ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ

ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ ଶବ୍ଦ ଉଚ୍ଚାରଣ କରି ନ ପାରିବାରୁ ମୌଲବିଙ୍କୁ ସନ୍ଦେହ ଉପୁଜିଥିଲା। ଏହାପରେ ବରଙ୍କ ମିଛ ଧରାପଡ଼ିଥିଲା। ସୂଚନାଯୋଗ୍ୟ, ମହାରାଜଗଞ୍ଜ ଜିଲାର କୋଲହୁଇ ଥାନା ଅଞ୍ଚଳର ଜଣେ ମୁସଲିମ ଯୁବତୀଙ୍କୁ ସିର୍ଦ୍ଧାର୍ଥନଗରର ଜଣେ ଯୁବକଙ୍କ ପ୍ରେମ କରୁଥିଲେ। ସୋସିଆଲ ମିଡିଆରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ୨ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୨ବର୍ଷ ପରେ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରେମ ବିବାହକୁ ସହମତି ଜଣାଇଥିଲେ। କିନ୍ତୁ ବର ହିନ୍ଦୁ ବୋଲି ପରିବାରଲୋକେ ଜାଣି ନ ଥିଲେ। ଲକ୍‌ଡାଉନ ଆଳରେ ମାତ୍ର ୫ଜଣ ବରଯାତ୍ରୀକୁ ନେଇ ବର ରବିବାର କନ୍ୟା ଘରେ ପହଞ୍ଚିଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମ ମୁସ୍‌ଲିମ ରୀତିନୀତିରେ ହୋଇଥିଲା। ସବୁ ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ବିବାହ ସମୟରେ ମୌଲବୀ କିଛି ଆରବୀ ଶବ୍ଦ ଉଚ୍ଚାରଣ କରିଥିଲେ। ଯାହାକୁ ବର ଠିକ୍‌ ଭାବେ ଉଚ୍ଚାରଣ ନ କରିପାରିି ଥଙ୍ଗେଇ ଥଙ୍ଗେଇ କହିଥିଲେ। ଫଳରେ ମୌଲବିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ବରକୁ ପଚରା ଉଚରା କରିବା ସହ ତାଙ୍କ ନିକଟରୁ ଏକ ପାନ କାର୍ଡ ଜବତ ହୋଇଥିଲେ। ସେଥିରୁ ସେ ଅଣ ମୁସ୍‌ଲିମ ଅଥାତ୍‌ ହିନ୍ଦୁ ବୋଲି ଜଣାପଡ଼ିଥିଲା। ପରେ ଏହାକୁ ନେଇ ଘଟଣାସ୍ଥଳରେ ହଙ୍ଗାମା ହୋଇଥିଲା। କନ୍ୟାପକ୍ଷ ବରଙ୍କୁ ନିର୍ଧୁମ ଛେଚିଥିଲେ। ଏଥିସହ ପରିବାରଲୋକେ ବିବାହ କରାଇବାକୁ ମନା କରିବା ସହିତ ବରକୁ ପୋଲିସକୁ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri