ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲା ନେଡ଼ିପଙ୍ଗାରେ।
ମିଳିଥିବା ସୂଚନା ମୁତାବକ, ନିଃସନ୍ତାନ ଦମ୍ପତି ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଠାରୁ ଔଷଧ ଆଣି ଖାଇଥିଲେ। ପରେ ଦୁହେଁ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଫୁଲବାଣୀ ଜିଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ଅବସ୍ଥା ଗୁରୁତର ହେବାରୁ MKCG ମେଡିକାଲ ପଠା ଯାଇଥିଲା। ମଙ୍ଗଳବାର MKCGରେ ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷେ ଗୁଣିଆଙ୍କ କୌଣସି ପତ୍ତା ମିଳିପାରି ନାହିଁ।

