ଆୟୁଷ ବଢ଼ାଏ ସବୁଜିମା

ସବୁଜିମାଭରା ପ୍ରାକୃତିକ ପରିବେଶରେ ରହୁଥିବା ଲୋକେ ସୁସ୍ଥ ସବଳ ରୁହନ୍ତି ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଏମିତି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ ଅଧିକ ହୋଇଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି।
ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଗଛଲତାଭରା ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ରହୁଥିବା ବ୍ୟକ୍ତିଙ୍କ ଜୀବନ ଦୁଇରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ବଢ଼ି ଯାଇଥାଏ। ବିଭିନ୍ନ ସ୍ଥାନରେ ରହୁଥିବା ଲୋକଙ୍କୁ ନେଇ ରିସର୍ଚ୍ଚ କରିବା ପରେ ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ, ସବୁଜିମା ପରିବେଶରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜୈବିକ ଏବଂ ମଲିକ୍ୟୁଲାର ପରିବର୍ତ୍ତନ ଆସିଥାଏ। ଫଳରେ ସେମାନଙ୍କ ପ୍ରକୃତ ବୟସ ବଢ଼ିଥାଏ। ପୂର୍ବରୁ ଲୋକେ ସୁସ୍ଥ ସବଳ ରହିବା ପାଇଁ ସବୁଜ ପନିପରିବା ଖାଇବା ଏବଂ ଯୋଗ ବ୍ୟାୟାମ କରିବା ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଏସବୁର ଫାଇଦା କେବଳ ଗଛଲତାଭରା ଏକ ପରିବେଶରେ ସବୁ ସମୟରେ ରହିବା ଫଳରେ ମିଳି ପାରିଥାଏ ବୋଲି ଏବେ ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ୨୦ ବର୍ଷ ହେଲା ରିସର୍ଚ୍ଚ କରୁଥିଲେ। ପ୍ରାକୃତିକ ପରିବେଶରେ ବର୍ଷ ବର୍ଷ ଧରି ରହିବା ଫଳରେ ଲୋକଙ୍କ ଡିଏନ୍‌ଏରେ ପରିବର୍ତ୍ତନ ଆସିବା କଥା ଜଣାପଡ଼ିଥିଲା। ସାଧାରଣତଃ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଡିଏନ୍‌ଏରେ ଯେଉଁ ପରିବର୍ତ୍ତନ ଆସିଥାଏ, ତାହାକୁ ଏପିଜେନେଟିକ୍‌ କ୍ଲକ କହନ୍ତି। ତେବେ ପ୍ରାକୃତିକ ପରିବେଶରେ ଦୀର୍ଘଦିନ ରହୁଥିବା ଲୋକଙ୍କର ଏପିଜେନେଟିକ୍‌ କ୍ଲକ ଧୀରେ ଧୀରେ ଚାଲିଥାଏ। ତେଣୁ ବ୍ୟକ୍ତି ବିଳମ୍ବରେ ବୃଦ୍ଧାବସ୍ଥାର ଶିକାର ହୁଅନ୍ତି ଓ ଅଧିକ ବର୍ଷ ଜୀବିତ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

୨୩ OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୩୦।୬: ଆଗକୁ ବିଶ୍ୱ ପ୍ରସିଦ୍ଧ ପୁରୀରଥଯାତ୍ରା। ରଥଯାତ୍ରା ସୁପରିଚାଳନା ପାଇଁ ୨୩ OAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର! ଏଣିକି ଚାଟ୍‌ ପାଇଁ ଦେବାକୁ ପଡ଼ିବନି ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ,୩୦।୬: ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି! ଏଣିକି କାହା ସହିତ ଚାଟ୍‌ କରିବା ପାଇଁ ଆପଣଙ୍କୁ ନିଜର ବ୍ୟକ୍ତିଗତ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri