ପୌର କାର୍ଯ୍ୟାଳୟର ତାଗିଦକୁ ନେଇ ଆବାସ ହିତାଧିକାରୀଙ୍କ ବଢୁଛି ଅସନ୍ତୋଷ

ଆନନ୍ଦପୁର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଆବାସ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଯଥାଶୀଘ୍ର ଗୃହକାର୍ଯ୍ୟ ଶେଷ କରିବାକୁ କିଛି ଦିନ ଧରି ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ତାଗିଦ୍‌ କରାଯାଇଛି। ଏଭଳି ପରିସ୍ଥିତିକୁ ନେଇ ଆବାସ ହିତାଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ହିତାଧିକାରୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ବାଲି। ବାଲି ଅଭାବରୁ ଫ୍ଲାଏ ଆସ୍‌ ଇଟା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହେଉଛି। ଆନନ୍ଦପୁର ପୌରପରିଷଦ ଅଞ୍ଚଳ ସଂଲଗ୍ନ ରହିଥିବା ବୈତରଣୀ ନଦୀର ବାଲି ସୈରାତଗୁଡ଼ିକ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ବାଲି ସୈରାତଗୁଡ଼ିକ ନିଲାମ କାର୍ଯ୍ୟ ଶେଷ ହେବା ସତ୍ତ୍ୱେ ଅଦ୍ୟାବଧି ଏହା ପ୍ରଶାସନିକସ୍ତରରେ କାର୍ଯ୍ୟକ୍ଷମ ହୋଇପାରିନି। ଏପରିକି କେତେକ ବାଲି ସୈରାତର ପରିବେଶ ମଞ୍ଜୁରୀ ପାଇଁ ପ୍ରଦୂଷଣ ବିଭାଗ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ଷମ ମଧ୍ୟ ଶେଷ ହୋଇଛି। ହେଲେ ଦୀର୍ଘ ତିନି ଓ ଚାରି ମାସରୁ ଊର୍ଦ୍ଧ୍ୱ ଧରି ବାଲି ସୈରାତ କାର୍ଯ୍ୟକାରିତା ନେଇ ଜନଶୁଣାଣି ଶେଷ ହୋଇଥିଲେ ବି ପରିବେଶ ମଞ୍ଜୁରୀ ଅନୁମତି ପତ୍ର ହସ୍ତଗତ ହୋଇପାରି ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆନନ୍ଦପୁର ତହସିଲ ଅଧୀନ ଆନନ୍ଦପୁର, କୋଡ଼ପଡ଼ାର ଗୌଡ଼ଡିହା, ଟୁକୁଣା, ବେଲବାହାଳି, ପଞ୍ଚୁପଲୀ, ଅମାରଙ୍ଗ ଘସିପୁରା ତହସିଲର ତାଳଗାଁ, ହାଟଡିହୀ ତହସିଲ ଅଧୀନ ବଞ୍ଚୋ ବାଲି ସୈରାତଗୁଡ଼ିକ ବନ୍ଦ ରହିଛି। ଯାହା ଉପରେ ବିଶେଷ କରି ଆନନ୍ଦପୁର ପୌରାଞ୍ଚଳବାସୀ ବାଲିର ଆବଶ୍ୟକତା ପୂରଣ ପାଇଁ ନିର୍ଭର କରିଥାନ୍ତି। ଏଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ ନେଇ ପୌରାଞ୍ଚଳରେ ଆବାସ ଯୋଜନାରେ ସାମିଲ ଥିବା ହିତାଧିକାରୀ ବୁଦ୍ଧଦେବ ରାମ, ନିରଞ୍ଜନ ମିଶ୍ରଙ୍କ ଭଳି ଅନେକ ହିତାଧିକାରୀ ବାଲିର ଅଭାବ ପାଇଁ ଗୃହ କାର୍ଯ୍ୟ ଶେଷ କରିପାରୁ ନ ଥିବା ପ୍ରକାଶ କରିଛନ୍ତି। ଏପରିକି ସେମାନେ ଗୃହ କାର୍ଯ୍ୟ ପାଇଁ ପୁରୁଣା କଚ୍ଚା ଘରକୁ ଭାଙ୍ଗି ଅନ୍ୟତ୍ର ଆଶ୍ରୟ ନେଉଥିବା ମଧ୍ୟ ଦେଖାଯାଇଛି। ଏଭଳି ବାଲି ସମସ୍ୟାକୁ ଦୃଷ୍ଟିରେ ରଖି ଆବାସ ଗୃହ କାର୍ଯ୍ୟ ଶେଷ କରିବାର ସମୟସୀମାକୁ ବୃଦ୍ଧି କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri