତି। କ୍ୟାମ୍ପସ୍‌ରେ ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନଙ୍କୁ ପରିଚାଳନା କରିବା, କ୍ୟାମ୍ପସ୍‌ ପରିସରକୁ ବିଶୋଧନ ଲାଗି ପଦକ୍ଷେପ ନେବା, ସଂକ୍ରମିତଙ୍କୁ ଚିହ୍ନଟ କରିବା ଏବଂ ଭୂତାଣୁ ସଂକ୍ରମଣ ରୋକିବା ଲାଗି କଣ୍ଟେନ୍‌ମେଣ୍ଟ ପଦକ୍ଷେପ ନେବାକୁ କୁହାଯାଇଛି।
ସମସ୍ତ ଗବେଷଣା କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ଓ ପ୍ରଯକ୍ତି କାର୍ଯ୍ୟକ୍ରମର ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଯୋଗଦେବାକୁ ୟୁଜିସି ଅନୁମତି ଦେଇଛି। ସେହିପରି ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ନିଷ୍ପତ୍ତିକ୍ରମେ ଶେଷବର୍ଷ ଛାତ୍ରୀଛାତ୍ର ପଢ଼ିବା ପାଇଁ କିମ୍ବା ପ୍ଲେସ୍‌ମେଣ୍ଟ ଉଦ୍ଦେଶ୍ୟରେ ଆସିପାରିବେ। ଯେଉଁମାନେ ଘରେ ରହି ପଢ଼ିବାକୁ ଚାହିଁବେ ସେମାନଙ୍କୁ ଅନ୍‌ଲାଇନରେ ପଠନ ବିଷୟବସ୍ତୁ ଯୋଗାଇ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri