Posted inଜାତୀୟ

ଏସବୁ ଜିନିଷ ହେଲା ଶସ୍ତା, ଏହି ଉତ୍ପାଦ ମହଙ୍ଗା; GST ନୂଆ ସ୍ଲାବ୍‌ ଆପଣଙ୍କ ପକେଟ ଉପରେ ପକାଇବ କି ପ୍ରଭାବ?

ନୂଆଦିଲ୍ଲୀ,୩।୯: ବସ୍ତୁ ଓ ସେବା କର (ଜିଏସ୍‌ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ ଏହି ଦୁଇଟି ସ୍ଲାବ ଲାଗୁ ହେବ। ବିଶେଷ କଥା ହେଉଛି ଯେ ସରକାର ଅନେକ ଆବଶ୍ୟକ ଜିନିଷ ଉପରେ ଟିକସକୁ ଶୂନ୍ୟ କରିଦେଇଛନ୍ତି, ଯେପରିକି କ୍ଷୀର, ଛେନା, ପନୀର, ପିଜା ବ୍ରେଡ ଓ ରୁଟି ଉପରେ ପୂର୍ବରୁ ଥିବା ୫ ପ୍ରତିଶତ ଟିକସ ହଟାଇ ଦିଆଯାଇଛି। ଅନ୍ୟପକ୍ଷରେ ବିଳାସପୂର୍ଣ୍ଣ ଦ୍ରବ୍ୟ ଓ ତମାଖୁ ଜାତୀୟ ଉତ୍ପାଦ ଉପରେ ୪୦ ପ୍ରତିଶତ ଟିକସ ସ୍ଲାବ ଲାଗୁ ହେବ, ଯାହା ଏହି ଜିନିଷଗୁଡ଼ିକୁ ମହଙ୍ଗା କରିବ।

ଶସ୍ତା ହେଲା ଏହି ଜିନିଷ**
*୫%ରୁ NIL*
୧. UHT କ୍ଷୀର
୨. ଛେନା/ପନୀର (ପ୍ୟାକ୍ଡ)
୩. ପିଜା ବ୍ରେଡ
୪. ଖାଖରା, ଚପାତି, ରୁଟି

୧୮%ରୁ NIL:
୧. ପରଟା ଓ ଅନ୍ୟାନ୍ୟ ଭାରତୀୟ ରୁଟି
୨-୧୨%ରୁ ୫%: ମୁଖ୍ୟ ଖାଦ୍ୟ ଓ ଉପଭୋକ୍ତା ଦ୍ରବ୍ୟ
୩. କଣ୍ଡେନ୍ସଡ ମିଲ୍କ
୪. ଘିଅ, ବଟର, ଡେୟାରୀ ଫ୍ୟାଟ
୪. ଛେନା
୫. ଡ୍ରାଏ ଫ୍ରୁଟ୍ସ: ବାଦାମ, ପିସ୍ତା, ହେଜଲନଟ୍‌, ଚେଷ୍ଟନଟ୍‌, ବ୍ରାଜିଲ ନଟ୍‌, ଖଜୁରୀ, ଅଞ୍ଜିର ଇତ୍ୟାଦି
୬. ଖଟା ଫଳ ଶୁଖିଲା( କମଳା, ଲେମ୍ବୁ, ମୌସୁମୀ ଇତ୍ୟାଦି)
୭. ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ମିଶ୍ରଣ
୮. ମାଲ୍ଟ, ଷ୍ଟାର୍ଚ, ଇନୁଲିନ
୯. ମାଂସ/ମାଛ/ଚିଙ୍ଗୁଡ଼ି ଜାତୀୟ ଉତ୍ପାଦ
୧୦. ଚିନି ଓ ସୁଗାର କ୍ୟୁବ
୧୧. ପାସ୍ତା, ନୁଡଲ୍ସ, ସ୍ପାଗେଟି
୧୨. ବିସ୍କୁଟ/କେକ/ପେଷ୍ଟ୍ରି (କେତେକ ବର୍ଗ)
୧୩. ସ୍ନାକ୍ସ, ନମକିନ, ଭୁଜିଆ (ପ୍ୟାକ୍ଡ)
୧୪. ସସ୍‌, ମେୟୋ, କରି ପେଷ୍ଟ ଇତ୍ୟାଦି
୧୫. ଆଇସକ୍ରିମ
୧୬. ସୋୟା ବଡ଼ି, Mungodi
୧୭. ସୁଗାର କନଫେକ୍ସନାରୀ, ଟଫି
୧୮. ଫଳ ରସ, ନଡ଼ିଆ ପାଣି (ପ୍ୟାକ୍ଡ)
୧୯. ଚା/କଫି, ଚିକୋରୀ
୨୦. ସୁପ, ବ୍ରଥ
୨୧. ଅଟା/ଷ୍ଟାର୍ଚ ଆଧାରିତ ଖାଦ୍ୟ ଉତ୍ପାଦ
୨୨. ଅନେକ ପ୍ରକାର ଔଷଧ, ମେଡିକାଲ ଉପକରଣ (ଅକ୍ସିଜେନ, ଡାୟଗନୋଷ୍ଟିକ କିଟ, ବ୍ଲଡ ଟେଷ୍ଟ ଷ୍ଟ୍ରିପ, ଥର୍ମୋମିଟର, ମେଡିକାଲ ମେସିନ ଇତ୍ୟାଦି)
୨୩. ଟୟଲେଟ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ପାଉଡର, ହେୟାର ଅଏଲ, ସେଭିଂ କ୍ରିମ
୨୪. ସ୍କୁଲ ନୋଟବୁକ, କପି, ଗ୍ରାଫ ବୁକ
୨୫. ପିଲାଙ୍କ ଖେଳଣା, ପେନସିଲ, କ୍ରେୟନ, ସାର୍ପନର
୨୬. ବାସନ (ଲୁହା, ଷ୍ଟିଲ, ତମ୍ବା, ପିତଳ, ଆଲୁମିନିୟମ)
୨୭. ହସ୍ତଶିଳ୍ପ ଜିନିଷ (କାଠ, ପଥର, ଧାତୁ, ଗ୍ଲାସ, ଜୁଟ, କର୍କ ଇତ୍ୟାଦି)
୨୮. ନବୀକରଣୀୟ ଶକ୍ତି ଉପକରଣ (ସୌର, ପବନ, ବାୟୋଗ୍ୟାସ, ତରଙ୍ଗ ଶକ୍ତି)
୨୯. ଟ୍ରାକ୍ଟର, ସାଇକେଲ, ଛୋଟ ଇଞ୍ଜିନ ଓ ପାର୍ଟସ
୩୦. ଜୋତା (୨୫୦୦ ଟଙ୍କାରୁ କମ ମୂଲ୍ୟ)
୩୧. ଫର୍ନିଚର (ବାଉଁଶ, ବେତ, ଗାଦି ୨୫୦୦ ଟଙ୍କାରୁ କମ)
୩୨. କପ୍‌ ଓ ଟେକ୍ସଟାଇଲ (୨୫୦୦ ଟଙ୍କା ପର୍ଯ୍ୟନ୍ତ)

ମହଙ୍ଗା ହେଲା ଏହି ଜିନିଷ:
୧. ପାନ ମସଲା: ୨୮% ରୁ ୪୦%
୨. ଅନ୍ୟ ଫ୍ଲେଭର୍ଡ/ଏରେଟେଡ ନନ-ଆଲକୋହଲିକ ପେୟ: ୧୮%/୨୮% ରୁ ୪୦%
୩. କାର୍ବୋନେଟେଡ ଡ୍ରିଙ୍କ, ଏନର୍ଜି/କେଫିନ ଡ୍ରିଙ୍କ: ୨୮% ରୁ ୪୦%
୪. ସିଗାରେଟ, ସିଗାର, ତମାଖୁ ଉତ୍ପାଦ (କେତେକ ଛାଡ଼ି): ୨୮% ରୁ ୪୦%
୫. ବି ୨୮% ରୁ ୧୮% ( ଏହା ଶସ୍ତା ହେଲା, ଅନ୍ୟ ତମାଖୁ ମହଙ୍ଗା)
୬. ୩୫୦ ସିସିରୁ ଅଧିକ ମୋଟରସାଇକେଲ: ୨୮% ରୁ ୪୦%
୭. ଲକ୍ଜରୀ କାର, ବଡ଼ ହାଇବ୍ରିଡ କାର: ୨୮% ରୁ ୪୦%
୮. Yachts, ପ୍ରାଇଭେଟ ଏୟାରକ୍ରାଫ୍ଟ: ୨୮% ରୁ ୪୦%
୯. ରିଭଲଭର, ପିସ୍ତଲ: ୨୮% ରୁ ୪୦%
୧୦. ସ୍ମୋକିଂ ପାଇପ, ହୁକ୍କା ଆକ୍ସେସୋରୀ: ୨୮% ରୁ ୪୦%

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri