ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ। ଅଧିକ ପବନ ହେଲେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଚକଡ଼ା ପୋକ ସହଜରେ ଯାଇପାରେ। ତେଣୁ ଏହି ପୋକ ଦମନ ଓ ପରିଚାଳନା ପାଇଁ କୃଷକଙ୍କ ନିମନ୍ତେ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି କୀଟଗୁଡ଼ିକ ଧାନ ଗଛରୁ ରସ ଶୋଷି ଖାଆନ୍ତି। ସାଧାରଣତଃ ଧାନ କିଆରିରେ ମଧ୍ୟଭାଗରୁ ଏହି ପୋକ ଆକ୍ରମଣ ଆରମ୍ଭ ହୁଏ। ପୋକ ଦ୍ୱାରା ଆକ୍ରାନ୍ତ ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ହୋଇଯାଏ। କିଆରିରେ ଚକଡ଼ା ଚକଡ଼ା ହୋଇ ଧାନ ଗଛ ମରିଯାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସୁବିଧା ଥିଲେ କିଆରିରୁ ଜଳ ନିଷ୍କାସନ କରନ୍ତୁ ଓ ଦରକାର ପଡ଼ିଲେ ପୁଣି ପାଣି ଭରି କରନ୍ତୁ। ପ୍ରତି ୬ଫୁଟ ଅନ୍ତରରେ ପାହି କରି ଦିଅନ୍ତୁ। ଏହାଦ୍ୱାରା ବୁଦା ମୂଳକୁ ସୂର୍ଯ୍ୟ ଆଲୋକ ଓ ବାୟୁ ଚଳାଚଳ ସହଜ ହେବା ସହିତ କୀଟନାଶକ ପ୍ରୟୋଗ କରିବାରେ ସୁବିଧା ହେବ। ହସ୍ତ ଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ଏକର ପ୍ରତି ୨ଶହ ଲିଟର କୀଟନାଶ ଦ୍ରବଣ ଓ ଶକ୍ତିଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ୬୦-୭୦ଲିଟର କୀଟନାଶକ ଦ୍ରବଣ ସିଞ୍ଚନ କରନ୍ତୁ। ଗୋଟିଏ କୀଟନାଶକକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। ପୋକ ସଂକ୍ରମଣ ହୋଇଥିଲେ ଯବକ୍ଷାରଜାନଜାତୀୟ ସାର ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri