ବଢୁଛି ତାତି: ପକ୍ଷୀ ରାହା ଖୋଜୁଛନ୍ତି

ମହାକାଳପଡ଼ା, ୩ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ତଟ ସଂଲଗ୍ନ ସବୁଜିମା ଭରା ହେନ୍ତାଳ ଜଙ୍ଗଲରେ ବସା ବାନ୍ଧି ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏବେ ଜଳକଷ୍ଟ ପ୍ରମୁଖ କାରଣ ପାଲଟିଛି। କାରଣ ଗହୀରମଥା ସମୁଦ୍ର ଓ ଏହାର ସଂଲଗ୍ନ ପ୍ରବାହିତ ହେଉଥିବା ନଦୀ ନାଳଗୁଡ଼ିକରେ ଜଳ ଏବେ ଲବଣାକ୍ତ। ଜୀବନ ବଞ୍ଚାଇବା ପାଇଁ ପକ୍ଷୀ ରାହା ଖୋଜୁଛନ୍ତି। ମଧୁର ଜଳ ମୁନ୍ଦେର ଠିକଣା ପାଇଁ ଏବେ ଗହୀରମଥା ଆକାଶରେ ପକ୍ଷୀ ଚକର କାଟୁଛନ୍ତି। କେଉଁଠି ଖାଲ ପାଟିଆ ଜୋରିରେ ସ୍ବଳ୍ପ ମଧୁର ଗଚ୍ଛିତ ଅଛି ସେଠାରେ ଦଳ ଦଳ ହୋଇ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ ପହଞ୍ଚତ୍ ଯାଉଛନ୍ତି। ନଦୀ ନାଳଗୁଡ଼ିକରେ ସ୍ବଳ୍ପ ଜଳ ଥିବାରୁ ପକ୍ଷୀମାନଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ (ଗେଣ୍ଡା, ଚୁନା ମାଛ, ଗଡ଼ିଶା, ସିପ, ତୋରି, ପୋକ ଯୋକ ଆଦି) ମିଳୁଛି। ପକ୍ଷୀମାନେ ଖାଦ୍ୟ ଖାଇବା ସହ ମଧୁର ଜଳ ପିଇ ଶୋଷ ମେଣ୍ଟାଉଛନ୍ତି। ଅନ୍ୟପକ୍ଷରେ ପକ୍ଷୀମାନେ ଜଙ୍ଗଲ ଛାଡ଼ି ଗାଁ ଗଣ୍ଡାର ଗହୀର ଖାଲ ପାଟ ଅଞ୍ଚଳକୁ ଶୋଷ ମେଣ୍ଟେଇବାକୁ ଆସୁଛନ୍ତି। ଏହି ସମୟରେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିକୁ ଏଡାଇ ଦିଆଯାଇ ନ ପାରେ। କାରଣ ବିଷ ଓ ଫାସ ବସାଇ ଏମାନଙ୍କୁ ଶିକାର କରିବାର ସମ୍ଭାବନା ଥିବାରୁ ବନ ବିଭାଗ ଏଥିପ୍ରତି ଯତ୍ନବାନ ହେବା ଦରକାର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଜଙ୍ଗଲ ମଧ୍ୟରେ ଯେଉଁ ପ୍ରଜାତିର ଦେଶୀ ପକ୍ଷୀ ରହୁଛନ୍ତି ସୁରକ୍ଷା ପାଇଁ ବ୍ଲକର ଉପକୂଳ ଅଞ୍ଚଳ ପ୍ରମୁଖ ସ୍ଥାନଗୁଡିକରେ ସଚେତନାତା ହୋଡ଼ିଂ ସ୍ଥାପନ କରାଯିବା ସହ କେଉଁ କେଉଁ ପକ୍ଷୀ ଶିକାର କଲେ ଆଇନ ଗତ ବ୍ୟବସ୍ଥା ବାବଦରେ ଉଲ୍ଲେଖ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ଏହି ଖାଲ ପାଟ ଅଞ୍ଚଳରେ ବିଶେଷ କରି ଗେଣ୍ଡଳିଆ, ସଲିର, କଳା ଓ ଧଳା ଦା ବେଣ୍ଟିଆ, ଚା’ ଚଢ଼େଇ, ଟେ ଟେଇଁଆଁ , ଅନ୍ଧାରୁଆଁ   ବଗ, କାୟମ ପକ୍ଷୀଙ୍କ ସମେତ ବିଭିନ୍ନ ପ୍ରଜାତିର ଦେଶୀ ପକ୍ଷୀ ଦେଖିବାକୁ ମିଳୁଛନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହେଟା ମୁଣ୍ଡିଆ, ବରୁଣାଇ, ତଣ୍ଡା, ଲଞ୍ଚ ଘୋଲା ସମେତ ସଂରକ୍ଷିତ ଜଙ୍ଗଲରେ ଦେଶୀ ପକ୍ଷୀମାନେ ବସା ବାନ୍ଧି ଥାନ୍ତି। ଏହି ଜଙ୍ଗଲ ମଧ୍ୟସ୍ଥଳରେ ପୋଖରୀ ଖନନ କରାଗଲେ ଦେଶୀ ପକ୍ଷୀ ଓ ବନ୍ୟ ଜନ୍ତୁମାନେ ମଧୁର ଜଳ ପିଇ ଶୋଷ ମେଣ୍ଟେଇବେ ବୋଲି କୁହାଯାଇଛି। ଏମାନଙ୍କର ସୁରକ୍ଷା ଓ ସଚେତନତା ପାଇଁ ବନ ବିଭାଗ ନିକଟରେ ବୁଦ୍ଧିଜୀବୀ ଓ ପକ୍ଷୀ ପ୍ରେମୀ ସୁବାସ ସ୍ବାଇଁ, ପରିବେଶବିତ୍‌ ସମରେନ୍ଦ୍ର ମାହାଳି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri