ପିଜୁଳି ଚାଷ, ଚାରା ଉତ୍ପାଦନ ଦେଇଛି ଜୀବିକା

ପାରଳାଖେମୁଣ୍ଡି,୨୦ା୩(ଡି.ଏନ୍‌.ଏନ୍‌.):ଖରିଫ ଚାଷ ହେଉକି ରବି ଚାଷ, ବିଭିନ୍ନ ସମସ୍ୟା ଉପୁଜୁଥିବାକୁ ନେଇ ଅନେକ ଚାଷୀ ଚାଷକାର୍ଯ୍ୟ ପ୍ରତି ଆଉ ସେପରି ମନ ବଳାଉ ନାହାନ୍ତି । ପୂର୍ବପରି ଚାଷୀମାନେ ଚାଷବାସ କାର୍ଯ୍ୟ ନିମନ୍ତେ ସେପରି ଉତ୍ସାହିତ ବା ଆଗ୍ରହ ଦେଖାଉନାହାନ୍ତି। ହେଲେ ଗଜପତି ଜିଲା ଗୋଷାଣି ବ୍ଲକ ମଧୁସୂଦନପୁର ପଞ୍ଚାୟତ ସଦର ମହକୁମା ମଧୁସୂଦନପୁର ଗ୍ରାମର ମୋହନ ପାତ୍ର ଧାନ ବା ପାରମ୍ପରିକ ଚାଷକୁ ଛାଡି ପିଜୁଳି ଚାଷ ସହ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ଜୀବିକା ଆପଣାଇଛନ୍ତି। ସେ ଏଭଳି ପିଜୁଳି ଚାଷ କାର୍ଯ୍ୟ ମାତ୍ର ୪ବର୍ଷ ହେଲା ଆରମ୍ଭ କରିଥିଲେ ହେଁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ପୂର୍ବଜମାନେ ପାରମ୍ପରିକ ଚାଷ ତଥା ଧାନ ଅମଳ କରୁଥିଲେ। ହେଲେ ଏଥିରେ ସେତେଟା ଲାଭ ମିଳିନଥିଲା। ଏହାପରେ ପନିପରିବା ଚାଷ କରିଥିଲେ ମଧ୍ୟ ଆଖିଦୃଶିଆ ସଫଳତା ମିଳିନଥିଲା। ଏତିକିରେ ସେ ଭାଙ୍ଗି ନ ପଡି ଧୈର୍ଯ୍ୟର ସହ ଆଗକୁ ଯିବା ଉଦ୍ଦେଶ୍ୟରେ ଉଦ୍ୟାନ ବିଭାଗର ପରାମର୍ଶ ଲୋଡିଥିଲେ ମୋହନ। ଉଦ୍ୟାନ ବିଭାଗ ତାଙ୍କୁ ପିଜୁଳି ଚାଷ ସମ୍ପର୍କରେ ବୁଝାଇବା ସହ ତାଲିମ ପାଇଁ ଭୁବନେଶ୍ୱର ପଠାଇଥିଲେ। ତାଲିମ ପରେ ସେ ପାରଳାଖେମୁଣ୍ଡି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ କିଛି ଦିନ ରହି ଚାରା ଉତ୍ପାଦନ ସମ୍ପର୍କରେ ଜାଣିଥିଲେ। ଏହାପରେ ଉଦ୍ୟାନ ବିଭାଗ ତରଫରୁ ୨୫୦ ଗଛ ଯୋଗାଇ ଦିଆଯାଇଥିଲା। ପ୍ରଥମେ ସେ ଏହି ପିଜୁଳି ଚାରାଗୁଡିକୁ ନିଜର ୮୦ସେଣ୍ଟ ଜମିରେ ରୋପଣ କରିଥିଲେ । ପ୍ରଥମ ବର୍ଷ ୧ଟନ୍‌, ଦ୍ୱିତୀୟ ବର୍ଷ ୨ଟନ ଏପରି ଭାବେ ୪ବର୍ଷ ମଧ୍ୟରେ ସେ ୪ଟନ ପିଜୁଳି ଅମଳ କରି ବାର୍ଷିକ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରିପାରୁଥିବାର ପ୍ରକାଶ କରିଛନ୍ତି। ପିଜୁଳି ଚାଷ ସହ ସେ ନର୍ସରୀ ବା ଚାରା ଉତ୍ପାଦନ ମଧ୍ୟ କରୁଥିବାର ଲକ୍ଷ୍ୟ କରାଯାଇଛି। ପିଜୁଳି ସହ ଆମ୍ବ, ପଣସ, କାଜୁ, ଅଁଳା, ପଣସ ଆଦି ଚାରା ନିଜେ ଉତ୍ପାଦନ କରୁଥିବାର ଦେଖାଯାଇଛି। ଏହା ସହ ଏକ ବାଡରେ ବିଭିନ୍ନ ପ୍ରଜାତିର ଫୁଲ ଗଛ ମଧ୍ୟ ଉତ୍ପାଦନ କରୁଛନ୍ତି । ଗୋଲାପ ଫୁଲଠାରୁ ଆରମ୍ଭ କରି ସେବତୀ, ମନ୍ଦାର, ମଣ୍ଡାଫୁଲ ଚାରା ତଥା ଗଛ ଉତ୍ପାଦନ କରିବାରେ ଲାଗିପଡିଛନ୍ତି। ସେ ଏହି ସମସ୍ତ କାର୍ଯ୍ୟ ନିଜେ ଏବଂ ତାଙ୍କ ପରିବାର ଲୋକଙ୍କ ସାହାଯ୍ୟରେ କରୁଛନ୍ତି। ଏହି ବର୍ଷ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନ ୧୫୦୦ରୁ ଊର୍ଦ୍ଧ୍ୱ କାଜୁ ଚାରା କ୍ରୟ କରିବାପାଇଁ ବରାଦ ଦେଇଥିବାର ମୋହନ ପ୍ରକାଶ କରିଛନ୍ତି। ନିଜର ସ୍ବଳ୍ପ ପରିମାଣ ଜମିରେ ପିଆଜଠାରୁ ଆରମ୍ଭ କରି ଫୁଲ ଏବଂ ବିଭିନ୍ନ କିସମର ଚାରା ଉତ୍ପାଦନ କରି ରୋଜଗାର ଭଲ ହେଉଥିବାର ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବେ ଧାନ ତଥା ପାରମ୍ପରିକ ଚାଷରେ କ୍ଷତି ସହୁଥିବା ମୋହନ ପାତ୍ର ଏବେ ପିଜୁଳି ଚାଷ ସାଙ୍ଗକୁ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ବେଶ ଲାଭବାନ ହୋଇପାରିଛନ୍ତି। ତାଙ୍କରି ଏହି ସଫଳତା ପାଇଁ ବର୍ତ୍ତମାନ ଅଞ୍ଚଳରେ ଖ୍ୟାତି ଲାଭ କରୁଛନ୍ତି। କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରକୁ ପହଞ୍ଚାଇଦିଏ ବୋଲି ସେ ପ୍ରମାଣିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri