୪୪ ବ୍ଲକ୍‌କୁ ଭୂତଳ ଜଳ ବିପଦ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଛି। ପ୍ରବଳ ଖରା ଯୋଗୁ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପଡ଼ିବାରେ ଲାଗିଛି। ଆବଶ୍ୟକ ବର୍ଷା ହେଉ ନ ଥିବାରୁ ନଦୀ, ପୋଖରୀ ଓ ହ୍ରଦ ବର୍ଷାଦିନର ବହୁ ପୂର୍ବରୁ ଶୁଖିଯାଉଛି। ଭୂପୃଷ୍ଠ ଜଳ ଉତ୍ସ ଶୁଷ୍କ ହୋଇ ଯାଉଥିବାରୁ ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟର କେତେକ ଭାଗରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସପାଇ ଚାଲିିଛି। ଅନେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ରାଜ୍ୟରେ ଗୁରୁତର ଜଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଲାଣି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୭ଟି ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସ ପାଉଛି। ସେହି ବ୍ଲକଗୁଡ଼ିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା ଓ ଭଦ୍ରକ। ଏହି ସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ପ୍ରତିଶତ ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ସେମି କ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଯାଇଛି। ଏହି ବ୍ଲକରେ ୬୦ରୁ ୭୦ ପ୍ରତିଶତ ଜଳ ବ୍ୟବହୃତ ହେଉଛି। ଉକ୍ତ ବ୍ଲକଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ। ଏହାଛଡ଼ା ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ସହରାଞ୍ଚଳରେ ମଧ୍ୟ ଭୂଗର୍ଭସ୍ଥ ଜଳ ଉପରେ ଚାପ ବଢ଼ିବାରେ ଲାଗିଛି। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସମେଣ୍ଟ(ଜିଡବ୍ଲ୍ୟୁଆରଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩, ୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।
ଭୂଗର୍ଭସ୍ଥ ଜଳ ସ୍ତର ହ୍ରାସ ପାଉଥିବାରୁ ଜଳ ସଂରକ୍ଷଣ ଜରୁରୀ ହୋଇ ପଡ଼ିଛି। ଭୂତଳ ଜଳ ସ୍ତର ବୃଦ୍ଧି କରିବାକୁ ରାଜ୍ୟ ସରକାର ୨୦୧୫ରେ ଛାତ ଉପର ଭୂତଳ ଜଳ ପ୍ରକଳ୍ପ ଯୋଜନା ଆରମ୍ଭ କରିଥିଲେ । ଜଳ ସଂରକ୍ଷଣ ପାଇଁ ଏହି ଯୋଜନାରେ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲା। ଏଥିଯୋଗୁ ଉକ୍ତ ପ୍ରକଳ୍ପ ଲୋକମାନଙ୍କ ମଧ୍ୟରେ ଦ୍ରୁତ ଆଦ୍ରୁତି ଲାଭ କରିଥିଲା। ତେବେ ଗତ ୨ ବର୍ଷ ହେବ ଏହି ଯୋଜନା ବନ୍ଦ ହୋଇ ଯାଇଛି। ଅନ୍ୟପକ୍ଷରେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ଅନୁମୋଦନ(ବିଲ୍ଡିଂ ଆପ୍ରୁଭାଲ ପ୍ଲାନ)ରେ ଏହି ଯୋଜନାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଉନ୍ନୟନ କର୍ତ୍ତ୍‌ୃପକ୍ଷଙ୍କ ଦ୍ୱାରା ତାହା ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ଏହି ଯୋଜନାର ଲକ୍ଷ୍ୟ ଏବେ ବାଟବଣା ହୋଇଯାଇଛି।
ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରୁ ୨୦୧୯ ମଧ୍ୟରେ ୯୪୩୮ଟି ବେସରକାରୀ ଏବଂ ୩୫୮ଟି ସରକାରୀ ଗୃହ ଛାତ ଉପର ଜଳ ସଂରକ୍ଷଣ ପୁନଃଭରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୨୦୧୯-୨୦ରେ ଏହି ଯୋଜନା ପାଇଁ

୨୪ କୋଟି ବ୍ୟୟ ଅଟକଳ କରାଯାଇଥିଲା। ୧୧ଟି ସହରକୁ ମିଶାଇ ମୋଟ ୨୫ଟି ସହରର ୬୫ଟି ସରକାରୀ ଓ ୫୫୦୦ ବେସରକାରୀ ଘର ଛାତ ଉପରେ ଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥାଆନ୍ତା। ମାତ୍ର ଏହି ପ୍ରସ୍ତାବକୁ ସରକାରୀ ଅନୁମୋଦନ ନ ମିଳିବାରୁ ଗତ ୨ ବର୍ଷ ହେବ ପଡ଼ିରହିଛି।
ଭୂତଳ ଜଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଯୋଜନାକୁ ଆଗାମୀ ୫ ବର୍ଷ ପାଇଁ କାର୍ଯ୍ୟକାରୀ କରିବା ସକାଶେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମୋଦନ ମିଳିବା ପରେ ୨୭ଟି ସହରରେ ଏହାକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୫ ତାରିଖରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ଏହି ଯୋଜନା ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ଯୋଜନା ଅନୁମୋଦନ ପାଇଁ ପଦକ୍ଷେପ ନିଆଯିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri