ଭୂତଳ ଜଳ ଶୋଷୁଛି ରାମ୍‌କୋ ସିମେଣ୍ଟ

ଯାଜପୁର ଅଫିସ,୮ା୪: ୨୦୧୮ ଅଗଷ୍ଟରେ ଜଳ ସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ରାମ୍‌କୋ ସିମେଣ୍ଟ କାରଖାନାକୁ କେବଳ ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି କମ୍ପାନୀ କାରଖାନା ଚଳାଇବାରେ ମଧ୍ୟ ଭୂତଳ ଜଳ ବ୍ୟବହାର କରୁଛି। ଏପରି କି ଜଳମାପକ ଯନ୍ତ୍ର ବାହାରେ ଭୂତଳ ଜଳ ଉତ୍ତୋଳନ କରାଯାଉଛି ା ଏଥିପାଇଁ ଗ୍ରୀଷ୍ମପ୍ରବାହ ସମୟରେ ଆଖପାଖ ଗାଁରେ ଭୂତଳ ଜଳସ୍ତର ଆଶାତୀତ ଭାବେ କମିଛି ବୋଲି ଅଭିଯୋଗ ହୋଇଛି। ଏଥିରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅକୁଣ୍ଠ ସହଯୋଗ ରହିଥିବାରୁ ଏହି କାରଖାନା ଭୂତଳ ଜଳସ୍ତର ଶୋଷି ଚାଲିଛି ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶାର ବିକାଶରେ ଶିଳ୍ପ ହିଁ ମୁଖ୍ୟ ଆୟୁଧ। ଏଣୁ ସରକାର ଓ ପ୍ରଶାସନିକ ଅଧିକାରୀ ଶିଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ସମସ୍ୟାକୁ ହେୟ ମନେ କରି କାରଖାନା ପ୍ରତିଷ୍ଠାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀକୁ ଅଖଣ୍ଡ କ୍ଷମତା ଦିଆଯାଇଛି। କମ୍ପାନୀ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ କଥା ବୁଝିବାକୁ କାହାରି ପାଖରେ ସମୟ ନାହିଁ। କହିବା ବାହୁଲ୍ୟ, ଗରିବ ଲୋକଙ୍କୁ ଛାଡ଼ି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି କମ୍ପାନୀ କର୍ତ୍ତୃପକ୍ଷଙ୍କ ଠିକାଦାର ସାଜିଛନ୍ତି ା ଫଳରେ ବିଭିନ୍ନ ମାଧ୍ୟମରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କଠାରୁ ଫାଇଦା ହାସଲ କରିବାକୁ ଲାଗି ପଡିଛନ୍ତି ା ଯିଏ କମ୍ପାନୀ ସପକ୍ଷରେ ଯିବ, ସେ ରାତାରାତି ଲକ୍ଷପତି ହୋଇ ଯାଉଛନ୍ତି ା ବ୍ୟକ୍ତିଗତ ସୁବିଧା ହାତେଇବା ଲାଗି ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ବି ସହଯୋଗ କରୁଛନ୍ତି ା ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମାମୀ, ସାଗର ଓ ଜେଏସ୍‌ଡବ୍ଲ୍ୟୁ ଜନଶୁଣାଣିରେ ଲୋକଙ୍କ ସମର୍ଥନ ପାଇ କାରଖାନା ପ୍ରତିଷ୍ଠା କରିଛନ୍ତି ା କିନ୍ତୁ ଏକ ଅଣଓଡ଼ିଆ ସଂସ୍ଥା ରାମ୍‌କୋ ଉପରେ ଜନଶୁଣାଣି ଛାଡ କରାଯାଇଛି ା ତାମିଲନାଡୁ ରାଜ୍ୟର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ରାମ୍‌କୋ କମ୍ପାନୀ ୪୪୦ କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ପ୍ରତିଷ୍ଠା କରିଛି। ଇପିକଲ ପକ୍ଷରୁ ଏହି ଜମି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଏହି ୧୦୦ ଏକର ପରିସର ବାହାରେ ମଧ୍ୟ ପାଣି ପାଇଁ ରାମ୍‌କୋ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ଜଳରେ ୧୫ଦିନ ବି କାରଖାନା ଚଳାଇବା ସମ୍ଭବପର ନୁହେଁ। ଗ୍ରୀଷ୍ମ ପ୍ରବାହରେ ପୋଖରୀଟି ସମ୍ପୂର୍ଣ୍ଣ ଶୁଖିଯାଇଥାଏ। ତେଣୁ ବିକଳ୍ପ ଭାବେ ରାମ୍‌କୋ କାରଖାନା ପରିସରରେ ଥିବା ୩ଟି ବୋରୱେଲରେ ପାଣି ଉତ୍ତୋଳନ କରୁଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଜଳକର ଆଦାୟ ପାଇଁ ଜଳମାପକ ଯନ୍ତ୍ର ପ୍ରତିଷ୍ଠା ହୋଇଥିଲେ ହେଁ କମ୍ପାନୀ ଚଞ୍ଚକତା କରି ସେହି ଯନ୍ତ୍ର ବାହାରେ ପାଣି ଚୋରି କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଯୋଗଡ଼ା, ମୁରାରୀପୁର, ରଘୁନାଥପୁର, ଶ୍ରୀବନ୍ତପୁର ପ୍ରଭୃତି ଗ୍ରାମରେ ଜଳସ୍ତର ନିମ୍ନଗାମୀ ହୋଇ ଲୋକଙ୍କ ପାଇଁ ପାନୀୟ ଜଳ ଅଭାବ ଦେଖାଦେଇଛି ବୋଲି ଶ୍ରୀକାନ୍ତ ପୃଷ୍ଟି, ହେମନ୍ତ କୁମାର ପାଢ଼ୀ, ସତ୍ୟବ୍ରତ ରାଉତ, ଜୟଦେବ ନାଏକ, ଟୁନା ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏହି କ୍ରମରେ ଜଳମାପକ ଯନ୍ତ୍ର ବାହାରେ ପାଣି ଚୋରି ଅଭିଯୋଗ ଉପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାମ୍‌କୋର ଭୂତଳ ଜଳ ପାଇଁ ୨୩ା୬ା୨୦୧୮ରେ ଜିଲାସ୍ତରୀୟ ପ୍ରଶାସନିକ ମଞ୍ଜୁରୀ ମିଳିବା ପରେ ଜାରକା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୨୭୬୬/ଡବ୍ଲ୍ୟୁଇ/୨୧ା୭ା୨୦୧୮ରେ ଅନୁପାଳନ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ଜଳ ସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ତାଙ୍କ ପତ୍ରସଂଖ୍ୟା ୨୩୬୫୭/୧ା୮ା୨୦୧୮ରେ ୧୭ ଦଫା ବିଭିନ୍ନ ସର୍ତ୍ତ ରଖି ଭୂତଳ ଜଳ ବ୍ୟବହାର କରିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୧୬/୧ା୩ା୨୦୧୬ରେ ସଂସ୍ଥାଗୁଡିକ ନିଜ ନିଜ କାରଖାନା ଅଞ୍ଚଳରେ ବୋର୍‌ୱେଲ୍‌ ଖନନ କରି ଭୂତଳ ଜଳ ବ୍ୟବହାର କରୁଥିବାରୁ ଜଳସ୍ତର ନିମ୍ନଗାମୀ ହୋଇ ଗ୍ରୀଷ୍ମପ୍ରବାହ ସମୟରେ ନଳକୂପଗୁଡିକରେ ଆବଶ୍ୟକ ପାଣି ବାହାରୁ ନ ଥିବା ସ୍ବୀକାର କରିଥିଲେ। ଏଭଳି ସ୍ଥଳେ ରାମ୍‌କୋ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରୁଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଅଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ରିପୋର୍ଟ ଦେଖି କିଛି କହିହେବ ବୋଲି ପ୍ରକାଶ କରିଥିଲେ। ସେହିପରି ରାମ୍‌କୋ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲ୍‌ଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରରେ ଗୁରୁବାର ସନ୍ଧ୍ୟା ୬ଟା ୩୯ ମିନିଟରେ ଫୋନ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri