Odisha Elections 2024

ଶ୍ରେଷ୍ଠ ୧୦ ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ଏଲ୍‌ଭିପିଇଆଇ

ନୂଆଦିଲ୍ଲୀ,୩।୪: ଏଲ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ (ଏଲଭିପିଇଆଇ)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟସ୍ତରର ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍‌ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ କରାଯାଇଛି। ବିଶେଷ କରି ଏସସିଆଇଏମଏଜିଓ ଇନଷ୍ଟିଚ୍ୟୁଟ ର଼୍ୟାଙ୍କିଙ୍ଗ୍‌-୨୦୨୩ରେ ଏଲଭିପିଇଆଇ ଚକ୍ଷୁ ବିଜ୍ଞାନ (ସ୍ବାସ୍ଥ୍ୟ) ବର୍ଗରେ ବିଶ୍ୱର ୮ମ ସ୍ଥାନ ହାସଲ କରିଥିବା ବେଳେ ଏସିଆରେ ୨ୟ ସ୍ଥାନରେ ରହିଛି, ଭାରତର ଏକମାତ୍ର ଚକ୍ଷୁ ସ୍ବାସ୍ଥ୍ୟ ଅନୁଷ୍ଠାନ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ତାଲିକାଭୁକ୍ତ ହୋଇଛି।

ଏ ସମ୍ପର୍କରେ ଏଲ୍‌ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ଗୁଲାପଲ୍ଲୀ ଏନ୍‌ ରାଓ କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବା ଆମ ପାଇଁ ଅତ୍ୟନ୍ତ ଉତ୍ସାହଜନକ ବିଷୟ। ବିଶେଷ କରି ଏଲଭିପିଇଆଇ ଆରମ୍ଭ ହେବା ଦିନଠାରୁ ଗବେଷଣା ଓ ଉଦ୍ଭାବନରେ ଜଡିତ ହୋଇ ରହିଛି। ଏପରିକି ଏସସିଆଇଏମଏଜିଓ ଇନଷ୍ଟିଚ୍ୟୁଟସ ର଼୍ୟାଙ୍କିଙ୍ଗ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନର ସବୁଠାରୁ ବିସ୍ତୃତ ମାନ୍ୟତା ମଧ୍ୟରୁ ଅନ୍ୟତମ ଅଟେ। ସେହିଭଳି ପ୍ରଥମ ଭାରତୀୟ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଭାବେ ଉକ୍ତ ତାଲିକାରେ ସ୍ଥାନ ପାଇବା ଭାରତୀୟ ଚକ୍ଷୁ ଓ ଚିକିତ୍ସା ଗବେଷଣା ପାଇଁ ଗର୍ବର ବିଷୟ ଏବଂ ଏକ ବଡ଼ ମାଇଲଖୁଣ୍ଟ ବୋଲି ରାଓ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri