Posted inଜାତୀୟ

୨୦୨୩ର ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ,୨୮ା୧୨:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଭାରତ ସରକାରଙ୍କ ଅଫିସିଆଲ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁରାଗ କହିଛନ୍ତି, ସରକାରୀ କ୍ୟାଲେଣ୍ଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ର ଏକ ପ୍ରତିଫଳନ। ବିକାଶଶୀଳ ଭାରତକୁ ଦର୍ଶାଉଥିବା ୧୨ଟି ଛବିର ଏହା ଏକ ଆକର୍ଷଣୀୟ ସଙ୍କଳନ। ୧୨ ମାସ ପାଇଁ ଏହି ୧୨ ଥିମ୍‌ ବା ବିଷୟବସ୍ତୁ କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଉଦ୍ୟମଗୁଡ଼ିକୁ ପ୍ରତିପାଦନ କରୁଛି। ନୂଆବର୍ଷର ଥିମ୍‌ ‘ନୟା ବର୍ଷ, ନୟା ସଂକଳ୍ପ’ ସରକାରଙ୍କ ସଫଳତା ଓ ଭବିଷ୍ୟତ ପ୍ରତଶ୍ରୁତିବଦ୍ଧତାକୁ ସୂଚାଉଛି। ଏହି କ୍ୟାଲେଣ୍ଡରର ୧୧ ଲକ୍ଷ କପି ଛପାଯିବ। ସେଥିରୁ ୨.୫ କପି ଆଞ୍ଚଳିକ ଭାଷାରେ ଆସିବ। ୧୩ଟି ଭାଷାରେ ମୁଦ୍ରିତ ଏହି କ୍ୟାଲେଣ୍ଡରଗୁଡ଼ିକୁ ଦେଶର ସମସ୍ତ ସରକାରୀ ଅଫିସ ଓ ପଞ୍ଚାୟତରେ ବିତରଣ କରାଯିବ ବୋଲି ଅନୁରାଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଜେଡିଏସ୍‌ର ଝଟ୍‌କା: ଉପନିର୍ବାଚନରେ କୌଣସି ଦଳ ସହ ହେବ ନାହିଁ ମେଣ୍ଟ

ବେଙ୍ଗାଲୁରୁ,୨।୧୧: କର୍ନାଟକରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି। ଏହାରି ଭିତରେ ଉପନିର୍ଚାଚନ ସମୟରେ କୌଣସି ଦଳ ସହ ଜନତା ଦଳ(ସେକ୍ୟୁଲାର)...

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ, ୨୯।୯: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥିରେ...

କାମ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲଗାତର ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି। ଶୁକ୍ରବାର ହାଇଦ୍ରାବାଦ ହାଉସରେ ସେ...

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି।...

ଖଟ୍ଟର କ୍ୟାବିନେଟର ହେବ ସମ୍ପ୍ରସାରଣ

ହରିୟାଣା,୧୪।୧୧: ହରିୟାଣାରେ ଭାଜପା-ଜେଜେପି ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଗତ ଅକ୍ଟୋବର...

ବଦଳିପାରେ ମଧ୍ୟ ପ୍ରଦେଶ ରାଜନୈତିକ ପାଣିପାଗ, ନୂଆ ଦଳ ଗଠନ କରିପାରନ୍ତି ସିନ୍ଧିଆ

ଭୋପାଳ, ୨୮।୧୧: ମଧ୍ୟ ପ୍ରଦେଶରେ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିିଆ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।...

Advertisement
Archives

Model This Week