ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ। ଅଧିକ ପବନ ହେଲେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଚକଡ଼ା ପୋକ ସହଜରେ ଯାଇପାରେ। ତେଣୁ ଏହି ପୋକ ଦମନ ଓ ପରିଚାଳନା ପାଇଁ କୃଷକଙ୍କ ନିମନ୍ତେ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି କୀଟଗୁଡ଼ିକ ଧାନ ଗଛରୁ ରସ ଶୋଷି ଖାଆନ୍ତି। ସାଧାରଣତଃ ଧାନ କିଆରିରେ ମଧ୍ୟଭାଗରୁ ଏହି ପୋକ ଆକ୍ରମଣ ଆରମ୍ଭ ହୁଏ। ପୋକ ଦ୍ୱାରା ଆକ୍ରାନ୍ତ ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ହୋଇଯାଏ। କିଆରିରେ ଚକଡ଼ା ଚକଡ଼ା ହୋଇ ଧାନ ଗଛ ମରିଯାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସୁବିଧା ଥିଲେ କିଆରିରୁ ଜଳ ନିଷ୍କାସନ କରନ୍ତୁ ଓ ଦରକାର ପଡ଼ିଲେ ପୁଣି ପାଣି ଭରି କରନ୍ତୁ। ପ୍ରତି ୬ଫୁଟ ଅନ୍ତରରେ ପାହି କରି ଦିଅନ୍ତୁ। ଏହାଦ୍ୱାରା ବୁଦା ମୂଳକୁ ସୂର୍ଯ୍ୟ ଆଲୋକ ଓ ବାୟୁ ଚଳାଚଳ ସହଜ ହେବା ସହିତ କୀଟନାଶକ ପ୍ରୟୋଗ କରିବାରେ ସୁବିଧା ହେବ। ହସ୍ତ ଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ଏକର ପ୍ରତି ୨ଶହ ଲିଟର କୀଟନାଶ ଦ୍ରବଣ ଓ ଶକ୍ତିଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ୬୦-୭୦ଲିଟର କୀଟନାଶକ ଦ୍ରବଣ ସିଞ୍ଚନ କରନ୍ତୁ। ଗୋଟିଏ କୀଟନାଶକକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। ପୋକ ସଂକ୍ରମଣ ହୋଇଥିଲେ ଯବକ୍ଷାରଜାନଜାତୀୟ ସାର ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ସ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri