Posted inଫୁରସତ

କରୋନା ପାଇଁ ୨ ମାସ ଡାକ୍ତରଖାନାରେ ରହିଲେ ଏହି ବ୍ୟକ୍ତି, କାଟିବାକୁ ପଡ଼ିଲା ଦୁଇ ହାତର ଆଙ୍ଗୁଠି: ଜାଣନ୍ତୁ..

ମହାମାରୀ କରୋନା ସହ ଲଢ଼ୁଛି ସାରା ବିଶ୍ୱ। ଏଭଳି ସ୍ଥିତିରେ ପ୍ରତ୍ୟେହ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ କରୋନାକୁ ହରାଇ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଅନ୍ୟମାନଙ୍କ ସହ ନିଜର ମନକଥା ବାଣ୍ଟୁଛନ୍ତି। ସେମାନେ କେଉଁ ପରିସ୍ଥିତିରୁ ମୁକୁଳିଛନ୍ତି, ରୋଗ ପ୍ରତି କେତେ ସତର୍କ ରହିବା ଜରୁରୀ ତାହା କହୁଛନ୍ତି। ଏହି କ୍ରମରେ ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ରହୁଥିବା ଜଣେ ବ୍ୟକ୍ତି କରୋନା ତାଙ୍କ ଉପରେ ବିତିଥିବା ଦୁଃଖଦାୟକ ସମୟ ନେଇ କହିଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କରୋନାରେ ପୀଡ଼ିତ ହୋଇ ୨ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାକୁ ଲୋକମାନେ ଗମ୍ଭୀରତାର ସହ ନିଅନ୍ତୁ। ନଚେତ ତାଙ୍କ ଭଳି ଆଙ୍ଗୁଳି କାଟିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

ବ୍ୟକ୍ତିଜଣଙ୍କ ହେଲେ ୫୪ ବର୍ଷୀୟ ଗ୍ରେଗ୍‌ ଗାରଫିଲ୍ଡ। କରୋନା ସଂକ୍ରମଣର ପ୍ରାରମ୍ଭିକ ଦିନରେ ସେ ଇଟାଲୀକୁ ବୁଲିବାକୁ ଯାଇଥିବା ବେଳେ ସଂକ୍ରମିତ ହୋଇଯାଇଥିଲେ। ତେବେ ଆମେରିକା ଫେରିବା ପରେ ସେ ଅସୁସ୍ଥ ହୋଇଥିଲେ। ପରେ ଆମେରିକାର ଏକ ହସ୍ପିଟାଲରେ ପ୍ରଥମ ରୋଗୀ ଭାବେ ଗ୍ରେଗ୍‌ ଭର୍ତ୍ତି ହୋଇଥିଲେ। ଏହାର ୪୮ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ତାଙ୍କର ବଞ୍ଚିବାର ଆଶଙ୍କା ୧ ପ୍ରତିଶତ ବୋଲି ଡାକ୍ତରମାନେ କହିଥିଲେ।
ନିଶ୍ୱାସ ପ୍ରଶ୍ୱାସ ନେବାରେ ଗ୍ରେଗ୍‌ କଷ୍ଟ ଅନୁଭବ କରିବା ସହ ବୃକକ୍‌(କିଡନୀ) ଏବଂ ଯକୃତ(ଲିଭର୍‌) ଫେଲ୍‌ ହୋଇଥିଲା। ଫଳରେ ୬୪ ଦିନ ଧରି ତାଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ସେଥିରୁର ୩୧ ଦିନ ସେ ଭେଣ୍ଟିଲେଟରରେ ଥିଲେ। ମେ’ ୮ରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମିଳିଥିଲା। ହେଲେ ଗ୍ରେଗ୍‌ଙ୍କୁ ଏବେ କରୋନା ପାଇଁ ସାରା ଜୀବନ କଷ୍ଟ ସହିବାକୁ ପଡ଼ିବ। କାରଣ ତାଙ୍କୁ ତାଙ୍କୁ ନିଜର ଦୁଇହାତର ଆଙ୍ଗୁଠି କାଟିବାକୁ ପଡ଼ିଛି। ରକ୍ତ ପ୍ରବାହ ହେବାରେ ଅସୁବିଧା ହେବାରୁ ଏପରି କରାଯାଇଥିବା ଡାକ୍ତରମାନେ ତାଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri