ଅଭିବୃଦ୍ଧି ଅପସରିଯାଇଛି

ବ୍ରିଟେନ୍‌କୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇପାରିଛି। କିଛି ବର୍ଷ ପୂର୍ବେ ଆମେ ବ୍ରିଟେନ୍‌ ଆଗରେ ରହିଥିଲୁ ଓ ଏବେ ଦ୍ୱିତୀୟ ଥର ଲାଗି ତାକୁ ଟପିଗଲୁ। କଥା ହେଉଛି ଆମ ଅଭିବୃଦ୍ଧି ମାନ୍ଦା ଥିବାରୁ ଆମେ ତା’ପଛରେ ରହିଯାଇଥିଲୁ। ଏବେ ଆମ ଆଗରେ ରହିଛନ୍ତି ଜର୍ମାନୀ, ଜାପାନ, ଚାଇନା ଏବଂ ଆମେରିକା। ଆମେ ବିକଶିତ ତଥା ଧନୀ ଦେଶ ହୋଇପାରିବୁ ବୋଲି ଏମାନଙ୍କ ମଧ୍ୟରେ ଥିବା ଦୁଇ ଏସୀୟ ରାଷ୍ଟ୍ର ଆମ ମନରେ ଆଶା ଭରି ଦେଇଛନ୍ତି।
ଏକ ରାଷ୍ଟ୍ରର ସାମଗ୍ରିକ ଅର୍ଥ ବ୍ୟବସ୍ଥା ଆକାରରେ ମୋଟ ଘରୋଇ ଉପତ୍ାଦ( ଜିଡିପି) ଏବଂ ମୁଣ୍ଡ ପିଛା ଜିଡିପିକୁ ଦେଖାଯାଏ। ଆମେ ସଫଳତାରେ ଆନନ୍ଦିତ ହେଉଥିବାବେଳେ ମନେରଖିବା ଉଚିତ ଯେ, ଭାରତର ଲୋକସଂଖ୍ୟା ଇଂଲଣ୍ଡଠାରୁ ୨୦ ଗୁଣ ଅଧିକ। ଆମର ମୁଣ୍ଡ ପିଛା ଜିଡିପି ୨୨୦୦ ଆମେରିକୀୟ ଡଲାର; ଯାହା ବାର୍ଷିକ ପାଖାପାଖି ୧.୭୫ ଲକ୍ଷ ଟଙ୍କା ଏବଂ ମାସିକ ୧୪,୫୦୦ ଟଙ୍କା। ଇଂଲଣ୍ଡର ହାରାହାରି ଆୟ ୪୭,୦୦୦ ଡଲାର କିମ୍ବା ବାର୍ଷିକ ୩୭ ଲକ୍ଷ ଟଙ୍କା। ପ୍ରଶ୍ନ ହେଉଛି, ଆମେ ସେହି ସ୍ତରରେ କେମିତିି ପହଞ୍ଚିବା। ନିକଟ ଅତୀତରେ ଦକ୍ଷିଣ କୋରିଆ(୩୪,୦୦୦ ଡଲାର), ଜାପାନ(୩୯,୦୦୦ ଡଲାର) ଏବଂ ଚାଇନା(୧୨୫୦୦ ଡଲାର) ସେହି ସ୍ତରକୁ ଯାଇଥିବାରୁ ଆମ ପାଇଁ ନିଶ୍ଚିତ ଭାବେ ଏକ ସମ୍ଭାବନା ରହିଛି। ମୁଣ୍ଡ ପିଛା ଜିଡିପି ୧,୦୩୬ ଏବଂ ୪,୦୪୫ ଡଲାର ମଧ୍ୟରେ ରହିଥିବା ଦେଶଗୁଡ଼ିକୁ ବିଶ୍ୱ ବ୍ୟାଙ୍କ ନିମ୍ନ ଆୟ ବର୍ଗରେ ବର୍ଗୀଭୁକ୍ତ କରିଛି। ଏଣୁ ଆମ ମୁଣ୍ଡ ପିଛା ଜିଡିପି ୨୨୦୦ ଡଲାର ଥିବାରୁ ଆମେ ନିମ୍ନ ମଧ୍ୟମ ଆୟ ବର୍ଗରେ ରହିଛୁ। ଉଚ୍ଚ ମଧ୍ୟମ ଆୟ ବର୍ଗର ଅର୍ଥ ବ୍ୟବସ୍ଥାଗୁଡ଼ିକର ମୁଣ୍ଡ ପିଛା ଜାତୀୟ ଆୟକୁ ୪,୦୪୬ ଏବଂ ୧୨,୫୩୫ ଡଲାର ମଧ୍ୟରେ ରଖାଯାଇଛି। ଏହାଠାରୁ ଅଧିକ ହେଉଛନ୍ତି ଉଚ୍ଚ ଆୟ ବା ଧନୀ ବର୍ଗର ଦେଶ। ଆଶ୍ଚର୍ଯ୍ୟର ବିଷୟ, ଏବେ ଯେଉଁଠି ଆମେ ରହିଛୁ ସେହିଠାରୁ ଆର୍ଥିକ କ୍ଷେତ୍ରରେ ସଫଳ ତିନୋଟି ଏସୀୟ ଦେଶର ସର୍ବାଧିକ ଅଭିବୃଦ୍ଧି ହାର ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ୧୯୭୦ରେ ଜାପାନ ଆମ ମୁଣ୍ଡପିଛା ଜିଡିପି ସ୍ତରରେ ରହିଥିଲା। ଏକ ଦଶନ୍ଧିରେ , ଅର୍ଥାତ୍‌ ୧୯୮୦ସୁଦ୍ଧା ଏହାର ଅର୍ଥ ବ୍ୟବସ୍ଥାକୁ ବାର୍ଷିକ ୧୬% ହାରରେ ବୃଦ୍ଧି କରି ୯୪୬୩ ଡଲାରରେ ପହଞ୍ଚିଥିଲା। ୪ ଦଶନ୍ଧି ମଧ୍ୟରେ ଏହା ହାରାହାରି ୩.୫% ଅଭିବୃଦ୍ଧି ହାରରେ ୩୯,୦୦୦ ଡଲାର ଉପରେ ପହଞ୍ଚିଛି। ୧୯୮୩ରେ ଦକ୍ଷିିଣ କୋରିଆର ଥିଲା ୨୧୯୮ ଡଲାର। ୧୦ ବର୍ଷ ମଧ୍ୟରେ ୧୯୯୩ ସୁଦ୍ଧା ଏହା ବାର୍ଷିକ ୧୫% ହାରରେ ଜିଡିପିରେ ଅଭିବୃଦ୍ଧି ଆଣି ୮୮୮୪ ଡଲାରରେ ପହଞ୍ଚିଥିଲା। ତା’ପର ତିନି ଦଶନ୍ଧିରେ ଜିଡିପି ଅଭିବୃଦ୍ଧି ୫% ହାରରେ ହୋଇଥିଲା। ଚାଇନା ଦିନେ ଆମ ଭଳି ଗରିବ ଥିଲା। ବିଶ୍ୱ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ଯେ,୧୯୬୦ରେ ଚାଇନାର ମୁଣ୍ଡପିଛା ଆୟ ୮୯ ଡଲାର ଥିଲାବେଳେ ଭାରତର ଥିଲା ୮୨ ଡଲାର। ୧୯୭୦ରେ ଆମର ୧୧୨ ଡଲାର ଓ ଚାଇନାର ୧୧୩ ଡଲାର ରହିଥିଲା। ୧୯୮୦ରେ ଭାରତର ୨୨୬ ଡଲାର ଓ ଚାଇନାର ଥିଲା ୧୯୪ ଡଲାର। ୧୯୯୦ରେ, ଅର୍ଥାତ୍‌ ୩୨ ବର୍ଷ ପୂର୍ବେ ଭାରତର ଏହା ୩୬୭ ଡଲାର ରହିଥିଲା ବେଳେ ଚାଇନାର ଥିଲା ୩୧୭ ଡଲାର। ସେତେବେଳେ ଶେଷ ଥର ଲାଗି ଆମେ ଚାଇନା ଆଗରେ ରହିଥିଲୁ। ୨୦୦୦ରେ ଆମେ ୧୩୫୭ ଡଲାରରେ ଓ ଚାଇନା ୪୪୫୦ ଡଲାରରେ ପହଞ୍ଚିଥିଲା। କିନ୍ତୁ ଏବେ ଆମେ ୨୨୭୭ ଡଲାରରେ ଥିଲାବେଳେ ଚାଇନା ପହଞ୍ଚିଯାଇଛି ୧୨,୫୫୬ ଡଲାରରେ। ସେମାନେ ଏହା କେମିତି କଲେ। ୧୯୯୦ ଏବଂ ୨୦୦୦ ମଧ୍ୟରେ ୧୧% ଅଭିବୃଦ୍ଧି ହାସଲ କରି ଏବଂ ପରେ୨୦୦୦ରୁ ୨୦୧୦ ମଧ୍ୟରେ ୧୬% ଅଭିବୃଦ୍ଧିରେ ଏବଂ ତା’ପରେ ଶେଷ ଦଶନ୍ଧିରେ ୧୦% ହାରରେ ଆଗକୁ ବଢିଛନ୍ତି। ଅନ୍ୟପକ୍ଷରେ ଏହି ଅବଧିରେ ଆମେ ମାତ୍ର ୬% ଅଭିବୃଦ୍ଧି ହାସଲ କରିଥିଲୁ। ବାର୍ଷିକ ୧୫% ଅଭିବୃଦ୍ଧି ହାସଲ କରିବା ଏକ ଅଦ୍ଭୁତ କାର୍ଯ୍ୟ; ଯାହା ଆମେ କେବେି ବି ହାସଲ କରିନାହଁୁ। କିନ୍ତୁ ଏହି ତିନି ଏସୀୟ ଦେଶ ବହୁବର୍ଷ ଧରି ଏକ ନିରନ୍ତର ଧାରାରେ ତାହା ହାସଲ କରିଛନ୍ତି। ଏହାର ରହସ୍ୟ କ’ଣ? ଜାପାନ ଟୟୋଟା, ସୋନି, ହୋଣ୍ଡା, ପାନାସୋନିକ, ୟାମା ଆଦି ବୈଶ୍ୱିକ ଉଚ୍ଚଗୁଣବତ୍ତାସମ୍ପନ୍ନ କଞ୍ଜୁମର ବ୍ରାଣ୍ଡ୍‌ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛି। ସେହିପରି ଦକ୍ଷିଣ କୋରିଆ ପାଖରେ ଅଛି ହୁଣ୍ଡାଇ ଏବଂ ସାମ୍‌ସଙ୍ଗ ଓ ଏଲ୍‌ଜି ଭଳି କଞ୍ଜ୍ୟୁମର ବ୍ରାଣ୍ଡ୍‌। ଚାଇନା ସମାନ ପ୍ରକାର ବାଟ ଆପଣାଇ ନ ଥିଲେ ମଧ୍ୟ ବିଶ୍ୱର ଏକ ମାନୁଫାକଚରିଂ ହବ୍‌ ହୋଇପାରିଛି। ସେମାନେ ଯାହା କଲେ ତାହା ଆମେ କିପରି କରିବୁ ସେଥିପାଇଁ ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିବ। କିନ୍ତୁ ସେମାନଙ୍କ ସ୍ତରରେ ପହଞ୍ଚିବାକୁ ଏହା ଏକ ମାତ୍ର ଉପାୟ ନୁହେଁ।
ଆଧୁନିକ ଯୁଗରେ ବିକଶିତ ଦେଶଗୁଡ଼ିକ ଯେଭଳି ସମୃଦ୍ଧି ହାସଲ କରିଛନ୍ତି ତାହା ଆଉ ଏକ ବାଟ ଦର୍ଶାଏ। ଏହା ସ୍ବାଧୀନ ନ୍ୟାୟିକ ଓ ଅପରାଧ ନ୍ୟାୟ ବ୍ୟବସ୍ଥା ଥିବା ସ୍ବଚ୍ଛ ଓ କ୍ରିୟାଶୀଳ ଗଣତନ୍ତ୍ରଗୁଡ଼ିକ ଦ୍ୱାରା ସମ୍ଭବ ହୋଇଛି। ଏହି ସବୁ ବିଷୟ କେବଳ ଗଣତନ୍ତ୍ରଗୁଡ଼ିକ ଯୋଗାଇ ପାରିବେ, ଉପତ୍ୀଡକ ଶାସନ ନୁହେଁ। ଜାପାନ, ଦକ୍ଷିଣ କୋରିିଆ ଏବଂ ଚାଇନାର ମୁଣ୍ଡପଛା ଜିଡିପି ୨୦୦୦ ଥିଲାବେଳେ ସେମାନେ ଯେମିିତି ଆଗଉଥିଲେ ଏବେ ଭାରତ ସେମିତି ବଢୁଛି। ତେବେ ଆମେ ସେମାନଙ୍କ ଭଳି ଡେଇଁପାରିବୁ କି? ଏଭଳି ଚାହଁିବା ତ ସ୍ବାଭାବିକ ଓ ଏହା ମଧ୍ୟ ବିଶ୍ୱରେ ଆମ ପାଇଁ ବଡ଼ ସଫଳତା ହେବ। କିନ୍ତୁ ଏହା ପାଇଁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ୨୦୦୪ରୁ ୨୦୧୪ ମଧ୍ୟରେ ଆମେ ସାଥୀ ଏସୀୟ ରାଷ୍ଟ୍ରଗୁଡ଼ିକ ହାସଲ କରିଥିବା ଅଭିବୃଦ୍ଧିର ପାଖାପାଖି ହୋଇଥିଲୁ। ସେତେବେଳେ ଅଭିବୃଦ୍ଧି ହାର ୯% ଥିଲା। କେବଳ ବୈଶ୍ୱିକ ବାଣିଜ୍ୟରେ ଦ୍ରୁତ ବୃଦ୍ଧି ଓ ଆମ ରପ୍ତାନି ଅତ୍ୟଧିକ ବଢ଼ିବା ଯୋଗୁ ଏହା ଘଟିଥିଲା। ଏହି ଦ୍ରୁତ ଅଭିବୃଦ୍ଧି ଏବେ ଅପସରି ଯାଇଛି ଓ ଆମେ ଏଥିରୁ ଏବେ ଲାଭ ଉଠାଇପାରିବା ନାହିଁ। ୨୦୧୪ ପରେ ଆମ ହାରାହାରି ଅଭିବୃଦ୍ଧି ପାଖାପାଖି ୫% ରହିଛି। ଏହା ଯଦି ଜାରି ରହେ ଆମେ ଇଜିପ୍ଟ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ଭଳି ରହିଯିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri