ବଢୁଛି ତାତି: ପକ୍ଷୀ ରାହା ଖୋଜୁଛନ୍ତି

ମହାକାଳପଡ଼ା, ୩ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ତଟ ସଂଲଗ୍ନ ସବୁଜିମା ଭରା ହେନ୍ତାଳ ଜଙ୍ଗଲରେ ବସା ବାନ୍ଧି ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏବେ ଜଳକଷ୍ଟ ପ୍ରମୁଖ କାରଣ ପାଲଟିଛି। କାରଣ ଗହୀରମଥା ସମୁଦ୍ର ଓ ଏହାର ସଂଲଗ୍ନ ପ୍ରବାହିତ ହେଉଥିବା ନଦୀ ନାଳଗୁଡ଼ିକରେ ଜଳ ଏବେ ଲବଣାକ୍ତ। ଜୀବନ ବଞ୍ଚାଇବା ପାଇଁ ପକ୍ଷୀ ରାହା ଖୋଜୁଛନ୍ତି। ମଧୁର ଜଳ ମୁନ୍ଦେର ଠିକଣା ପାଇଁ ଏବେ ଗହୀରମଥା ଆକାଶରେ ପକ୍ଷୀ ଚକର କାଟୁଛନ୍ତି। କେଉଁଠି ଖାଲ ପାଟିଆ ଜୋରିରେ ସ୍ବଳ୍ପ ମଧୁର ଗଚ୍ଛିତ ଅଛି ସେଠାରେ ଦଳ ଦଳ ହୋଇ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ ପହଞ୍ଚତ୍ ଯାଉଛନ୍ତି। ନଦୀ ନାଳଗୁଡ଼ିକରେ ସ୍ବଳ୍ପ ଜଳ ଥିବାରୁ ପକ୍ଷୀମାନଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟ (ଗେଣ୍ଡା, ଚୁନା ମାଛ, ଗଡ଼ିଶା, ସିପ, ତୋରି, ପୋକ ଯୋକ ଆଦି) ମିଳୁଛି। ପକ୍ଷୀମାନେ ଖାଦ୍ୟ ଖାଇବା ସହ ମଧୁର ଜଳ ପିଇ ଶୋଷ ମେଣ୍ଟାଉଛନ୍ତି। ଅନ୍ୟପକ୍ଷରେ ପକ୍ଷୀମାନେ ଜଙ୍ଗଲ ଛାଡ଼ି ଗାଁ ଗଣ୍ଡାର ଗହୀର ଖାଲ ପାଟ ଅଞ୍ଚଳକୁ ଶୋଷ ମେଣ୍ଟେଇବାକୁ ଆସୁଛନ୍ତି। ଏହି ସମୟରେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିକୁ ଏଡାଇ ଦିଆଯାଇ ନ ପାରେ। କାରଣ ବିଷ ଓ ଫାସ ବସାଇ ଏମାନଙ୍କୁ ଶିକାର କରିବାର ସମ୍ଭାବନା ଥିବାରୁ ବନ ବିଭାଗ ଏଥିପ୍ରତି ଯତ୍ନବାନ ହେବା ଦରକାର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଜଙ୍ଗଲ ମଧ୍ୟରେ ଯେଉଁ ପ୍ରଜାତିର ଦେଶୀ ପକ୍ଷୀ ରହୁଛନ୍ତି ସୁରକ୍ଷା ପାଇଁ ବ୍ଲକର ଉପକୂଳ ଅଞ୍ଚଳ ପ୍ରମୁଖ ସ୍ଥାନଗୁଡିକରେ ସଚେତନାତା ହୋଡ଼ିଂ ସ୍ଥାପନ କରାଯିବା ସହ କେଉଁ କେଉଁ ପକ୍ଷୀ ଶିକାର କଲେ ଆଇନ ଗତ ବ୍ୟବସ୍ଥା ବାବଦରେ ଉଲ୍ଲେଖ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ଏହି ଖାଲ ପାଟ ଅଞ୍ଚଳରେ ବିଶେଷ କରି ଗେଣ୍ଡଳିଆ, ସଲିର, କଳା ଓ ଧଳା ଦା ବେଣ୍ଟିଆ, ଚା’ ଚଢ଼େଇ, ଟେ ଟେଇଁଆଁ , ଅନ୍ଧାରୁଆଁ   ବଗ, କାୟମ ପକ୍ଷୀଙ୍କ ସମେତ ବିଭିନ୍ନ ପ୍ରଜାତିର ଦେଶୀ ପକ୍ଷୀ ଦେଖିବାକୁ ମିଳୁଛନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହେଟା ମୁଣ୍ଡିଆ, ବରୁଣାଇ, ତଣ୍ଡା, ଲଞ୍ଚ ଘୋଲା ସମେତ ସଂରକ୍ଷିତ ଜଙ୍ଗଲରେ ଦେଶୀ ପକ୍ଷୀମାନେ ବସା ବାନ୍ଧି ଥାନ୍ତି। ଏହି ଜଙ୍ଗଲ ମଧ୍ୟସ୍ଥଳରେ ପୋଖରୀ ଖନନ କରାଗଲେ ଦେଶୀ ପକ୍ଷୀ ଓ ବନ୍ୟ ଜନ୍ତୁମାନେ ମଧୁର ଜଳ ପିଇ ଶୋଷ ମେଣ୍ଟେଇବେ ବୋଲି କୁହାଯାଇଛି। ଏମାନଙ୍କର ସୁରକ୍ଷା ଓ ସଚେତନତା ପାଇଁ ବନ ବିଭାଗ ନିକଟରେ ବୁଦ୍ଧିଜୀବୀ ଓ ପକ୍ଷୀ ପ୍ରେମୀ ସୁବାସ ସ୍ବାଇଁ, ପରିବେଶବିତ୍‌ ସମରେନ୍ଦ୍ର ମାହାଳି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri