ପିଜୁଳି ଚାଷ, ଚାରା ଉତ୍ପାଦନ ଦେଇଛି ଜୀବିକା

ପାରଳାଖେମୁଣ୍ଡି,୨୦ା୩(ଡି.ଏନ୍‌.ଏନ୍‌.):ଖରିଫ ଚାଷ ହେଉକି ରବି ଚାଷ, ବିଭିନ୍ନ ସମସ୍ୟା ଉପୁଜୁଥିବାକୁ ନେଇ ଅନେକ ଚାଷୀ ଚାଷକାର୍ଯ୍ୟ ପ୍ରତି ଆଉ ସେପରି ମନ ବଳାଉ ନାହାନ୍ତି । ପୂର୍ବପରି ଚାଷୀମାନେ ଚାଷବାସ କାର୍ଯ୍ୟ ନିମନ୍ତେ ସେପରି ଉତ୍ସାହିତ ବା ଆଗ୍ରହ ଦେଖାଉନାହାନ୍ତି। ହେଲେ ଗଜପତି ଜିଲା ଗୋଷାଣି ବ୍ଲକ ମଧୁସୂଦନପୁର ପଞ୍ଚାୟତ ସଦର ମହକୁମା ମଧୁସୂଦନପୁର ଗ୍ରାମର ମୋହନ ପାତ୍ର ଧାନ ବା ପାରମ୍ପରିକ ଚାଷକୁ ଛାଡି ପିଜୁଳି ଚାଷ ସହ ଚାରା ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ଜୀବିକା ଆପଣାଇଛନ୍ତି। ସେ ଏଭଳି ପିଜୁଳି ଚାଷ କାର୍ଯ୍ୟ ମାତ୍ର ୪ବର୍ଷ ହେଲା ଆରମ୍ଭ କରିଥିଲେ ହେଁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ପୂର୍ବଜମାନେ ପାରମ୍ପରିକ ଚାଷ ତଥା ଧାନ ଅମଳ କରୁଥିଲେ। ହେଲେ ଏଥିରେ ସେତେଟା ଲାଭ ମିଳିନଥିଲା। ଏହାପରେ ପନିପରିବା ଚାଷ କରିଥିଲେ ମଧ୍ୟ ଆଖିଦୃଶିଆ ସଫଳତା ମିଳିନଥିଲା। ଏତିକିରେ ସେ ଭାଙ୍ଗି ନ ପଡି ଧୈର୍ଯ୍ୟର ସହ ଆଗକୁ ଯିବା ଉଦ୍ଦେଶ୍ୟରେ ଉଦ୍ୟାନ ବିଭାଗର ପରାମର୍ଶ ଲୋଡିଥିଲେ ମୋହନ। ଉଦ୍ୟାନ ବିଭାଗ ତାଙ୍କୁ ପିଜୁଳି ଚାଷ ସମ୍ପର୍କରେ ବୁଝାଇବା ସହ ତାଲିମ ପାଇଁ ଭୁବନେଶ୍ୱର ପଠାଇଥିଲେ। ତାଲିମ ପରେ ସେ ପାରଳାଖେମୁଣ୍ଡି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ କିଛି ଦିନ ରହି ଚାରା ଉତ୍ପାଦନ ସମ୍ପର୍କରେ ଜାଣିଥିଲେ। ଏହାପରେ ଉଦ୍ୟାନ ବିଭାଗ ତରଫରୁ ୨୫୦ ଗଛ ଯୋଗାଇ ଦିଆଯାଇଥିଲା। ପ୍ରଥମେ ସେ ଏହି ପିଜୁଳି ଚାରାଗୁଡିକୁ ନିଜର ୮୦ସେଣ୍ଟ ଜମିରେ ରୋପଣ କରିଥିଲେ । ପ୍ରଥମ ବର୍ଷ ୧ଟନ୍‌, ଦ୍ୱିତୀୟ ବର୍ଷ ୨ଟନ ଏପରି ଭାବେ ୪ବର୍ଷ ମଧ୍ୟରେ ସେ ୪ଟନ ପିଜୁଳି ଅମଳ କରି ବାର୍ଷିକ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରିପାରୁଥିବାର ପ୍ରକାଶ କରିଛନ୍ତି। ପିଜୁଳି ଚାଷ ସହ ସେ ନର୍ସରୀ ବା ଚାରା ଉତ୍ପାଦନ ମଧ୍ୟ କରୁଥିବାର ଲକ୍ଷ୍ୟ କରାଯାଇଛି। ପିଜୁଳି ସହ ଆମ୍ବ, ପଣସ, କାଜୁ, ଅଁଳା, ପଣସ ଆଦି ଚାରା ନିଜେ ଉତ୍ପାଦନ କରୁଥିବାର ଦେଖାଯାଇଛି। ଏହା ସହ ଏକ ବାଡରେ ବିଭିନ୍ନ ପ୍ରଜାତିର ଫୁଲ ଗଛ ମଧ୍ୟ ଉତ୍ପାଦନ କରୁଛନ୍ତି । ଗୋଲାପ ଫୁଲଠାରୁ ଆରମ୍ଭ କରି ସେବତୀ, ମନ୍ଦାର, ମଣ୍ଡାଫୁଲ ଚାରା ତଥା ଗଛ ଉତ୍ପାଦନ କରିବାରେ ଲାଗିପଡିଛନ୍ତି। ସେ ଏହି ସମସ୍ତ କାର୍ଯ୍ୟ ନିଜେ ଏବଂ ତାଙ୍କ ପରିବାର ଲୋକଙ୍କ ସାହାଯ୍ୟରେ କରୁଛନ୍ତି। ଏହି ବର୍ଷ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନ ୧୫୦୦ରୁ ଊର୍ଦ୍ଧ୍ୱ କାଜୁ ଚାରା କ୍ରୟ କରିବାପାଇଁ ବରାଦ ଦେଇଥିବାର ମୋହନ ପ୍ରକାଶ କରିଛନ୍ତି। ନିଜର ସ୍ବଳ୍ପ ପରିମାଣ ଜମିରେ ପିଆଜଠାରୁ ଆରମ୍ଭ କରି ଫୁଲ ଏବଂ ବିଭିନ୍ନ କିସମର ଚାରା ଉତ୍ପାଦନ କରି ରୋଜଗାର ଭଲ ହେଉଥିବାର ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବେ ଧାନ ତଥା ପାରମ୍ପରିକ ଚାଷରେ କ୍ଷତି ସହୁଥିବା ମୋହନ ପାତ୍ର ଏବେ ପିଜୁଳି ଚାଷ ସାଙ୍ଗକୁ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ବେଶ ଲାଭବାନ ହୋଇପାରିଛନ୍ତି। ତାଙ୍କରି ଏହି ସଫଳତା ପାଇଁ ବର୍ତ୍ତମାନ ଅଞ୍ଚଳରେ ଖ୍ୟାତି ଲାଭ କରୁଛନ୍ତି। କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଓ ମନୋବଳ ମଣିଷକୁ ସଫଳତାର ଶିଖରକୁ ପହଞ୍ଚାଇଦିଏ ବୋଲି ସେ ପ୍ରମାଣିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri