Posted inଜାତୀୟ

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ବାହାରେ ରହିଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ପରାମର୍ଶକ୍ରମେ ପର୍ଯ୍ୟାୟକ୍ରମେ ଖୋଲିପାରିବେ। ଗାଇଡ୍‌ଲାଇନକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯାଞ୍ଚ କରିବା ସହିତ ସ୍ବରାଷ୍ଟ୍ର ଓ ଶିକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି। ୟୁଜିସି ୬ ଦିନିଆ ସପ୍ତାହ ଲାଗି ପରାମର୍ଶ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି କମ୍‌ ପିଲାଙ୍କୁ ନେଇ କ୍ଲାସ୍‌ ଆୟୋଜନ କରିବାକୁ କହିଛି। ସେଥିପାଇଁ ଛାତ୍ରୀଛାତ୍ରଙ୍କୁ ଏକାଧିକ ସେକ୍ସନରେ ବିଭକ୍ତ କରିବାକୁ ହେବ। ତେବେ ଶିକ୍ଷାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ପାଠପଢ଼ା ସମୟ ବଢ଼ାଯାଇପାରିବ।
କ୍ୟାମ୍ପସ୍‌ ଖୋଲିବା ପୂର୍ବରୁ ଏହା କେନ୍ଦ୍ର କିମ୍ବା ରାଜ୍ୟ ସରକରାଙ୍କ ଦ୍ୱାରା ନିରାପଦ ଅଞ୍ଚଳ ଘୋଷିତ ହୋଇଛି କି ନାହିଁ ସେନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନିଶ୍ଚିନ୍ତ ହେବେ। କୋଭିଡ୍‌କୁ ନେଇ ସରକାର ଘୋଷଣା କରିଥିବା ନିର୍ଦ୍ଦେଶନାମା, ଗାଇଡ୍‌ଲାଇନ ଓ ପରାମର୍ଶକୁ ଶିକ୍ଷାନୁଷ୍ଠାନ ମାନିବାକୁ ବାଧ୍ୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ନୂଆ ୟୁଜିସି ଗାଇଡ୍‌ଲାଇନ ସମ୍ପର୍କରେ ଟୁଇଟର୍‌ରେ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନ, ଛାତ୍ରୀଛାତ୍ର, ଅଭିଭାବକ ସମସ୍ତେ ଏହାକୁ ମାନିବା ଲାଗି ସେ ଅନୁରୋଧ କରିଛନ୍ତି। କ୍ୟାମ୍ପସ୍‌ରେ ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନଙ୍କୁ ପରିଚାଳନା କରିବା, କ୍ୟାମ୍ପସ୍‌ ପରିସରକୁ ବିଶୋଧନ ଲାଗି ପଦକ୍ଷେପ ନେବା, ସଂକ୍ରମିତଙ୍କୁ ଚିହ୍ନଟ କରିବା ଏବଂ ଭୂତାଣୁ ସଂକ୍ରମଣ ରୋକିବା ଲାଗି କଣ୍ଟେନ୍‌ମେଣ୍ଟ ପଦକ୍ଷେପ ନେବାକୁ କୁହାଯାଇଛି।
ସମସ୍ତ ଗବେଷଣା କାର୍ଯ୍ୟକ୍ରମ ଏବଂ ବିଜ୍ଞାନ ଓ ପ୍ରଯକ୍ତି କାର୍ଯ୍ୟକ୍ରମର ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରେ ଯୋଗଦେବାକୁ ୟୁଜିସି ଅନୁମତି ଦେଇଛି। ସେହିପରି ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ନିଷ୍ପତ୍ତିକ୍ରମେ ଶେଷବର୍ଷ ଛାତ୍ରୀଛାତ୍ର ପଢ଼ିବା ପାଇଁ କିମ୍ବା ପ୍ଲେସ୍‌ମେଣ୍ଟ ଉଦ୍ଦେଶ୍ୟରେ ଆସିପାରିବେ। ଯେଉଁମାନେ ଘରେ ରହି ପଢ଼ିବାକୁ ଚାହିଁବେ ସେମାନଙ୍କୁ ଅନ୍‌ଲାଇନରେ ପଠନ ବିଷୟବସ୍ତୁ ଯୋଗାଇ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ମାନିଲାନି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ନୂଆ ଜୀବନ ପାଇଲେ କନଷ୍ଟେବଳ

ଫିରୋଜାବାଦ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧର ନିଆଁ ଜଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏତିକି ବେଳେ...

କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍‌ ରହିଛି। ତେଣୁ ଦିଲ୍ଲୀ ସରକାର...

ମେ’ ୧୦ରୁ ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶନିବାର ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ମେ’ ୧୦ରୁ ଜୁନ ୨୮...

ଆସାମ ପୋଲିସକୁ ବଡ଼ ଝଟ୍‌କା: ମୁକୁଳିବେ ପବନ ଖେରା

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। କିଛି ଘଣ୍ଟାର...

‘୧୦୦ କୋଟି ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୧।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନଁ।ରେ ଠକେଇ ଉଦ୍ୟମ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୪ଅଭିଯୁକ୍ତଙ୍କୁ...

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ...

ସମଲିଙ୍ଗୀ ବିବାହ ମାମଲା: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୩ା୩: ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଲାଇଥିବା ବେଳେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି...

Advertisement
Archives

Model This Week