ମହାଯୋଦ୍ଧା

କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ ଠିକ୍‌ ସେମିତି କାର୍ଯ୍ୟକ୍ଷେତ୍ରରେ ବି ପ୍ରଦର୍ଶନ କରିଥାଏ ଅଦମ୍ୟ ସାହସିକତା। କେତେବେଳେ କୋମଳ ସେ କେବେ ପୁଣି କଠୋର ଆଉ କେବେ ତା’ ହାତ ପରଶରେ ବଞ୍ଚତ୍ବାର ସାହସ ପାଏ ଅନେକ ଜୀବନ। ଏମିତି ଅନେକ
ମହିଳା ଅଛନ୍ତି ଯେଉଁମାନଙ୍କୁ ଲକ୍‌ଡାଉନରେ ବି କର୍ମକ୍ଷେତ୍ରକୁ ଯିବାକୁ
ପଡୁଛି କେବଳ କର୍ତ୍ତବ୍ୟ ପାଇଁ…

ଅନେକ ରୂପରେ ଅବତୀର୍ଣ୍ଣ ହୁଏ ନାରୀଟିଏ। ଆଉ ସବୁ ରୂପରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଠିକ୍‌ ଭାବେ ପାଳନ କରିବା ପାଇଁ ସେ ଭରପୂର ପ୍ରୟାସ କରିଥାଏ। ପରିବାରରେ ଦୁହିତାର ସଂଜ୍ଞାକୁ ଯଥାର୍ଥ କରୁଥିବା ନାରୀମାନେ ଏବେ କାର୍ଯ୍ୟକ୍ଷେତ୍ରରେ ବି କିଛି କମ୍‌ ନୁହନ୍ତି। ଯେତେବେଳେ, ଯେକୌଣସି ପ୍ରକାରର ଚ୍ୟାଲେଞ୍ଜକୁ ସେମାନେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ତ ଏବେ ଲକଡାଉନ୍‌ ସମୟରେ ବି ଅନେକ ମହିଳା ନିଜ କର୍ମକ୍ଷେତ୍ରରେ ଯୋଗଦେଇ କର୍ତ୍ତବ୍ୟ ପାଳନ କରୁଛନ୍ତି। ଲକ୍‌ଡାଉନରେ କିଛି ମହିଳା ନିଜ କର୍ତ୍ତବ୍ୟରେ ଏପରି ବନ୍ଧା ଯେ ସେମାନେ ଚାହିଁଲେ ବି ୱାର୍କ ଫ୍ରମ ହୋମ୍‌ ମାଧ୍ୟମରେ କାମ କରିପାରିବେ ନାହିଁ। ଲୋକଙ୍କ ସୁରକ୍ଷା ପାଇଁ ସେମାନେ ସାଜିଛନ୍ତି କରୋନା ଯୋଦ୍ଧା।
ଡାକ୍ତର ବୋଲି ଅଲଗା ରହୁଛି: ଡାକ୍ତର ଫଗୁସ୍ମିତା ମହାନ୍ତି- ଏବେ କୋଭିଡ୍‌ ପାଇଁ ରୋଗୀଙ୍କ ସଂଖ୍ୟା ବହୁତ ବଢିଯାଇଛି, ସେଥିପାଇଁ ଆମକୁ ଅଧିକ ସମୟ ଦେବାକୁ ପଡୁଛି। ଏ ସମୟରେ କାମ ଆଗରେ ଆଉ କିଛି ଦେଖାଯାଏ ନାହିଁ ବୋଲି କହନ୍ତି ଭୁବନେଶ୍ୱରର ଅଲଟିମେଟ୍‌ ହସପିଟାଲର କୋଭିଡ ୱାର୍ଡରେ କାମ କରୁଥିବା ଡାକ୍ତର ଫଗୁସ୍ମିତା ମହାନ୍ତି।
ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ପାଇଁ କାମ କରିବାରେ ଗୋଟେ ଭିନ୍ନ ଆନନ୍ଦ ବି ରହିଛି। ବେଳେବେଳେ ରୋଗୀମାନଙ୍କୁ ଦେଖିଲେ ସେମାନଙ୍କ କଷ୍ଟ ଆଗରେ ତାଙ୍କ କଷ୍ଟ କିଛି ବି ନୁହଁ ବୋଲି ଭାବନ୍ତି ଫଗୁସ୍ମିତା। ସେଥିପାଇଁ ତ ସେ କହନ୍ତି ହସ୍‌ପିଟାଲରୁ ଭଲ ହୋଇ ଯିବା ପରେ ସେମାନେ ଯେତେବେଳେ ଖୁସି ହୋଇ କୃତଜ୍ଞତାର ଶବ୍ଦଟିଏ କହନ୍ତି ସେତିକିରେ ତାଙ୍କୁ ଯେମିତି ସବୁକିଛି ମିଳିଯାଏ।
ବ୍ୟକ୍ତିଗତ ସମସ୍ୟାକୁ କେବେ ବଡ଼ ବୋଲି ଭାବିନାହାନ୍ତି ସେ। ସବୁଦିନ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେ ନିଜ ଘରକୁ ବି ଆସି ପାରୁ ନାହାନ୍ତି। କଟକରେ ରହୁଥିବା ନିଜ ପରିବାର ଲୋକଙ୍କଠାରୁ ଅଲଗା ହୋଇ ସେ ଘରଭଡା ନେଇ ଅଲଗା ରହୁଛନ୍ତି। କାହିଁକି ନା ତାଙ୍କ ବାପାଙ୍କୁ ଡାଇବେଟିସ୍‌ ଅଛି ଏବଂ ମାଆଙ୍କ ସ୍ବାସ୍ଥ୍ୟ ବି ଖରାପ ହେବାର ସମ୍ଭାବନା ରହିଛି। ଏପଟେ ସହଜରେ ତାଙ୍କୁ ଭରଭଡା ବି ମିଳୁନି। କିଛିଦିନ ତଳେ ସେ ଭୁବନେଶ୍ୱରରେ ଯେଉଁଠାରେ ଭଡା ରହୁଥିଲେ ଏବେ ପୁଣି ଏକ ଘର ବଦଳାଇ ଏକା ରହୁଛନ୍ତି। ତାଙ୍କ ଯୋଗୁଁ କାଳେ ଅନ୍ୟମାନେ ସଂକ୍ରମିତ ହେବେ ସେଥିପାଇଁ ଘର ମାଲିକ ବି ତାଙ୍କୁ ଘର ଛାଡିବାକୁ ବାଧ୍ୟ କରିଥିଲେ। ଏବେ ସେ ଏକୁଟିଆ ଥିବା ଏକ ଘରେ ଭଡାରେ ରହି ଡ୍ୟୁଟି କରୁଛନ୍ତି। ଏସବୁ ସମସ୍ୟା ସତ୍ତ୍ୱେ ନିଜ କର୍ତ୍ତବ୍ୟକୁ ଠିକ୍‌ ଭାବରେ ପାଳନ କରିବା ପାଇଁ ସେ ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି କହନ୍ତି।
ପରିଶ୍ରମ ବ୍ୟର୍ଥ ନ ଯାଉ: ସୁଚିତ୍ରା ପରିଡ଼ା,ଏସ୍‌.ଆଇ. ଏୟାରପୋର୍ଟ ଥାନା, ଭୁବନେଶ୍ୱର-ଏବେ ସମୟ ଯାହା ଆମର ଡ୍ୟୁଟି ଅତ୍ୟନ୍ତ ଜରୁରୀ। କାରଣ ଲୋକଙ୍କୁ ସଚେତନ କରିବା ପାଇଁ ସବୁବେଳେ ଆମକୁ ସଜାଗ ରହିବା ପାଇଁ ପଡୁଛି ବୋଲି କହନ୍ତି ଏୟାରପୋର୍ଟ ଥାନା ଏସ.ଆଇ. ସୁଚିତ୍ରା ପରିଡ଼ା।
ଘରେ ଛୋଟ ଛୁଆ ଆଉ ପରିବାର ଲୋକଙ୍କ ଜୀବନକୁ ରିସ୍କରେ ନେଇ କୋଭିଡ ଡ୍ୟୁଟି କରୁଛନ୍ତି। ତାଙ୍କର ଯିବା ସମୟ ଠିକ୍‌ ଥାଏ ମାତ୍ର ଆସିବାର ସମୟ ନ ଥାଏ। କିନ୍ତୁ ସେ କହନ୍ତି ଯଦି ଲୋକେ ସଚେତନ ହୋଇ କୋଭିଡ ନିୟମ ସବୁ ମାନିବେ ତାଙ୍କ ପରିଶ୍ରମ ବ୍ୟର୍ଥ ଯିବନି। କୋଭିଡ ଡ୍ୟୁଟି ତାଙ୍କୁ ସେଭଳି କିଛି ଅଲଗା ମନେ ହେଉନି। ତା’ ଛଡ଼ା ତାଙ୍କୁ କମିସନର ଏବଂ ଡେପୁଟି କମିସନରଙ୍କଠାରୁ ମଧ୍ୟ ସବୁ ସହଯୋଗ ମିଳୁଛି। ସେ କିମ୍ବା ତାଙ୍କ ବିଭାଗର କୌଣସି କର୍ମଚାରୀ କେବେ ଛୁଟି ନେଇ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବାକୁ ଚାହିଁନାହାନ୍ତି। ଘର ପରିବାର ଏବଂ କର୍ମକ୍ଷେତ୍ର ମଧ୍ୟରେ ସେ ଢେର ଆଗରୁ ସମନ୍ବୟ ରକ୍ଷା କରିବା ଅଭ୍ୟାସ ରଖିଛନ୍ତି। ଏବେ ସାନିଟାଇଜେସନ୍‌ ଏବଂ ପରିଷ୍କାର ରହିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡୁଛି।
ରୋଗୀ ସେବା ହିଁ ଧର୍ମ: ଇତିଶ୍ରୀ ଛାଟୋଇ, ନର୍ସ, ଶ୍ରୀ ହସପିଟାଲ-ସେବା କରିବା ଆମର ଧର୍ମ। ନିଜ କଥା ଭୁଲି ଲୋକଙ୍କୁ କଷ୍ଟରୁ ମୁକ୍ତି ଦେବା ପାଇଁ ଆମେ ସବୁବେଳେ ପ୍ରୟାସ କରିଥାଉ ବୋଲି କହନ୍ତି ଶ୍ରୀ ହସ୍‌ପିଟାଲର ନର୍ସ ଇତିଶ୍ରୀ ଛାଟୋଇ।
ଆଗରୁ ତ ସେ ନର୍ସଭାବେ ଅନେକ ରୋଗୀଙ୍କ ସେବା କରିଛନ୍ତି। କିନ୍ତୁ ଏବେ କୋଭିଡ ପାଇଁ ତାଙ୍କୁ ସାରାଦିନ ୮ଘଣ୍ଟା ପର୍ଯ୍ୟନ୍ତ ପିପିଇ କିଟ୍‌ ପିନ୍ଧି ରହିବାକୁ ପଡୁଛି। ଏତେ ସମୟ ପର୍ଯ୍ୟନ୍ତ ଗରମ ଝାଳରେ ପିପିଇ କିଟ୍‌ ପିନ୍ଧି ରହିବାକୁ ବହୁତ ବିରକ୍ତ ଲାଗେ, କିନ୍ତୁ ରୋଗୀଙ୍କ କଷ୍ଟ ଦେଖିଲେ ତାଙ୍କ ନିଜ କଷ୍ଟ ସେମିତି ବଡ଼ ଲାଗେନି। ତା’ ଛଡା ସେ ପିପିଇ କିଟ୍‌ ଓହ୍ଲାଇ ଖାଇବାକୁ ପ୍ରାୟତଃ ଯାଆନ୍ତି ନାହିଁ, ଖାଲି ଯାହା ବେଳେବେଳେ ପାଣି ପିଇବା ପାଇଁ ରେଷ୍ଟ ରୁମକୁ ଆସନ୍ତି। ଏସବୁ ସତ୍ତ୍ୱେ ଏବେ କୋଭିଡ ପାଇଁ ଏତେ ସଂଖ୍ୟାରେ ରୋଗୀ ଡାକ୍ତରଖାନାକୁ ଆସୁଥିବାରୁ ତାଙ୍କ ଚିକିତ୍ସାରେ ସମୟ କେମିତି ସରିଯାଏ ସେ ଜାଣିପାରନ୍ତି ନାହିଁ। ତେବେ ଘରକୁ ଫେରିଲେ ସେ ପ୍ରଥମେ ଭଲଭାବେ ଉଷୁମ ପାଣିରେ ଗୌଧୋଇବା ସହିତ ସବୁ ପୋଷାକପତ୍ରକୁ ସଫାକରନ୍ତି ଏବଂ କିଛି ସମୟ ବାମ୍ଫ ନେବା ପରେ ଘର ଲୋକଙ୍କ ପାଖକୁ ଯାଆନ୍ତି। କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା କରି ନିଜ ସହିତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଏବେ କାମ ଢେର୍‌ ବଢିଯାଇଛି ଈତିଶ୍ରୀଙ୍କର।
-ସସ୍ମିତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri