Posted inଜାତୀୟ

ଜିଏସ୍‌ଟି ହାର କମିଲା, ୨୨ରୁ ଲାଗୁ

ନୂଆଦିଲ୍ଲୀ,୪ା୯(ପି.ଟି.): ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ୍‌ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫% ଏବଂ ୧୮% ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୂଚନା ଦେଇଛନ୍ତି। ଏଥିରୁ ଦେଶର ସାଧାରଣ ନାଗରିକ ଲାଭବାନ ହେବେ। କୃଷକଙ୍କଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ଧ୍ୟାନରେ ରଖି ସ୍ଲାବ୍‌ରେ ଏପରି ହ୍ରାସ କରାଯାଇଥିବା ସୀତାରାମନ୍‌ କହିଛନ୍ତି। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସହମତି ପ୍ରକାଶ କରିଥିବା ପ୍ରାୟ ୧୧ ଘଣ୍ଟାର ମାରାଥନ୍‌ ବୈଠକରୁ ଜଣାପଡ଼ିଛି। ତେବେ ଏଥିଯୋଗୁ ପ୍ରାୟ ୯୩,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହୋଇପାରେ। ରାଜ୍ୟଗୁଡ଼ିକ ସହିବାକୁ ଥିବା ରାଜସ୍ବ କ୍ଷତିର ଭରଣା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜିଏସ୍‌ଟିରେ ସଂସ୍କାର ଯୋଗୁ ନାଗରିକଙ୍କ ଜୀବନରେ ଉନ୍ନତି ଆସବା ସହ କ୍ଷୁଦ୍ର ବ୍ୟବସାୟୀ ଓ ବିଜ୍‌ନେସମ୍ୟାନ୍‌ଙ୍କ ବ୍ୟବସାୟରେ ସହଜତା ଆସିବ। ଏଥିସହ ଦେଶର ଅର୍ଥନୀତି ମଧ୍ୟ ମଜ୍‌ଭୁତ ହେବ ବୋଲି ‘X’ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍‌ସିଲ ଏହା ପୂର୍ବ ବ୍ୟବସ୍ଥା ଅନୁସାରେ ପ୍ରଚଳିତ ୧୨% ଓ ୨୮% ଟିକସକୁ ଉଚ୍ଛେଦ କରି ଦ୍ୱୈତ ଟିକସ ହାର ୫% ଓ ୧୮% ଢାଞ୍ଚା ଆଣିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତା ୨୨ ତାରିଖରୁ ଏହା ଲାଗୁ ହେବ। ଫଳରେ ଗୋଟିଏ ପଟେ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ, ଅନ୍ୟପଟେ ରାଜକୋଷର ୯୩,୦୦୦ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ହେବ। ତେବେ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ୪୦% ସ୍ଲାବ୍‌ ଅଣାଯିବା ଦ୍ୱାରା ରାଜକୋଷକୁ ୪୫,୦୦୦ କୋଟି ଟଙ୍କା ଫେରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନୂଆ ଜିଏସ୍‌ଟି ସ୍ଲାବ୍‌ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଥିବାରୁ ଏଥିପାଇଁ ଭୋଟିଂର ଆବଶ୍ୟକତା ପଡ଼ିନାହିଁ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍‌ ଚୌଧରୀ ସୂଚନା ଦେଇଛନ୍ତି। ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଜିଏସ୍‌ଟି ହାରରେ ପରିବର୍ତ୍ତନ ଯୋଗୁ ମୋଟ୍‌ ୪୭,୦୦୦ କୋଟି ଟଙ୍କା କ୍ଷତି ହେବ। ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା କହିଛନ୍ତି, ୪୦% ସ୍ଲାବ୍‌ ଉପରେ ଅତିରିକ୍ତ ଟିକସ କଷାଯିବ ନାହିଁ। ତେବେ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ଆମେ ସ୍ବାଗତ କରୁଛୁ। ସେହିପରି ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାଧାକ୍ରିଷ୍ଣ କିଶୋର କହିଛନ୍ତି, ଖାଉଟିଙ୍କ ବ୍ୟବହାର ବଢ଼ିଲେ ରାଜସ୍ବ ନିଅଣ୍ଟରେ ହେବାକୁ ଥିବା କ୍ଷତିର ପରିମାଣ ହ୍ରାସ ପାଇବ। ରାଜ୍ୟଗୁଡ଼ିକ ଏହି କ୍ଷତିର ଭରଣା ପାଇଁ ଦାବି କରିଥିଲେ ହେଁ ଏହା ଉପରେ କୌଣସି ସ୍ପଷ୍ଟତା ଆସିପାରି ନାହିଁ।
ପ୍ରକାଶ ଯେ, ପୂର୍ବରୁ ଜିଏସ୍‌ଟିର ୪ଟି ସ୍ଲାବ୍‌ ପ୍ରଚଳିତ ଥିଲା। ସେଗୁଡ଼ିକ ହେଲା ୫, ୧୨, ୧୮ ଓ ୨୮ ପ୍ରତିଶତ। ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥିରେ ସଂସ୍କାର ଅଣାଯିବା ନେଇ ସଙ୍କେତ ଦେଇଥିଲେ। ତଦନୁସାରେ ଜିଏସ୍‌ଟି କାଉନ୍‌ସିଲ ବୈଠକ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଚାଲିବାକୁ ଥିଲା। କିନ୍ତୁ ଏହାକୁ ଆଗୁଆ ଶେଷକରି ଦିନକିଆ କାର୍ଯ୍ୟକ୍ରମରେ ସୀମିତ ରଖାଯାଇଛି। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜୋତା ଓ ଅନ୍ୟ ପରିଧାନ ଉପରେ ୫% ଟିକସ ଲାଗିବ। ଅଦ୍ୟାବଧି ୧,୦୦୦ ଟଙ୍କାର ଏଭଳି ସାମଗ୍ରୀ ଉପରେ ୫% ଓ ୧,୦୦୦ରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଉପରେ ୧୨% ଟିକସ ଲାଗୁଥିଲା। ସେହିପରି ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟବୀମା ପ୍ରିମିୟମ୍‌ରୁ ଜିଏସ୍‌ଟିକୁ ଛାଡ଼ କରାଯାଇଛି। ମୁଣ୍ଡରେ ଲଗାଇବା ତେଲଠାରୁ କନ୍‌ଫ୍ଲେକ୍ସ, ଟିଭି ଓ ପର୍ସନାଲ ହେଲ୍‌ତ ତଥା ଜୀବନବିମା ପଲିସି ଭଳି ସାଧାରଣ ବ୍ୟବହୃତ ଆଇଟମ୍‌ ଉପରୁ ଜିଏସ୍‌ଟି ଟିକସ ହ୍ରାସ କରାଯାଇଛି। ଅନ୍ୟପକ୍ଷେ କାର୍‌, ତମାଖୁ ଓ ସିଗାରେଟ୍‌ ଭଳି କିଛି ଆଇଟମ୍‌ ଉପରେ ୪୦%ର ଏକ ସ୍ବତନ୍ତ୍ର ଟିକସ ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri